Advertisment

ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ତଦନ୍ତ କରିବ ସିବିଆଇ

ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ସିବିଆଇ ତଦନ୍ତ ହେବ।  ଏଥିପାଇଁ ଉତ୍ତର ପ୍ରଦେଶ ସରକାର ସିବିଆଇକୁ ସୁପାରିଶ କରିଛନ୍ତି । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର କାରଣକୁ ନେଇ ଏଯାଏ ସସ୍ପେନ୍ସ ରହିଛି ।

Akhada Parishad Chairman Narendra Giri

Akhada Parishad Chairman Narendra Giri

Advertisment

ଲକ୍ଷ୍ନୌ : ଅଖିଳ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର ସିବିଆଇ ତଦନ୍ତ ହେବ।  ଏଥିପାଇଁ ଉତ୍ତର ପ୍ରଦେଶ ସରକାର ସିବିଆଇକୁ ସୁପାରିଶ କରିଛନ୍ତି । ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁର କାରଣକୁ ନେଇ ଏଯାଏ ସସ୍ପେନ୍ସ ରହିଛି । ବାଘମ୍ବରୀ ମଠରୁ ସନ୍ଦେହଜନକ ଅବସ୍ଥାରେ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ସହ ଏକ ୧୫ ପୃଷ୍ଠାର ସୁଇସାଇଡ୍ ନୋଟ ଜବତ ହୋଇଥିଲା ।

Advertisment

ଏହି ଘଟଣାରେ ପୋଲିସ ମହନ୍ତ ନରେନ୍ଦ୍ର ଗିରିଙ୍କ ମୁଖ୍ୟ ଶିଷ୍ୟ ଆନନ୍ଦ ଗିରିଙ୍କୁ ଗିରଫ କରି ପଚରାଉଚରା କରୁଛି  । ତାଙ୍କର ଆଉ ୨ ସହଯୋଗୀଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ।  ୟୁପି ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଦଳ ବା SIT ଗଠନ କରି ମାମଲାରେ ତଦନ୍ତ କରୁଥିଲା, ଏବେ ସିବିଆଇ ତଦନ୍ତ କରିବ।  ଗତକାଲି ବାଘମ୍ବରୀ ଆଶ୍ରମ ପରିସରରେ ମହନ୍ତ ନରେନ୍ଦ୍ର ଗିରିଙ୍କୁ ସମାଧି ଦିଆଯାଇଛି।

ସୂଚନା ଥାଉ କି, ନରେନ୍ଦ୍ରଗିରିଙ୍କ ମୃତ୍ୟୁ ମାମଲାର କୌଣସି ସୁରାକ ପୋଲିସ ହାତରେ ଏ ଯାଏ ଲାଗିନି। ଏ ପର୍ଯ୍ୟନ୍ତ ପୋଲିସ ଏବଂ ଏସଆଇଟିର ତଦନ୍ତକାରୀ ଟିମ କେବଳ ନରେନ୍ଦ୍ର ଗିରିଙ୍କ ଶିଷ୍ୟ ଆନନ୍ଦ ଗିରିଙ୍କ ପାଖରେ ଅଟକି ଯାଇଛି। ତଦନ୍ତର ଧାରା ଆଉ ଆଗକୁ ଯାଇନି। ଉତ୍ତର ପ୍ରଦେଶ ଗୃହ ବିଭାଗ ଏକ ଟୁଇଟ କରି କହିଛି, ପ୍ରୟାଗରାଜରେ ଆଖଡା ପରିଷଦର ଅଧ୍ୟକ୍ଷ ମହନ୍ତ ନରେନ୍ଦ୍ର ଗିରିଙ୍କ ଦୁଃଖଦ ମୃତ୍ୟୁ ତଦନ୍ତ ଦାୟିତ୍ୱ  ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଆଦେଶ ଅନୁସାରେ ସିବିଆଇକୁ ଦିଆଯାଇଛି। 

Advertisment

 ଗତକାଲି ସ୍ୱରୂପ ରାଣୀ ନେହରୁ ହସ୍ପିଟାଲରେ ନରେନ୍ଦ୍ର ଗିରିଙ୍କ ଶବ ବ୍ୟବଚ୍ଛଦ କରାଯାଇଥିଲା। ଫାଶୀରୁ ତାଙ୍କର ମୃତ୍ୟୁ ଘଟିଥିବା ପ୍ରାଥମିକ ରିପୋର୍ଟ ଆସିଥିଲେ ହେଁ ରହସ୍ୟ ଉପରୁ ପରଦା ହଟିନି। ୭୨ ବର୍ଷୀୟ ସନ୍ଥ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ତଦନ୍ତ ଜାରି ରଖିଛି ୟୁପି ପୋଲିସ। ନରେନ୍ଦ୍ର ଗିରିଙ୍କ ସୁଇସାଇଡ୍ ନୋଟରୁ ସାନ ମହନ୍ତ ଆନନ୍ଦ ଗିରି ସନ୍ଦେହ ଘେରକୁ ଆସିଥିବା ବେଳେ, ତାଙ୍କୁ ଗିରଫ କରି ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସେପଟେ ତାଙ୍କ ବିଳାସପୂର୍ଣ୍ଣ ଜୀବନକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି।

Advertisment

ନରେନ୍ଦ୍ର ଗିରିଙ୍କ ମୃତଦେହକୁ ଗତକାଲି ଭୂ-ସମାଧି ଦିଆଯାଇଛି। ମହନ୍ତଙ୍କ ଶେଷ ଇଚ୍ଛା ଅନୁଯାୟୀ ତାଙ୍କୁ ଗତକାଲି ବାଘମ୍ବରୀ ଆଶ୍ରମ ପରିସରରେ ଥିବା ଏକ  ଲେମ୍ବୁ ଗଛ ନିକଟରେ ତାଙ୍କୁ ଭୂ-ସମାଧି ଦିଆଯାଇଛି। ଏହା ପୂର୍ବରୁ ଏଠାରେ ତାଙ୍କ ଗୁରୁ ଭଗବାନ ଗିରିଙ୍କୁ ମଧ୍ୟ ସମାଧି ଦିଆଯାଇଥିଲା। ପୋଷ୍ଟ ମର୍ଟମ ଶେଷ ହେବା ପରେ ମହନ୍ତଙ୍କ ପାର୍ଥୀବ ଶରୀରକୁ ଗଙ୍ଗା ସ୍ନାନ କରାଯାଇଥିଲା। ଏହା ପରେ ତାଙ୍କୁ ଆଶ୍ରମକୁ ଅଣାଯାଇଥିଲା। ପଦ୍ମାସନ ମୁଦ୍ରାରେ ସମସ୍ତ ବିଧି ବିଧାନ ଅନୁସାରେ ତାଙ୍କୁ ସମାଧି ଦିଆଯାଇଥିବା ଆଶ୍ରମ ପକ୍ଷରୁ ସୂଚନା ଦିଆଯାଇଛି। 

.

Mahant Narendra Giri Narendra Giri Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ