Deep fake
AI ଯୁଗରେ ଚିନ୍ତା ବଢ଼ାଇଛି ଡିପ୍ ଫେକ୍ ଭିଡିଓ। ଡିପ୍ ଫେକ୍ କଣ୍ଟେଣ୍ଟର ମୁକାବିଲା ପାଇଁ ଡିଜିଟାଲ୍ ଇଣ୍ଡିଆ ବିଲ୍ ଆଣିପାରନ୍ତି କେନ୍ଦ୍ର ସରକାର। ଏନେଇ ଖୁବଶୀଘ୍ର ବଡ଼ ନିଷ୍ପତ୍ତି ନେଇ ପାରନ୍ତି ମୋଦି ସରକାର 3.0। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଏବଂ ଡିପ୍ ଫେକ୍ ଟେକ୍ନୋଲୋଜିର ବ୍ୟବହାର କରି ଭ୍ରମାତ୍ମକ ଭିଡିଓ ଅନ୍ୟ ବିଷୟବସ୍ତୁ ସୋସିଆଲ ମିଡିଆରେ ଭାଇରାଲ୍ କରାଯାଉଛି।
ଏହା ଅନେକଙ୍କ ବ୍ୟକ୍ତିଗତ ଗୋପନୀୟତା ଓ ମର୍ଯ୍ୟାଦାର ମଧ୍ୟ ହନନ କରୁଛି । ବିଭିନ୍ନ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ, ୟୁଟ୍ୟୁବ ସମେତ ଅନ୍ୟ ଅନଲାଇନ ପ୍ଲାଟଫର୍ମରେ ଏଭଳି ଭ୍ରମାତ୍ମକ କଣ୍ଟେଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏହି ବିଲରେ ବ୍ୟବସ୍ଥା କରିପାରନ୍ତି ସରକାର। ଏଥିସହ ଡିଜିଟାଲ୍ ଇଣ୍ଡିଆ ବିଲରେ AIର ଉନ୍ନତ ବ୍ୟବହାର ଉପାୟ ସଂପର୍କରେ ମଧ୍ୟ ବ୍ୟବସ୍ଥା ରହିପାରେ। ୧୮ତମ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ ରୁ ଜୁଲାଇ ୩ ଯାଏଁ ଚାଲିବାକୁ ଥିବା ବେଳେ, ମୌସୁମୀ ଅଧିବେଶନ ଜୁଲାଇ ୨୨ରୁ ଅଗଷ୍ଟ ୯ ଯାଏଁ ଚାଲିପାରେ ।
ତେବେ ଏହି ବିଲ୍ ଗୃହରେ ଉପସ୍ଥାପନ କରିବା ପୂର୍ବରୁ ସର୍ବଦଳୀୟ ସହମତି ଆଣିବା ପାଇଁ କେନ୍ଦ୍ର ସରକାର ଚେଷ୍ଟା କରିପାରନ୍ତି ବୋଲି ଅନୁମାନ କରାଯାଉଛି । ସୂଚନା ଯୋଗ୍ୟ ଯେ, ନିର୍ବାଚନ ବେଳେ ସଂରକ୍ଷଣ ସଂପର୍କିତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର ଏକ ଫେକ୍ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା ଏବଂ ଏନେଇ ପୋଲିସରେ ମାମଲା ବି ରୁଜୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Deep_fake_1718506263.jpg)