Advertisment

୧୪ ମୋବାଇଲ ଆପ୍ ବ୍ୟାନ କଲେ କେନ୍ଦ୍ର ସରକାର

ଜାତୀୟ ସୁରକ୍ଷା ଆଇନକୁ ଅନୁକରଣ ନ କରି ଭାରତୀୟ ଆଇନ ବିରୋଧରେ ଯାଇ ଏସବୁ ଆପ କାମ କରୁଥିଲା । ପୂର୍ବରୁ ଟିକଟିକ୍ ସମେତ ୧୩୮ଟି ମୋବାଇଲ ମେସିଜିଂ ଆପକୁ କେନ୍ଦ୍ର ସରକାର ବ୍ୟାନ କରି ସାରିଛନ୍ତି।

ଅଦ୍ୟତନ ହୋଇଛି
Centre Blocks 14 Mobile Messenger Apps

center ban 14 mobile messaging app

Advertisment

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ବ୍ୟବହାର ହେଉଥିଲା ମେସେଜିଂ ଆପ୍। ଆତଙ୍କବାଦୀଙ୍କୁ ପାକିସ୍ତାନରୁ ଦିଆଯାଉଥିଲା ସିଧା ମେସେଜ୍। ପାକିସ୍ତାନରେ ରହି କାଶ୍ମୀରକୁ କରାଯାଉଥିଲା ଟାର୍ଗେଟ। ଆତଙ୍କବାଦୀଙ୍କୁ ମେସେଜ ପଠାଯାଉଥିବା ୧୪ଟି ମୋବାଇଲ ଆପ୍ ବ୍ୟାନ କଲେ କେନ୍ଦ୍ର ସରକାର।

Advertisment

ଏଗୁଡ଼ିକ ହେଲା ବି-ଚାର୍ଟ, ମିଡିଆ ଫାୟାର୍, ସେକେଣ୍ଡ ଲାଇନ ସମେତ ୧୪ଟି ମୋବାଇଲ ମେସେଜିଂ ଆପ। ଆତଙ୍କୀ କାର୍ଯ୍ୟକଳାପକୁ ବନ୍ଦ କରିବା ଓ ଜାମ୍ମୁ-କଶ୍ମୀରରେ ବଢି ଚାଲିଥିବା ଆତଙ୍କୀ ଆକ୍ରମଣ ଉପରେ ରୋକ ଲଗାଇବା ପାଇଁ ସରକାର ଏପରି ପଦକ୍ଷେପ ନେଇଛନ୍ତି ।

ଜାତୀୟ ସୁରକ୍ଷା ଆଇନକୁ ଅନୁକରଣ ନ କରି ଭାରତୀୟ ଆଇନ ବିରୋଧରେ ଯାଇ ଏସବୁ ଆପ କାମ କରୁଥିଲା । ପୂର୍ବରୁ ଟିକଟିକ୍ ସମେତ ୧୩୮ଟି ମୋବାଇଲ ମେସିଜିଂ ଆପକୁ କେନ୍ଦ୍ର ସରକାର ବ୍ୟାନ କରି ସାରିଛନ୍ତି। 

Advertisment

ଗତ ଏପ୍ରିଲ ୨୦ରେ ଜାମ୍ମୁ-କାଶ୍ମୀରର ରାଜୌରୀ ଇଲାକାରେ ଥିବା ଭିମ୍ବର ଗଲି ଏବଂ ପୁଞ୍ଛ ଘାଟି ରାସ୍ତାରେ ଯାଉଥିବା ବେଳେ ଅଚାନକ ଆତଙ୍କବାଦୀମାନେ ସେନା ଗାଡ଼ି ଉପରକୁ ଆକ୍ରମଣ କରିଥିଲେ । ଗାଡ଼ିକୁ ଆଖିବୁଜା ଗ୍ରେନେଡ୍ ମାଡ଼ କରିଥିଲେ ଆତଙ୍କବାଦୀ । ବର୍ଷା ଏବଂ ଲୋ-ଭିଜିବିଲିଟିର ଫାଇଦା ନେଇଥିଲେ ଆତଙ୍କବାଦୀ। 

Mobile App Terror Attack Messaging App
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ