ଆସନ୍ତାକାଲି ହେବ ଜେନେରାଲ ବିପିନ ରାଓ୍ୱତଙ୍କ ଅନ୍ତିମ ସଂସ୍କାର

 ଏହି ଦୁର୍ଘଟଣା ସଂପର୍କରେ ଆଜି ସଂସଦରେ ବିବୃତି ରଖିପାରନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।

Child priests of Sant Pashupatinath Ved School in Patna pay homage to those killed in an IAF chopper crash

ନୂଆଦିଲ୍ଲୀ: ଦେଶର ପ୍ରଥମ ସିଡିଏସ୍ ଜେନେରାଲ୍ ବିପିନ ରାଓ୍ୱତଙ୍କ ଅକାଳ ବିୟୋଗରେ ସ୍ତବ୍ଧ ହୋଇ ପଡିଛି ସାରା ଦେଶ। ଆସନ୍ତାକାଲି ହେବ ଜେନେରାଲ ବିପିନ ରାଓ୍ୱତଙ୍କ ଅନ୍ତିମ ସଂସ୍କାର। ଦିଲ୍ଲୀ କ୍ୟାଣ୍ଟନମେଣ୍ଟରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ବିପିନ ରାଓ୍ୱତଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ। ଆଜି ସଂଧ୍ୟା ସୁଦ୍ଧା ପ୍ରତିରକ୍ଷା ବିଭାଗର ଏକ ବିମାନରେ ଜେନେରାଲ ବିପିନ ରାଓ୍ୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀ ଅଣାଯିବ। ଆସନ୍ତାକାଲି ଜେନେରାଲ ବିପିନ ରାଓ୍ୱତଙ୍କ ବାସଭବନରେ ତାଙ୍କ ପାର୍ଥିବ ଶରୀରକୁ ଅନ୍ତିମ ଦର୍ଶନ ଲାଗି ରଖାଯିବ।

ସକାଳ ୧୧ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଶେଷ ଦର୍ଶନ କରିପାରିବେ ଲୋକେ। ଏହାପରେ ବିପିନ ରାଓ୍ୱତଙ୍କ ପାର୍ଥିବ ଶରୀରକୁ ନେଇ ଦିଲ୍ଲୀର କାମରାଜ ନଗରଠାରୁ ବ୍ରାର୍ ସ୍କୋୟେରା ପର୍ଯ୍ୟନ୍ତ ଶୋଭାଯାତ୍ରା କରାଯିବ। ବ୍ରାର୍ ସ୍କୋୟାର ଥିବା ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ ହେବ। ତାମିଲନାଡ଼ୁ କୁନ୍ନୁର ନିକଟରେ ହୋଇଥିବା ଚପର୍ ଦୁର୍ଘଟଣାରେ ଜେନେରାଲ୍ ରାଓ୍ୱତ୍, ପତ୍ନୀ ମଧୁଲିକା ରାଓ୍ବତଙ୍କ ସମେତ ୧୩ ଜଣଙ୍କ ଜୀବନ ଯାଇଥିବା ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି।

ସେପଟେ ଗ୍ରୁପ୍ କ୍ୟାପ୍ଟେନ୍ ବରୁଣ ସିଙ୍ଗ୍ ଆହତ ହୋଇ ୱେଲିଂଟନ୍ ମିଲିଟାରି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଏହି ଦୁର୍ଘଟଣା ସଂପର୍କରେ ଆଜି ସଂସଦରେ ବିବୃତି ରଖିପାରନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ସେ ଅଘଟଣ ନେଇ ଖବର ପାଇବା ପରେ ବରିଷ୍ଠ ସେନାଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବା ସହ ଜେନେରାଲ୍ ରାଓ୍ୱତଙ୍କ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନକୁ ଯାଇଥିଲେ ଜେନେରାଲ ରାଓ୍ୱତଙ୍କ ପରଲୋକରେ ଉତ୍ତରାଖଣ୍ଡ ସରକାର ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।  

ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ଏବଂ ପ୍ରତିରକ୍ଷା ସଚିବ ଲଏଡ ଅଷ୍ଟିନ ଜେନେରେଲା ବିପିନ ରାଓ୍ୱତଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି। ଭାରତର ପ୍ରତିରକ୍ଷା ପ୍ରମୁଖ ଜେନେରାଲ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଏବଂ ସହକର୍ମୀଙ୍କ ମୃତ୍ୟୁରେ ଗଭୀର ସମବେଦନା ଜ୍ଞାପନ କରୁଛି ବୋଲି କହିଛନ୍ତି ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଂକେନ୍।  ରାଓ୍ୱତ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବାକୁ ସର୍ବଦା କାଯର୍ୟ କରି ଆସିଛନ୍ତି ବୋଲି କହିଛନ୍ତି ବ୍ଲିଂକେନ୍। ସେହିପରି ପ୍ରତିରକ୍ଷା ସଚିବ ଅଷ୍ଟିନ ମଧ୍ୟ  ସିଡିଏସ୍ ବିପିନ ରାଓ୍ୱତଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି।