Advertisment

ଖୁବଶୀଘ୍ର ଘୋଷଣା ହୋଇପାରେ ୨ ନୂଆ ECଙ୍କ ନାଁ, ୧୫ରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

ସୂଚନା ଅନୁସାରେ ସିଲେକ୍ସନ କମିଟି ବୈଠକ ମାର୍ଚ୍ଚ ୧୩ କିମ୍ବା ୧୪ରେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ୧୫ ତାରିଖରେ ବସିବ ।

Election Commissioner

Election Commissioner

Advertisment

ଖୁବଶୀଘ୍ର ଘୋଷଣା ହୋଇପାରେ ୨ ନୂଆ ନିର୍ବାଚନ କମିଶନରଙ୍କ ନାଁ । ଚୂଡ଼ାନ୍ତ ୨ଟି ନାଁ ଚୟନ ପାଇଁ, ମାର୍ଚ୍ଚ ୧୫ରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ। ଏହାର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଫେବ୍ରୁଆରୀ ୧୪ରେ ଅନୁପ ଚନ୍ଦ୍ର ପାଣ୍ଡେଙ୍କ ଅବସର ଏବଂ ଗତକାଲି ଅଚାନକ ଅରୁଣ ଗୋଏଲଙ୍କ ଇସ୍ତଫା ପରେ ଖାଲି ପଡ଼ିଛି ୨ଟି ନିର୍ବାଚନ କମିଶନର ପଦ। ଏହି ପ୍ୟାନେଲରେ ଆଉ କେବଳ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ଅଛନ୍ତି।

Advertisment

ପୂର୍ବରୁ ବରିଷ୍ଠତା ଭିତ୍ତିରେ ରାଷ୍ଟ୍ରପତି ନିର୍ବାଚନ କମିଶନର ନିଯୁକ୍ତ କରୁଥିବା ବେଳେ, ନିକଟ ଅତୀତରେ ଏହି ଆଇନରେ ସଂଶୋଧନ ହୋଇଛି । ନୂଆ ଆଇନ ଅନୁସାରେ, ପ୍ରଥମେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲଙ୍କ ଅଧ୍ୟକ୍ଷତାରେ ଏକ ସର୍ଚ୍ଚ କମିଟି ଗଠିତ ହେବ । ଏଥିରେ ଗୃହ ସଚିବ ଏବଂ ପର୍ସନେଲ୍ ଆଣ୍ଡ୍ ଟ୍ରେନିଂ ବିଭାଗ ସଚିବ ରହିବେ । ଏହି ସର୍ଚ୍ଚ କମିଟି ୨ଟି ଖାଲି ପଦବୀ ପାଇଁ ପାଞ୍ଚ ପାଞ୍ଚଟି ନାଁକୁ ନେଇ ୨ଟି ଭିନ୍ନ ଭିନ୍ନ ତାଲିକା ପ୍ରସ୍ତୁତ କରିବେ। ସେଥିରୁ ୨ଟି ନାଁ ଚୂଡ଼ାନ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି, ଜଣେ କେନ୍ଦ୍ରମନ୍ତ୍ରୀ ଏବଂ ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ନେଇ ଏକ ବୈଠକ ବସିବ। ଏହାପରେ ରାଷ୍ଟ୍ରପତି ସେମାନଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିବେ।

ସୂଚନା ଅନୁସାରେ ସିଲେକ୍ସନ କମିଟି ବୈଠକ ମାର୍ଚ୍ଚ ୧୩ କିମ୍ବା ୧୪ରେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ୧୫ ତାରିଖରେ ବସିବ । ସେପଟେ ଆଉ ଏକ କଥା ହେଉଛି, ୨୦୧୯ ମସିହା ମାର୍ଚ୍ଚ ୧୦ରେ ଅର୍ଥାତ୍ ଆଜିର ଦିନରେ ଘୋଷଣା ହୋଇଥିଲା ଗତଥର ନିର୍ବାଚନର କାର୍ଯ୍ୟସୂଚୀ। ତେଣୁ ଏଥର ମଧ୍ୟ କାର୍ଯ୍ୟସୂଚୀ ଖୁବଶୀଘ୍ର ଘୋଷଣା ହେବ ବୋଲି ଆଶା କରାଯାଉଛି ।

Advertisment
Election Commission Election Commissioner General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ