Advertisment

୮ ଦିନିଆ ରିମାଣ୍ଡରେ ସନ୍ଦୀପ ଘୋଷ

ସନ୍ଦୀପ ଘୋଷଙ୍କ ରିମାଣ୍ଡରେ ଯାଇଥିବା ଅନ୍ୟ ୩ ଜଣ ହେଲେ ବିପ୍ଲବ ସିଂହ, ସୁମନ ହଜାରା ଓ ଅଫସର ଅଲ୍ଲୀ ଖାନ୍ । ଏହି ୪ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଅଦ୍ୟତନ ହୋଇଛି
Sandip Ghosh

Sandip Ghosh

Advertisment

ଆରଜି କର ମେଡିକାଲ କଲେଜ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ରିମାଣ୍ଡରେ ନେଇଛି ସିବିଆଇ । ଆର୍ଥିକ ଅନିୟମିତତା ମାମଲାରେ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଓ ସହାୟତା କରିଥିବା ଅନ୍ୟ ତିନିଜଣଙ୍କୁ ସିବିଆଇ ଆଜି କୋଲକାତା ସ୍ଥିତ ଅଲ୍ଲୀପୁର ଜଜ୍ କୋର୍ଟରେ ହାଜର କରିଥିଲା । କୋର୍ଟ ମାମଲାର ଶୁଣାଣି କରି ସମସ୍ତଙ୍କୁ ୮ ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି ।

Advertisment

ସନ୍ଦୀପ ଘୋଷଙ୍କ ରିମାଣ୍ଡରେ ଯାଇଥିବା ଅନ୍ୟ ୩ ଜଣ ହେଲେ ବିପ୍ଲବ ସିଂହ, ସୁମନ ହଜାରା ଓ ଅଫସର ଅଲ୍ଲୀ ଖାନ୍ । ଏହି ୪ ଅଭିଯୁକ୍ତଙ୍କୁ ଆସନ୍ତା ୧୦ ତାରିଖରେ କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଅଭିଯୁକ୍ତ ମାନଙ୍କ ପକ୍ଷରୁ କରାଯାଇଥିବା ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ । ଆରଜି କର ମେଡିକାଲ କଲେଜରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ପରେ ଏହି ଅଭିଯୁକ୍ତମାନେ ସିବିଆଇ ରାଡାରକୁ ଆସିଥିଲେ । ଘଟଣାର ତଦନ୍ତ କରି ସିବିଆଇ କଲେଜରେ ଆର୍ଥିକ ହେରଫେର ମାମାଲରେ ସମସ୍ତଙ୍କୁ ଗିରଫ କରିଛି ।

Advertisment

ସେପଟେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ଚାଲିଥିବା ବ୍ୟାପକ ଆନ୍ଦୋଳନ ମଧ୍ୟରେ 'ଅପରାଜିତା' ବିଲ୍ ପାରିତ କରିଛନ୍ତି ପଶ୍ଚିମବଙ୍ଗ ସରକାର। ଏହା ସହ ପଶ୍ଚିମବଙ୍ଗ ଦେଶର ପ୍ରଥମ ରାଜ୍ୟ ଭାବରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅପରାଧ ସହ ଜଡିତ କେନ୍ଦ୍ରୀୟ ଆଇନରେ ସଂଶୋଧନ ଆଣିଛି ।

ବିଧାନସଭାରେ 'ଅପରାଜିତା' ବିଲ୍ ପାରିତ ହେବା ପରେ ରାଜ୍ୟପାଳ ସିଭି ଆନନ୍ଦ ବୋସ୍ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅନୁମୋଦନ କ୍ରମେ ଆଇନରେ ପରିଣତ ହେବ । 'ଅପରାଜିତା ମହିଳା ଏବଂ ଶିଶୁ ବିଲ୍' ୨୦୨୪ ଆଇନ ଅନୁସାରେ, ଦୁଷ୍କର୍ମ ଓ ଗଣଦୁଷ୍କର୍ମର ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ। ୨୧ ଦିନ ମଧ୍ୟରେ ମାମଲାର ବିଚାର କରାଯାଇ ଦୋଷୀକୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ଏହା ବ୍ୟତୀତ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ବିନା ପାରୋଲ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ।

Advertisment

ସେହିପରି ଏସିଡ୍ ଆଟାକ୍ ଏବଂ ପୀଡାତାଙ୍କ ପରିଚୟ ପ୍ରକାଶ କରିଥିଲେ ଦଣ୍ଡ ବ୍ୟବସ୍ଥା ରହିଛି । ଆରଜି କର ହସ୍ପିଟାଲର ଜଘନ୍ୟ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଆନ୍ଦୋଳନ ମଧ୍ୟରେ ବିଧାନସଭାରେ ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ବସି ଏହି ବିଲ୍ ପାରିତ ହୋଇଛି ।

CBI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ