Advertisment

ପୂଜା ଖେଡକର୍‌ଙ୍କୁ ଜୋରଦାର୍‌ ଝଟକା; ମଉଜ କରୁଥିଲେ, ଏବେ ଚାକିରିରୁ ବିଦା ହେଲେ

ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ବଡ଼ ଝଟକା। ପୂଜାଙ୍କୁ ତତ୍କାଳ ଭାବେ ଆଇଏଏସ୍‌ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର।

ଅଦ୍ୟତନ ହୋଇଛି
Puja Khedkar

Puja Khedkar

Advertisment

ବିବାଦୀୟ ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କୁ ବଡ଼ ଝଟକା। ପୂଜାଙ୍କୁ ତତ୍କାଳ ଭାବେ ଆଇଏଏସ୍‌ ପଦରୁ ବିଦା କରିଛନ୍ତି କେନ୍ଦ୍ର ସରକାର। ପୂଜା ଖେଡକରଙ୍କ ବିରୋଧରେ ଆଇଏଏସ୍ (ପ୍ରୋବେସନ୍) ନିୟମ, ୧୯୯୫ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ମହାରାଷ୍ଟ୍ର କ୍ୟାଡରର ପୂର୍ବତନ ଆଇଏଏସ୍ ଟ୍ରେନି ଥିଲେ।

Advertisment

ପୂଜା ଓବିସି ଓ ଦିବ୍ୟାଙ୍ଗ କୋଟାର ଅପବ୍ୟବହାର କରି ପ୍ରଶାସନିକ ସେବା ପରୀକ୍ଷାରେ ଫାଇଦା ହାସଲ କରିଥିବା ଅଭିଯୋଗ ହୋଇଥିଲା। ଏହା ଜଣାପଡିହା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ର ସରକାର ପୂଜା ଖେଡକରଙ୍କୁ ତୁରନ୍ତ ଭାରତୀୟ ପ୍ରଶାସନିକ ସେବାରୁ ବହିଷ୍କାର କରିଛନ୍ତି। ପୂର୍ବରୁ ପୂର୍ବତନ ଆଇଏଏସ୍ ଅଫିସର ପୂଜା ଖେଡକରଙ୍କ ଆଗୁଆ ଜାମିନ ଆବେଦନକୁ ୟୁପିଏସସି ଏବଂ ଦିଲ୍ଲୀ ପୋଲିସ ବିରୋଧ କରିଥିଲେ।

ୟୁପିଏସି ଜୁଲାଇ ୩୧ରେ ପୂଜା ଖେଡକରଙ୍କ ପ୍ରୋଭିଜନାଲ ପ୍ରାର୍ଥିତ୍ୱ ମନୋନୟନକୁ ରଦ୍ଦ କରିଦେଇଥିଲେ । ଏଥିସହ ତାଙ୍କୁ ଭବିଷ୍ୟତରେ କମିଶନ ପକ୍ଷରୁ ଆୟୋଜିତ ସମସ୍ତ ପରୀକ୍ଷାରୁ ବଞ୍ଚିତ ରଖାଯାଇଛି । ଠକେଇ ଓ ଓବିସି ଓ ଭିନ୍ନକ୍ଷମ କୋଟା ର ଦୁରୁପଯୋଗ ଅଭିଯୋଗରେ ପୂଜା ଖେଡକର ଏବେ ଅନ୍ତରୀଣ ଜାମିନରେ ଅଛନ୍ତି।

Advertisment

ପୂଜାଙ୍କୁ ନେଇ ଥିବା ବିବାଦ କ’ଣ ?

୨୦୨୩ ଟ୍ରେନି ଆଇଏଏସ୍ ଅଫିସର ପୂଜା ଖେଡକର ୟୁପିଏସ୍‌ସି ୟୁପିଏସ୍‌ସି ପରୀକ୍ଷାରେ ମନୋନୀତ ହେବା ପାଇଁ ଜାଲିଆତି କରିଥିବା ଅଭିଯୋଗ ହୋଇଥିଲା।।ସେ ନିଜକୁ ଶାରୀରିକ ଅକ୍ଷମ ଏବଂ ଓବିସି ବର୍ଗ ଦର୍ଶାଇଥିଲେ। ପୁଣେରେ ପୋଷ୍ଟ କରିବା ସମୟରେ ଖେଡକର ମଧ୍ୟ ଅଧିକାରର ଅପବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

ଏହାପରେ ୟୁପିଏସ୍‌ସିର ଅଭିଯୋଗ ପରେ ଦିଲ୍ଲୀ ପୁଲିସ ପୂଜାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ତାଙ୍କ ମେଡିକାଲ ସାର୍ଟିଫିକେଟରେ ଅନେକ ତ୍ରୁଟି ଥିବା ଜଣାପଡିଛି। ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଁ ଆବେଦନ କରିବା ସମୟରେ ସେ ଦୁଇଟି ଭିନ୍ନ ନାମ ଦର୍ଶାଇଥିଲେ।

Advertisment

୨୦୧୯ରେ ପୂଜା ଅହମ୍ମଦନଗର ଜିଲ୍ଲା ଡାକ୍ତରଖାନାରୁ ଦୃଷ୍ଟିହୀନ ସାର୍ଟିଫିକେଟ୍ ହାସଲ କରିଥିଲେ। ୨୦୨୧ମସିହାରେ ସେହି ଡାକ୍ତରଖାନାରୁ ଉଭୟ ଦୃଷ୍ଟି ଶକ୍ତି ସମସ୍ୟା ଓ ମାନସିକ ରୋଗ ନେଇ ପ୍ରମାଣପତ୍ର ପାଇଥିଲେ। ୨୦୨୨ମସିହାରେ ପିମ୍ପରିସ୍ଥିତ ଯଶବନ୍ତ ରାଓ ଚୌହାନ ମେମୋରିଆଲ ହସ୍ପିଟାଲରୁ ବାମ ଆଣ୍ଠୁରେ ସମସ୍ୟା ଥିବା ଦର୍ଶାଇ ସାର୍ଟିଫିକେଟ୍ ବାହାର କରିଥିଲେ। ସାର୍ଟିଫିକେଟ୍ ପାଇଁ ଆବେଦନ କରିବା ସମୟରେ ଖେଡକର ନିଜକୁ ପିମ୍ପରି-ଚିଞ୍ଚୱାଡ଼ାର ବାସିନ୍ଦା ବୋଲି ଦାବି କରି ଏକ ନକଲି ରାସନ କାର୍ଡ ଦେଖାଇଥିଲେ।

Central Government IAS Officer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ