Advertisment

ଉଜ୍ଜ୍ୱଳା ହିତାଧିକାରୀଙ୍କ ଲାଗି ଗ୍ୟାସ ଦର କମାଇଲା କେନ୍ଦ୍ର

ବଢ଼ୁଥିବା ଦରଦାମରେ ଘାଣ୍ଟି ହେଉଥିବା ଲୋକଙ୍କ ଦୁର୍ଦ୍ଦଶା ଦେଖି ଦର କମାଯାଇଛି।

Ujjwala Yojana beneficiaries

Ujjwala Yojana beneficiaries

Advertisment

ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ୨୦୦ଟଙ୍କା ସବସିଡି ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ପ୍ରଧାମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ନଅ କୋଟିରୁ ଅଧିକ ହିତାଧିକାରୀଙ୍କୁ ବର୍ତ୍ତମାନ ସିଲିଣ୍ଡର ପିଛା ୨୦୦ଟଙ୍କା ସବସିଡି ଦିଆଯିବ। ଫଳରେ ଆମ ମା ଏବଂ ଭଉଣୀମାନଙ୍କୁ ସାହାଯ୍ୟ ହେବ ବୋଲି ସେ କହିଛନ୍ତି। ସବସିଡି କମିବା ପରେ ବାର୍ଷିକ ପ୍ରାୟ ୬୧୦୦ କୋଟି ରାଜସ୍ୱ ବୋଝ ପଡ଼ିବ।

Advertisment

ପେଟ୍ରୋଲ ଲିଟର ପିଛା କେନ୍ଦ୍ରୀୟ ଏକ୍ସାଇଜ୍ ଶୁଳ୍କ ୮ଟଙ୍କା ଓ ଡିଜେଲ ଲିଟର ପିଛା ୬ ଟଙ୍କା ହ୍ରାସ କରାଯାଇଛି ବୋଲି ସେ କହିଛନ୍ତି । ଫଳରେ ପେଟ୍ରୋଲର ମୂଲ୍ୟ ଲିଟର ପିଛା ୯.୫୦ ଟଙ୍କା ଏବଂ ଡିଜେଲର ଲିଟର ପିଛା ୭ ଟଙ୍କା ହ୍ରାସ ପାଇବ। 

ଆସନ୍ତାକାଲି ସକାଳ ୬ଟାରୁ ନୂଆ ଦର ଲାଗୁ ହେବ। ଷ୍ଟିଲରେ ବ୍ୟବହୃତ କଞ୍ଚାମାଲ ଉପରେ ଆମଦାନୀ ଶୁଳ୍କ କମିବ। ସିମେଣ୍ଟର ଦରହ୍ରାସ ପାଇଁ ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। 

Advertisment
Ujjwala-yojana Ujjwala Gas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ