Advertisment

ହଟିଲା କଟକଣା, ବିଦେଶୀ ଯାତ୍ରୀଙ୍କ ପାଇଁ ନୂଆ ନିୟମ ଜାରି କଲେ ଭାରତ ସରକାର

ବିମାନରେ ଯାତ୍ରା କରୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ଭାରତ ସରକାର ନୂଆ ନିୟମ ଜାରି କରିଛନ୍ତି। ଏଣିକି ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ସେଲ୍‌ଫ-ଡିକ୍ଲାରେସନ୍‌ ଫର୍ମ(Self-Declaration Form) ପୂରଣ କରିବାର ଆଉ କୌଣସି ଆବଶ୍ୟକତା ନାହିଁ।

ଅଦ୍ୟତନ ହୋଇଛି
Guidelines for International Arrivals

Centre Relaxes Rules For International Passengers Arriving In India

Advertisment

ବିମାନରେ ଯାତ୍ରା କରୁଥିବା ବିଦେଶୀ ଯାତ୍ରୀଙ୍କ ପାଇଁ ଭାରତ ସରକାର ନୂଆ ନିୟମ ଜାରି କରିଛନ୍ତି। ବିଦେଶୀ ଯାତ୍ରୀଙ୍କ ପାଇଁ ସରକାର ଏୟାର ସୁବିଧା ଫର୍ମ ପୂରଣ ସର୍ତ୍ତକୁ ହଟାଇ ଦେଇଛନ୍ତି। ନୋଟିସ୍‌ ଜାରି କରି କୁହାଯାଇଛି ଯେ, ଏଣିକି ବିଦେଶରୁ ଭାରତ ଆସୁଥିବା ଯାତ୍ରୀଙ୍କୁ ସେଲ୍‌ଫ-ଡିକ୍ଲାରେସନ୍‌ ଫର୍ମ(Self-Declaration Form) ପୂରଣ କରିବାର ଆଉ କୌଣସି ଆବଶ୍ୟକତା ନାହିଁ। ବୋର୍ଡିଂ ପୂର୍ବରୁ ବିଦେଶରୁ ଆସୁଥିବା ଯାତ୍ରୀଙ୍କୁ ଏହି ଫର୍ମ ପୂରଣ କରିବାକୁ ପଡ଼ୁଥିଲା। ହେଲେ ଏବେ ଏହି ନିୟମକୁ ହଟାଇ ଦିଆଯାଇଛି। ଭାରତକୁ ଯାତ୍ରା ପୂର୍ବରୁ ଏୟାର ସୁବିଧା ଫର୍ମ ପୂରଣ କରିବା ଓ ଏହାକୁ ଦାଖଲ କରିବା ସର୍ତ୍ତକୁ ହଟାଇବା ପାଇଁ ଦାବି ହୋଇଥିଲା। 

Advertisment

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ(Civil Aviation Ministry) ପକ୍ଷରୁ ନୋଟିସ୍‌ ଜାରି କୁହାଯାଇଛି ଯେ, ‘ଖାଲି ଭାରତ ନୁହେଁ ବିଶ୍ୱ ସ୍ତରରେ ମଧ୍ୟ କୋଭିଡ୍‌ କେସ୍‌ ଲଗାତାର ଭାବେ ହ୍ରାସ ପାଇଛି। ଏହାସହ କୋଭିଡ୍‌ ଟୀକାକରଣର ଉଲ୍ଲେଖନୀୟ ଅଗ୍ରଗତିକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛି। 

ଜାଣନ୍ତୁ, ବିଦେଶୀ ଯାତ୍ରୀଙ୍କ ପାଇଁ ଜାରି ହୋଇଥିବା ନୂଆ ନିୟମ...

  • ଏଣିକି ଅନ୍‌ଲାଇନ୍‌ ଏୟାର ସୁବିଧା ପୋର୍ଟାଲରେ ଉପଲ୍ଲବ୍ଧ ସେଲ୍‌ଫ-ଡିକ୍ଲାରେସନ୍‌ ଫର୍ମ ଦାଖଲକୁ ବନ୍ଦ କରାଯାଇଛି
  • ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କରୋନା ଟିକା ନେବା ଆଉ ବାଧ୍ୟତାମୂଳକ ନୁହେଁ
  • ବିମାନ ଭିତରେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। କରୋନା ସତର୍କତା ଭାବେ ଏବେ ଯାଏ ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଥିଲା।
Advertisment

ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦, ଅଗଷ୍ଟରେ ଏୟାର ସୁବିଧା ପୋର୍ଟାଲ ଆରମ୍ଭ କରାଯାଇଥିଲା। ଏହି ଏୟାର ସୁବିଧା ଫର୍ମ ମାଧ୍ୟମରେ ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପୁରା ରେକର୍ଡ ରଖାଯାଉଥିଲା। ଅର୍ଥାତ୍‌ କେଉଁଠୁ ଯାତ୍ରୀ ଜଣକ ଆସିଛନ୍ତି, କୁଆଡ଼େ ଯାତ୍ରା କରିବେ, ସବିଶେଷ ତଥ୍ୟ, ପୂର୍ବରୁ କେଉଁ କେଉଁ ଦେଶକୁ ଯାତ୍ରା କରିଥିଲେ, ମୋବାଇଲ୍‌ ନମ୍ବର, ଇ-ମେଲ୍‌ ଆଡ୍ରେସ୍‌, ପାସପୋର୍ଟ ତଥ୍ୟ, ସନ୍ଦିଗ୍ଧ ଲକ୍ଷଣ ଇତ୍ୟାଦି ରେକର୍ଡ ରଖାଯାଉଥିଲା। ଏହାଦ୍ୱାରା କରୋଡ଼ା ସଂକ୍ରମିତ ହେଉଥିବା ଯାତ୍ରୀ ଓ ତାଙ୍କ ସଂସ୍ପର୍ଶରେ ଆସିଥିବା ଯାତ୍ରୀଙ୍କୁ ଚିହ୍ନଟ କରାଯାଇ ପାରୁଥିଲା। ଆବଶ୍ୟକ ପଡ଼ିଲେ ଯାତ୍ରୀଙ୍କୁ ଟ୍ରାକ୍ କରାଯାଇ ଆଇସୋଲେଟ୍‌ ମଧ୍ୟ କରାଯାଉଥିଲା। ଏହି ଫର୍ମରେ ରେଜିଷ୍ଟ୍ରେସନ ନମ୍ବର ଦେବା ପରେ ଏୟାରଲାଇନ୍ସ ପକ୍ଷରୁ ବୋର୍ଡିଂ ପାସ୍‌ ଜାରି କରାଯାଉଥିଲା। 

ସୂଚନାଥାଉ କି,  ବିମାନ ଯାତ୍ରା ବେଳେ ଆଉ ବାଧ୍ୟତାମୂଳକ ନୁହେଁ ମାସ୍କ। ଦେଶରେ କରୋନା ସଂକ୍ରମଣ ହାର କମୁଥିବାରୁ ଏହାକୁ ଦୃଷ୍ଟିରେ ରଖି ନିକଟରେ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଯଦିଓ କଟକଣା ହଟିଛି, ତଥାପି ଯାତ୍ରୀଙ୍କୁ ମୁହଁରେ ମାସ୍କ ଲଗାଇବାକୁ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପରାମର୍ଶ ଦେଇଛି।

Advertisment
Airlines Centre New Rules
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ