Advertisment

ୱାନ୍‌ ନେସନ୍‌ ୱାନ୍‌ ପୋଲ୍‌କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ

ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ରିପୋର୍ଟକୁ ମଂଜୁର କରିଛି କେନ୍ଦ୍ର କ୍ୟାବିନେଟ ।

ଅଦ୍ୟତନ ହୋଇଛି
 One Nation One Election

One Nation One Election

Advertisment

ଏକ ରାଷ୍ଟ୍ର, ଏକ ନିର୍ବାଚନ। ୱାନ ନେସନ ୱାନ ପୋଲକୁ କେନ୍ଦ୍ର କ୍ୟାବିନେଟ ଆଜି ମଞ୍ଜୁରୀ ଦେଇଛି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଦେଇଥିବା ରିପୋର୍ଟକୁ ମଂଜୁର କରିଛି କେନ୍ଦ୍ର କ୍ୟାବିନେଟ । ଏହି ବ୍ୟବସ୍ଥା ପ୍ରଧାନମନ୍ତ୍ରୀଙ୍କ ଚଳିତ କାର୍ଯ୍ୟକାଳ ମଧ୍ୟରେ ଲାଗୁ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ବର୍ଷର ସ୍ବାଧୀନତା ଦିବସ ଅଭିଭାଷଣରେ ଏ କଥା ଉଠାଇଥିଲେ । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ତାଙ୍କ ରିପୋର୍ଟ ସରକାରଙ୍କ ନିକଟରେ ଦାଖଲ କରିଥିଲେ।

Advertisment

ଏକସଙ୍ଗେ ଲୋକସଭା ଓ ବିଧାନସଭା ନିର୍ବାଚନ କରାଯିବା ପାଇଁ କମିଟି ସୁପାରିଶ କରିଛି । ବାରମ୍ବାର ନିର୍ବାଚନ ଦେଶର ପ୍ରଗତିରେ ଅନ୍ତରାୟ ସୃଷ୍ଟି କରୁଥିବା ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ । ବିଜେପିର ନିର୍ବାଚନ ଇସ୍ତାହାରରେ 'ଗୋଟିଏ ଦେଶ ଗୋଟିଏ ନିର୍ବାଚନ' ପ୍ରସଙ୍ଗ ସ୍ଥାନ ପାଇଥିଲା । ତେଣୁ ସରକାର ଏହାକୁ ଲାଗୁ କରିବାକୁ ଚାହୁଁଛନ୍ତି । 

Advertisment

Union Cabinet One Nation-one Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ