Advertisment

ସାମ୍ନାକୁ ଆସିଲା CCTV ଫୁଟେଜ୍‌: ରାସ୍ତା ଉପରେ ଛଟପଟ ହେଉଥିଲେ ଅଞ୍ଜଳି, ଛୁ’ ମାରିଥିଲା ସାଙ୍ଗ...

ଦିଲ୍ଲୀ ସୁଲତାନପୁରୀର କଞ୍ଜାୱାଲା ଅଞ୍ଚଳରେ ହୋଇଥିବା ଭୟଙ୍କର ଦୁର୍ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଦୁର୍ଘଟଣା ବେଳେ ଅଞ୍ଜଳି ସିଂଙ୍କ ସହ ତାଙ୍କର ସାଙ୍ଗ ଥିଲେ।

ଅଦ୍ୟତନ ହୋଇଛି
CCTV Shows Delhi Woman Was With Friend But Fled After Accident

CCTV Shows Delhi Woman Was With Friend But Fled After Accident

Advertisment

ଦିଲ୍ଲୀ ସୁଲତାନପୁରୀର କଞ୍ଜାୱାଲା ଅଞ୍ଚଳରେ ହୋଇଥିବା ଭୟଙ୍କର ଦୁର୍ଘଟଣାର ଏକ ନୂଆ ମୋଡ଼ ସାମ୍ନାକୁ ଆସିଛି। ଦୁର୍ଘଟଣା ବେଳେ ଅଞ୍ଜଳି ସିଂଙ୍କ ସହ ତାଙ୍କର ସାଙ୍ଗ ଥିଲେ। ଦିଲ୍ଲୀ ପୋଲିସ୍‌ ଯେତେବେଳେ ମୃତ ଅଞ୍ଜଳିଙ୍କ ରୁଟ୍‌ ଟ୍ରେସ୍‌ କରିଥିଲେ ସେତେବେଳେ ଜଣାପଡ଼ିଥିଲା, ତାଙ୍କ ସହ ସ୍କୁଟିରେ ଆଉ ଜଣେ ଯୁବତୀ ଥିଲେ। ଯେଉଁଦିନ ଦୁର୍ଘଟଣାରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିଲା ସେହିଦିନ ସମ୍ପୃକ୍ତ ଯୁବତୀ ସ୍କୁଟିର ପଛ ପଟେ ବସିଥିଲେ।

Advertisment

ଅଧିକ ପଢ଼ନ୍ତୁ: ତୀବ୍ର ବେଗରେ ଗାଡ଼ି ଦଉଡ଼ାଉଥିଲେ ୫ ସୈତାନ : ପିଚୁ ରାସ୍ତାରେ ଘୋଷାଡ଼ି ହୋଇ . . 

ଦୁର୍ଘଟଣା ଦିନ ଅଞ୍ଜଳିଙ୍କ ସହ ଥିଲେ ଅନ୍ୟ ଜଣେ ଯୁବତୀ...

ପୋଲିସ୍‌ ସୂଚନା ଅନୁସାରେ, ଦୁର୍ଘଟଣା ପରେ ଉକ୍ତ ଯୁବତୀ ଆହତ ହୋଇଥିଲେ ଓ ଘଟଣାସ୍ଥଳରୁ ଛୁ’ ମାରିଥିଲେ। ଭୟଭୀତ ହୋଇ ଯୁବତୀ ଜଣକ ଅଞ୍ଜଳିଙ୍କୁ ଛାଡ଼ି ପଳାଇଥିଲେ ବୋଲି ସୂଚନା ମିଳିଛି। ହେଲେ ଅଞ୍ଜଳିଙ୍କ ଗୋଡ଼ କାର୍‌ର ଆକ୍ସେଲ୍‌ରେ ଫସି ଯାଇଥିଲା। ଫଳରେ କାର୍‌ ଭିତରେ ଥିବା ଅଭିଯୁକ୍ତମାନେ ଅଞ୍ଜଳିଙ୍କୁ ଘୋଷାଡ଼ି ଘୋଷାଡ଼ି ୧୩ କି.ମି. ଯାଏ ନେଇଥିଲେ। ଘଟଣା ଦିନ ଅଞ୍ଜଳିଙ୍କ ସହ ଥିବା ଯୁବତୀଙ୍କୁ ପୋଲିସ୍‌ ଟ୍ରେସ୍‌ କରିଛି ଓ ଖୁବ୍‌ଶୀଘ୍ର ତାଙ୍କର ବୟାନ ରେକର୍ଡ କରାଯିବ ବୋଲି ସୂଚନା ମିଳିଛି।

Advertisment

ସେପଟେ ଦୁର୍ଘଟଣାର ପ୍ରାୟ ୧୫ ମିନିଟ୍‌ ପୂର୍ବର ଏକ CCTV ଫୁଟେଜ୍‌ ସାମ୍ନାକୁ ଆସିଛି। ରାତି ୧ଟା ୪୫ ମିନିଟ୍‌ରେ ହୋଟେଲ୍‌ରୁ ନୂଆବର୍ଷ ପାର୍ଟି ସାରି ଅଞ୍ଜଳି ଓ ତାଙ୍କ ସାଙ୍ଗ ବାହାରିଥିଲେ। ଅଞ୍ଜଳି ଗୋଲାପୀ ରଙ୍ଗର ଟି-ସାର୍ଟ ପିନ୍ଧି ଥିବାବେଳେ ନିଧି ଲାଲ୍‌ ରଙ୍ଗର ଟି-ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ନିଧି ସ୍କୁଟି ଚଲାଉ ଥିବାବେଳେ ଅଞ୍ଜଳି ପଛରେ ବସିଥିଲେ। କିଛି ବାଟ ଯିବା ପରେ ଅଞ୍ଜଳି ସ୍କୁଟି ଚଲାଇବା ପାଇଁ କହିଥିଲେ। ଏହାପରେ ଅଞ୍ଜଳି ସ୍କୁଟି ଚଲାଇ ଥିଲେ ଓ ନିଧି ପଛ ପଟେ ବସିଥିଲେ। ଏହି ସମୟରେ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାରେ ଅଞ୍ଜଳିଙ୍କ ମୃତ୍ୟୁ ହୋଇଥିବା ବେଳେ ନିଧି ସାମାନ୍ୟ ଆହତ ହୋଇଥିଲେ। ହେଲେ ଘଟଣାସ୍ଥଳରୁ ସେ ଛୁ’ ମାରିଥିଲେ।

Advertisment

ଭୟଙ୍କର ଥିଲା ଦୁର୍ଘଟଣା...

ମିଳିଥିବା ସୂଚନା ଅନୁସାରେ, ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ସେମାନେ କହିଛନ୍ତି ଯେ, ଅମିତ ତାଙ୍କ ସାଙ୍ଗଙ୍କ ଗାଡ଼ି ନେଇକି ଆସିଥିଲେ ଓ ସମସ୍ତେ ମିଶି ନୂଆବର୍ଷ ପାଳନ ପାଇଁ ପ୍ଲାନ୍‌ କରିଥିଲେ। ମୁରଥଲ୍‌ ଯିବା ପାଇଁ ଯୋଜନା ହୋଇଥିଲା। ହେଲେ ସେଠାରେ ଭିଡ଼ ଯୋଗୁ ଖାଇବା ମିଳିନଥିଲା। ଏହାପରେ ୫ ଜଣ ପୁଣି ଘରକୁ ଫେରିଥିଲେ। ମୁରଥଲ୍‌ ଯା’ଆସ ସମୟରେ ଗାଡ଼ିରେ ସମସ୍ତେ ମଦ୍ୟପାନ କରିଥିଲେ। 

ପୋଲିସ୍‌ ସୂଚନା ଅନୁସାରେ, ଯେତେବେଳେ ମନୋଜ ମିତ୍ତଲଙ୍କୁ ଘରକୁ ଛାଡ଼ିବା ପାଇଁ ବାହାରିଥିଲେ ସେହି ସମୟରେ କାର୍‌ ଓ ସ୍କୁଟି ମୁହାଁମୁହିଁ ଧକ୍କା ହୋଇଥିଲା। ରାତି ପ୍ରାୟ ସାଢ଼େ ୨ଟା ବେଳେ ଦୁର୍ଘଟଣା ଘଟିଥିଲା। ମୁହାଁମୁହିଁ ଧକ୍କା ପରେ କାର୍‌ ସାମ୍ନାରେ ସ୍କୁଟି ଥିଲା। ଗାଡ଼ିକୁ ବ୍ୟାକ୍‌ କରାଯିବା ବେଳେ ଏହି ସମୟରେ ଗାଡ଼ିର ଚକା ତଳେ ଅଞ୍ଜଳିଙ୍କ ଗୋଡ଼ ଫସି ଯାଇଥିଲା ଓ ୧୩ କି.ମି. ଯାଏ ଘୋଷାଡ଼ି ହୋଇ ସେ ପଳାଇଥିଲେ। 

ମୃତକ ଅଞ୍ଜଳିଙ୍କ ପରିବାର ଅମାନ ବିହାରର ବାସିନ୍ଦା । ଘରେ ମା, ଦୁଇ ଭାଇ ଏବଂ ଚାରି ଭଉଣୀ । ଦୁଇ ସାନ ଭାଇଙ୍କ ବୟସ ୯ ବର୍ଷ ଓ ୧୩ ବର୍ଷ । ବାପାଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ଜଣେ ଭଉଣୀ ବିବାହିତ । ଅଞ୍ଜଳିଙ୍କ ମୃତ୍ୟୁ ପରେ ପରିବାର ଲୋକ ବର୍ତ୍ତମାନ ସ୍ଥାଣୁ ପାଲଟିଯାଇଛନ୍ତି । କେହି କିଛି କହିବା ଅବସ୍ଥାରେ ନାହାଁନ୍ତି । ପୋଲିସ ସୂଚନା ଅନୁସାରେ, ମୃତକଙ୍କ ମା କେବଳ ଡିସିପିଙ୍କ ସହ ଘଟଣା ସମ୍ପର୍କରେ କଥା ହୋଇଛନ୍ତି । ଏହି ହୃଦୟଥରା ଘଟଣା ପରେ ଦିଲ୍ଲୀ ମହିଳା କମିଶନ୍ ଅଧ୍ୟକ୍ଷା ସ୍ୱାତୀ ମାଲିଓ୍ୱାଲ ଦିଲ୍ଲୀ ପୋଲିସ୍‌କୁ ସମନ କରିଛନ୍ତି।

Road Accident Accident Hit And Run Case Hit And Run Case In Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ