Advertisment

ପେଟ୍ରୋଲ୍, ଡିଜେଲ କ୍ଷତିକୁ ଭରଣା କରିବ କେନ୍ଦ୍ର

ଦେଶରେ କୋଭିଡ୍ ମହାମାରୀ ସ୍ଥିତି ସୁଧୁରୁଥିବା ବେଳେ ନିବେଶ, ଭିତ୍ତିଭୂମି ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଅର୍ଥମନ୍ତ୍ରୀ।ମହାମାରୀର ଦ୍ୱିତୀୟ ଲହର ପରେ ଦେଶର ଅର୍ଥନୀତିରେ ବଡ ଧରଣର ସୁଧାର ଆସିଥିବା ସେ କହିଛନ୍ତି।

Finance minister Nirmala Sitharaman

Finance minister Nirmala Sitharaman

Advertisment

ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଦାମ କମିଲେ ଏଥିରେ ହେଉଥିବା କ୍ଷତି ବହନ କରିବ କେନ୍ଦ୍ର। କୋଭିଡ୍ ପରବର୍ତ୍ତୀ ଅର୍ଥନୀତିର ସୁଧାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ/ଅର୍ଥ ମନ୍ତ୍ରୀମାନଙ୍କୁ ନେଇ ଆୟୋଜିତ ଭିଡିଓ କନଫରେନ୍ସିଂ ବୈଠକରେ ଏ ସ୍ପଷ୍ଟୀକରଣ ରଖିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥ ମନ୍ତ୍ରୀ କହିଛନ୍ତି ମୁଖ୍ୟମନ୍ତ୍ରୀମାନଙ୍କ ପକ୍ଷରୁ ଆସିଥିବା ପ୍ରସ୍ତାବକୁ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛି।

Advertisment

ନଭେମ୍ବର ୨୨ରେ ରାଜ୍ୟମାନଙ୍କୁ ଅତିରିକ୍ତ ୪୭ ହଜାର ୫୪୧ କୋଟି ଦେବାକୁ କହିଛି। ନିୟମିତ ପ୍ରାପ୍ୟ ୪୭ ହଜାର ୫୪୧ କୋଟିକୁ ମିଶାଇ ମୋଟ ୯୫ ହଜାର ୮୨ କୋଟି ପାଇବେ। ସମସ୍ତ କ୍ଷତି କେନ୍ଦ୍ର ବହନ କରିବ, ରାଜ୍ୟମାନଙ୍କର ପ୍ରାପ୍ୟ କମିବ ନାହିଁ।

ଦେଶରେ କୋଭିଡ୍ ମହାମାରୀ ସ୍ଥିତି ସୁଧୁରୁଥିବା ବେଳେ ନିବେଶ, ଭିତ୍ତିଭୂମି ଏବଂ ଆର୍ଥିକ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେବାକୁ ଆହ୍ୱାନ ଦେଇଛନ୍ତି ଅର୍ଥମନ୍ତ୍ରୀ।ମହାମାରୀର ଦ୍ୱିତୀୟ ଲହର ପରେ ଦେଶର ଅର୍ଥନୀତିରେ ବଡ ଧରଣର ସୁଧାର ଆସିଥିବା ସେ କହିଛନ୍ତି। ଏଥିସହ ପ୍ରକଳ୍ପ ପାଇଁ ସରଳ ଜମି ଅଧିଗ୍ରହଣ ନୀତି ଏବଂ ଲ୍ୟାଣ୍ଡ ବ୍ୟାଙ୍କ ପ୍ରତିଷ୍ଠା ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।

Advertisment
Petrol-Diesel Price New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ