Centre Extends COVID-19 Guidelines
ଆଉ ମାସେ ଅର୍ଥାତ୍ ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି। ଦେଶରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି କରି ଜଣାଇଛନ୍ତି।
ଦେଶରେ ୩୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୪୦୭ ଜିଲ୍ଲାରେ ପଜିଟିଭିଟି ରେଟ୍ ୧୦% ଉପରେ ରହିଛି। ଏହାକୁ ଦୃଷ୍ଟିରେ ରଖି କଟକଣା ବଢା ଯାଇଥିବା ବେଳେ ରାଜ୍ୟମାନେ କରୋନା କଟକଣା ପାଳନକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପରିସ୍ଥିତି ଦେଖି କଣ୍ଟେନମେଣ୍ଟ ଘୋଷଣା ଓ ପ୍ରତ୍ୟାହାର ନେଇ ନିର୍ଦ୍ଦେଶ ରହିଛି। ଟେଷ୍ଟ, ଟ୍ରାକ୍, ଟ୍ରିଟ୍, ଟିକାକରଣ ଓ କୋଭିଡ଼ ନିୟମ ପାଳନ ପ୍ରତି ଗୁରୁତ୍ୱ ଦେବାକୁ ସବୁ ରାଜ୍ୟ ଗୁଡ଼ିକୁ ପରାମର୍ଶ ଦିଆଯାଇଛି।
ମହାମାରୀ କରୋନା ପାଇଁ ଦିଲ୍ଲୀରେ ଲାଗୁ ହୋଇଥିବା କଟକଣା କିଛିକାଂଶରେ ପ୍ରତ୍ୟାହାର କରାଯାଇଛି। ଏବେ ସଂକ୍ରମଣ କମିଥିବାରୁ ଦିଲ୍ଲୀ ସରକାର କଟକଣା ହଟାଇଛନ୍ତି। ଦିଲ୍ଲୀ ସରକାର କିଛି ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି। ରାଜଧାନୀରେ ସପ୍ତାହାନ୍ତ କର୍ଫ୍ୟୁ ଉଠାଇ ଦିଆଯାଇଛି। ଏହା ବ୍ୟତୀତ ବର୍ତ୍ତମାନ ସିନେମା ହଲ୍ ଗୁଡିକ ୫୦ ପ୍ରତିଶତ କ୍ଷମତା ସହିତ ଖୋଲିବାକୁ ଅନୁମତି ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1643336749.jpg)