Advertisment

କେଜ୍ରିୱାଲଙ୍କୁ ସିବିଆଇ ସମନ, ୧୬ରେ ହାଜର ନିର୍ଦ୍ଦେଶ

ଏହା ପଛରେ କେନ୍ଦ୍ରରେ କ୍ଷମତାସୀନ ବିଜେପିର ହାତ ଥିବା ଅଭିଯୋଗ କରି ଆସୁଛି AAP ।

ଅଦ୍ୟତନ ହୋଇଛି
CBI summons Delhi CM Arvind Kejriwal

Kejriwal

Advertisment

କେଜ୍ରିୱାଲଙ୍କୁ ସିବିଆଇ ସମନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖିଆ ଅରବିନ୍ଦ କେଜ୍ରିୱାଲଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଛି । ଦିଲ୍ଲୀରେ ଲାଗୁ କରାଯାଇଥିବା ନୂଆ ଅବକାରୀ ନିୟମ ନେଇ କେଜ୍ରିୱାଲଙ୍କୁ ଆସନ୍ତା ଏପ୍ରିଲ ୧୬ ତାରିଖରେ ପଚରାଉଚରା କରିବା ପାଇଁ ସିବିଆଇ ନୋଟିସ କରିଛି । ସକାଳ ପ୍ରାୟ ୧୧ଟା ବେଳେ କେଜ୍ରିୱାଲଙ୍କୁ ଡାକିଛି ସିବିଆଇ । 

Advertisment

ଦିଲ୍ଲୀର ତଥାକଥିତ ଅବକାରୀ ନୀତି ଦୁର୍ନୀତି ମାମଲାର ତଦନ୍ତ ଉଭୟ ସିବିଆଇ ଓ ଇଡି କରୁଛନ୍ତି । ଏହା ପୂର୍ବରୁ ଗତ ଫେବ୍ରୁଆରୀ ୨୬ ତାରିଖରେ ଦିଲ୍ଲୀ ଡେପୁଟି ସିଏମ୍‌ ମନିସ ସିସୋଦିଆଙ୍କୁ ସିବିଆଇ ଗିରଫ କରିଛି । ସେ ଜେଲରେ ଥିବା ବେଳେ ଇଡି ମଧ୍ୟ ତାଙ୍କୁ ବିଧିବଦ୍ଧ ଭାବେ ଗିରଫ କରିଥିଲା। ଏବେ ସେ ଜେଲରେ ରହିଛନ୍ତି। ଏହା ପଛରେ କେନ୍ଦ୍ରରେ କ୍ଷମତାସୀଦନ ବିଜେପିର ହାତ ଥିବା ଅଭିଯୋଗ କରି ଆସୁଛି AAP । ଏହାକୁ ନେଇ ରାଜନୀତି ଜୋର ଧରିଥିବା ବେଳେ ସିବିଆଇ କେଜ୍ରିୱାଲଙ୍କୁ ସମନ କରିଛି।

ଦିଲ୍ଲୀର କ୍ଷମତାସୀନ ଆପ୍‌ ସରକାର ୨୦୨୧ରେ ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ତେବେ ଏଥିରେ ବ୍ୟାପକ ଦୁର୍ନୀତି ହୋଇଥିବା ଆଶଙ୍କା କରି ଦିଲ୍ଲୀର ଉପ ରାଜ୍ୟପାଳ ଭିକେ ସକ୍ସେନା ସିବିଆଇ ତଦନ୍ତର ସୁପାରିସ କରିଥିଲେ। ଏହି ଘଟଣାରେ ୧୧ ଜଣ ଅବକାରୀ ଅଧିକାରୀଙ୍କୁ ମଧ୍ୟ ସେ ନିଲମ୍ବିତ କରିଥିଲେ। ସିବିଆଇ ଏଫଆଇଆର ରୁଜୁ କରି ତଦନ୍ତ କରୁଥିବା ବେଳେ ଇଡି ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମନୀଷ ସିସୋଦିଆ ବୋଲି ସିବିଆଇ ଓ ଇଡି ସେମାନଙ୍କ ଏଫଆଇଆରରେ କହିଛନ୍ତି। 

Advertisment

୨୦୨୧ ନଭେମ୍ବର ୧୭ରେ ଆପ୍‌ ସରକାର ନୂଆ ଅବକାରୀ ନୀତି ଲାଗୁ କରିଥିଲେ। ହେଲେ ବିବାଦ ଯୋଗୁଁ ୨୦୨୨ ଜୁଲାଇ ମାସ ଶେଷ ଭାଗରେ ଏହାକୁ ପ୍ରତ୍ୟାହାର କରି ନିଆଯାଇଥିଲା।

CBI Arvind Kejriwal AAP
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ