Advertisment

'ରାଜୀବ ଗାନ୍ଧୀ ଫାଉଣ୍ଡେସନ'ର FCRA ଲାଇସେନ୍ସ ବାତିଲ, ହୋଇପାରେ ସିବିଆଇ ଯାଞ୍ଚ

ଗାନ୍ଧୀ ପରିବାର ସହ ଜଡିତ ଏକ ସଂସ୍ଥା ଉପରେ ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି କେନ୍ଦ୍ର ସରକାର ।

author-image
Prangyan Parimita
ଅଦ୍ୟତନ ହୋଇଛି
Rajiv Gandhi Foundation

Rajiv Gandhi Foundation

'ରାଜୀବ ଗାନ୍ଧୀ ଫାଉଣ୍ଡେସନ'ର ଲାଇସେନ୍ସ ରଦ୍ଦ । ଗାନ୍ଧୀ ପରିବାର ସହ ଜଡିତ ରାଜୀବ ଗାନ୍ଧୀ ଫାଉଣ୍ଡେସନ (RGF) ଏବଂ ରାଜୀବ ଗାନ୍ଧୀ ଚାରିଟେବୁଲ ଟ୍ରଷ୍ଟ (RGCT)ର ବୈଦେଶିକ ଯୋଗଦାନ ନିୟମାବଳୀ (FCRA) ଲାଇସେନ୍ସକୁ ବାତିଲ କରିଛନ୍ତି କେନ୍ଦ୍ର ସରକାର । ବିଦେଶୀ ପାଣ୍ଠିରେ ଅନିୟମିତତା ଦର୍ଶାଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏନେଇ ଆଗାମୀ ସମୟରେ ସିବିଆଇ ଯାଞ୍ଚ ହୋଇପାରେ ବୋଲି କୁହାଯାଉଛି ।

Advertisment

ଗୃହ ମନ୍ତ୍ରଣାଳୟ ସୂତ୍ର ଅନୁଯାୟୀ, ଜୁଲାଇ ୨୦୨୦ରେ ମନ୍ତ୍ରଣାଳୟ ଭିତରେ ଏକ ଯାଂଚ କମିଟି ଗଠନ କରିଥିଲା ମନ୍ତ୍ରଣାଳୟ । ଆଉ ସେହି ରିପୋର୍ଟକୁ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି । ଯାଂଚ କମିଟିରେ MHA, ED, ସିବିଆଇ ଏବଂ ଆୟକର ଅଧିକାରୀମାନେ ସାମିଲ ହୋଇଥିଲେ । ବର୍ତ୍ତମାନ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଫିସକୁ ଏଫସିଆରଏ ଲାଇସେନ୍ସ ବାତିଲ ହୋଇଥିବା ନେଇ ନୋଟିସ ପଠାଯାଇଛି ।

ପୂର୍ବତନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ରାଜୀବ ଗାନ୍ଧୀ ଫାଉଣ୍ଡେସନର ଅଧ୍ୟକ୍ଷ ଅଛନ୍ତି । ଏହାର ଅନ୍ୟତମ ଟ୍ରଷ୍ଟି ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । RGF ୱେବସାଇଟ୍‌ର ସୂଚନା ଅନୁସାରେ ଏହି ସଂଗଠନ ୧୯୯୧ରେ ସ୍ଥାପନା କରାଯାଇଥିଲା ।

Advertisment

ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଭିଜନ୍‌ ପୂରଣ ପାଇଁ ରାଜୀବ ଗାନ୍ଧୀ ଫାଉଣ୍ଡେସନ୍ (ଆରଜିଏଫ୍) ପ୍ରତିଷ୍ଠା କରାଯାଇଥିଲା । ଫାଉଣ୍ଡେସନର ଅଫିସିଆଲ୍ ୱେବସାଇଟ୍ rgfindia.org ରେ ଉପଲବ୍ଧ ସୂଚନା ଅନୁସାରେ ୧୯୯୧ ରୁ ୨୦୦୯ ପର୍ଯ୍ୟନ୍ତ ଏହି ଫାଉଣ୍ଡେସନ ସ୍ୱାସ୍ଥ୍ୟ, ସାକ୍ଷରତା, ସ୍ୱାସ୍ଥ୍ୟ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା, ମହିଳା ଏବଂ ଶିଶୁ ବିକାଶ, ଭିନ୍ନକ୍ଷମଙ୍କୁ ସହାୟତା, ପଞ୍ଚାୟତି ରାଜ ମୁଦ୍ଦା ଉପରେ କାମ କରିଛି ।

ସୂଚନାଯୋଗ୍ୟ ଜୁନ୍ ୨୦୨୦ରେ ବିଜେପି ଏହି ସଂସ୍ଥା ବିରୋଧରେ ବିଦେଶୀ ପାଣ୍ଠିରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଥିଲା ।  ରାଜୀବ ଗାନ୍ଧୀ ଫାଉଣ୍ଡେସନକୁ ଚୀନ୍‌ ଅର୍ଥ ପ୍ରଦାନ କରିଥିବା ତତ୍କାଳୀନ ଆଇନ ମନ୍ତ୍ରୀ ତଥା ବିଜେପି ନେତା ରବି ଶଙ୍କର ପ୍ରସାଦ ଦାବି କରିଥିଲେ । ନିୟମ ଅନୁଯାୟୀ ସରକାରଙ୍କ ବିନା ଅନୁମତିରେ କୌଣସି ଦଳ ବିଦେଶରୁ ଟଙ୍କା ନେଇ ପାରିବେ ନାହିଁ। ଏହି ଦାନ ପାଇଁ ସରକାରଙ୍କ ଅନୁମୋଦନ ନିଆଯାଇଛି କି ନାହିଁ କଂଗ୍ରେସ ସ୍ପଷ୍ଟ କରିବା ଉଚିତ ବୋଲି ସେ କହିଥିଲେ ।

ରାଜୀବ ଗାନ୍ଧୀ ଫାଉଣ୍ଡେସନର ୨୦୦୫-୦୬ରେ ଦାତାମାନାଙ୍କ ଏକ ତାଲିକା ରହିଛି । ଏଥିରେ ଚୀନ୍‌ର ଦୂତାବାସ ତରଫରୁ ଦାନ କରାଯାଇଥିବା ସ୍ପଷ୍ଟ ଭାବେ ଲେଖାଯାଇଥିବା ବିଜେପି ନେତା ଦାବି କରିଥିଲେ। ଚୀନ୍‌ରୁ ଏହି ଫାଉଣ୍ଡେସନ୍‌କୁ ୯୦ ଲକ୍ଷ ଟଙ୍କା ଅର୍ଥ ପ୍ରଦାନ କରାଯାଇଥିବା ସେ ଅଭିଯୋଗ କରିଥିଲେ ।

Rajiv Gandhi Foundation
Advertisment
Advertisment