ବର୍ଷେ ଘୁଞ୍ଚିଲା ୬ ଏୟାରବ୍ୟାଗ୍ ନୀତି, ଟ୍ୱିଟ୍‌ କରି କହିଲେ ଗଡ଼କରୀ

୨୦୨୩ ଅକ୍ଟୋବର ୧ ଯାଏ ଘୁଞ୍ଚିଲା । M1 ଗାଡ଼ିରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରାଯାଇଥିଲା ।

Nitin gadkari

କାର୍ ମାଲିକ ଓ ନିର୍ମାତାଙ୍କୁ ସାମାନ୍ୟ ଆଶ୍ୱସ୍ଥି । ଗାଡ଼ିରେ ୬ଟି ଏୟାର ବ୍ୟାଗ ବାଧ୍ୟତାମୂଳକ ନିୟମ ଲାଗୁ ୨୦୨୩ ଅକ୍ଟୋବର ପହିଲା ଯାଏ ଘୁଞ୍ଚିଲା । ଉତ୍ପାଦନ ସମସ୍ୟା ଯୋଗୁଁ ଏହାକୁ ବର୍ଷେ ଯାଏ ଘୁଞ୍ଚାଇ ଦିଆଯାଇଛି ବୋଲି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତୀନ ଗଡ଼କରି ଘୋଷଣା କରିଛନ୍ତି । ଏଣୁ ଆସନ୍ତା ଅକ୍ଟୋବର ପହିଲା ପରିବର୍ତ୍ତେ ୨୦୨୩ ଅକ୍ଟୋବର ପହିଲାରୁ ଲାଗୁ ହେବ ୬ଟି ଏୟାରବ୍ୟାଗ ନିୟମ ।

ସବୁ କାରରେ ୬ଟି ଏୟାରବ୍ୟାଗ ବାଧ୍ୟତାମୂଳକ କରିବା ଲାଗି ଗତ ଜାନୁଆରୀ ୧୪ରେ ପରିବହନ ମନ୍ତ୍ରାଳୟ ପକ୍ଷରୁ ଚିଠା ପ୍ରସ୍ତାବ ଜାରି କରାଯାଇଥିଲା । ଏହି ପ୍ରସ୍ତାବ ଅନୁସାରେ ୨୦୨୨ ଅକ୍ଟୋବର ପହିଲାରୁ ନିର୍ମାଣ ହେବାକୁ ଥିବା ସମସ୍ତ ଏମ୍ ଓ୍ୱାନ୍ କାଟେଗୋରୀ ଗାଡ଼ିରେ ୬ଟି ଏୟାରବ୍ୟାଗ ରଖିବା ଲାଗି ବାଧ୍ୟତାମୂଳକ କରାଯାଇଥିଲା । ହେଲେ ବିଶ୍ୱ ବଜାରରେ ଏନେଇ ଉତ୍ପାଦନ କମ୍ ଥିବାରୁ ବର୍ତ୍ତମାନ ପାଇଁ ଏ ନିଷ୍ପତ୍ତିକୁ ଘୁଞ୍ଚାଇ ଦିଆଯାଇଛି ବୋଲି ଗଡ଼କରି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।