Advertisment

ଯୌନ ନିର୍ଯାତନା ଅଭିଯୋଗରେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା

ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସୋଲାର ପ୍ରୋଜେକ୍ଟ ପାଇଁ ପରିଦର୍ଶନରେ ଯାଉଥିଲେ, ସେହି ସମୟରେ ଅଭିଯୁକ୍ତମାନେ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ଏସବୁ ଘଟଣା ମନ୍ତ୍ରୀଙ୍କ ସରକାରୀ ବାସଭବନ, ଏମ୍‌ଏଲଏ ହଷ୍ଟେଲ ଓ ହୋଟେଲ ରୁମ୍‌ରେ ଘଟିଥିଲା।

ଅଦ୍ୟତନ ହୋଇଛି
ଯୌନ ନିର୍ଯାତନା ଅଭିଯୋଗରେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା

Senior Congress leader and former Kerala Chief Minister Oommen Chandy |

Advertisment

କୋଚି: ଯୌନ ନିର୍ଯାତନା ଅଭିଯୋଗରେ କେରଳ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାମଲା। ମହିଳାଙ୍କୁ ଯୌନ ଦେଇଥିବା ଅଭିଯୋଗରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ମାମଲା ରୁଜୁ କରିଛି ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନ୍‌ଭେଷ୍ଟିଗେସନ୍(ସିବିଆଇ)। ଅଲ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ସାଧାରଣ ସମ୍ପାଦକ କେସି ଭେନୁଗୋପାଳ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ୍ ଚାଣ୍ଡି, କଂଗ୍ରେସ ସାଂସଦ ଅଦୂର ପ୍ରକାଶ, ହିବି ଇଡେନ୍, କଂଗ୍ରେସ ଏମ୍‌ଏଲ୍‌ଏ ଏପି ଅନିଲ କୁମାରଙ୍କ ବିରୋଧରେ ସିବିଆଇ ମାମଲା ରୁଜୁ କରାଯାଇଛି।  ଏମାନଙ୍କ ନାଁରେ ସୋଲାର ପ୍ରୋଜେକ୍ଟରେ ଜଡିତ ଜଣେ ମହିଳାଙ୍କୁ ଉଦ୍ୟୋଗୀଙ୍କୁ ଯୌନ ନିର୍ଯାତନା ଦେଇଥିବା ନେଇ ଅଭିଯୋଗ ହୋଇଥିଲା। ଏହାସହ ବିଜେପିର ଜାତୀୟ ଉପସଭାପତି ଏପି ଅବଦୁଲ୍ଲା କୁଟ୍ଟି ନାଁ ମଧ୍ୟ ରହିଛି।  

Advertisment

ସିବିଆଇ ଏନେଇ ଥିରୁବନନ୍ତପୁରମ୍ ଓ କୋଚିରେ ଥିବା ଚିଫ୍ ଜୁଡିସିଆଲ ମାଜିଷ୍ଟ୍ରେଟ୍ କୋର୍ଟରେ ମାମଲା ଦାଖଲ କରିଛି। ଥିରୁବନନ୍ତପୁରମ୍ ସିବିଆଇ ତଦନ୍ତ ଆରମ୍ଭ କରିଛି। ଏହା ପୂର୍ବରୁ ମାମଲାକୁ ରାଜ୍ୟ ସରକାର ସିବିଆଇକୁ ହସ୍ତାନ୍ତର କରିଥିଲେ। 

ପୀଡିତା ଜଣକ କହିଛନ୍ତି ଯେ ଯେତେବେଳେ ସୋଲାର ପ୍ରୋଜେକ୍ଟ ପାଇଁ ପରିଦର୍ଶନରେ ଯାଉଥିଲେ, ସେହି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ ଦେଖା କରିଥିଲେ। ମନ୍ତ୍ରୀ ବିଭିନ୍ନ ବାହାନାରେ ନିଜ ଫାର୍ମକୁ ଡାକି ଯୌନ ନିର୍ଯାତନା ଦେବା ସହ ସୋଲାର ପ୍ରକଳ୍ପରେ ବେଆଇନ୍ କାମ ପାଇଁ ବାଧ୍ୟ କରିଥିଲେ। ଏପରିକି ଅନ୍ୟ ଅଭିଯୁକ୍ତମାନେ ନିର୍ଯାତନା ଦେବା ସହ ଏହି ବେଆଇନ କାମରେ ସାମିଲ ଥିଲେ। ସେତେବେଳେ ଏସବୁ ଘଟଣା ମନ୍ତ୍ରୀଙ୍କ ସରକାରୀ ବାସଭବନ, ଏମ୍‌ଏଲଏ ହଷ୍ଟେଲ ଓ ହୋଟେଲ ରୁମ୍‌ରେ ଘଟିଥିଲା। ଏନେଇ ପୋଲିସ ଗତ ୨୦୧୮ରେ ମାମଲା ରୁଜୁ କରିଥିଲା।  ସେତେବେଳେ କଂଗ୍ରେସ ‍କ୍ଷମତାରେ ଥିବା ସମୟରେ ଏହି ଘଟଣା ଘଟିଥିଲା। 

Advertisment
India News CBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ