/odishatv-khabar/media/post_attachments/uploadimage/library/16_9/16_9_0/IMAGE_1681822857.jpg)
Car Owner Coats Car With Cow Dung To Beat The Heat
ସବୁଠି ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତିରୁ ରକ୍ଷା ପାଇବା ଲାଗି ଲୋକମାନେ ନାନା ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି । କିଏ ଘର ଛାତରେ ନଡ଼ା ପକାଇଲାଣି ତ କିଏ ଥଣ୍ଡା ପାଇଁ ଧଳା ଚୂନ ମାରିଲାଣି । ଆଉ କାରରେ ଥିଲେ ଏସି ଲାଗିବା ନିଚିତ । ତେବେ ଯେଉଁମାନେ କାରରେ ଏସି ଲଗାଇବାକୁ ପସନ୍ଦ କରନ୍ତି ନାହିଁ, ସେମାନଙ୍କ ପାଇଁ ଅଭିନବ ଉପାୟ ଗ୍ରହଣ କରିଛନ୍ତି ମଧ୍ୟପ୍ରଦେଶର ଜଣେ ଡାକ୍ତର । ସେହି ଉପାୟ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ।
କାର ସାରା ଗୋବରର ପ୍ରଲେପ ଲଗାଯାଇଛି । ଅସହ୍ୟ ତାତିରୁ କାରକୁ ରକ୍ଷା କରିବା ପାଇଁ, ତଥା କାର ଭିତରକୁ ଥଣ୍ଡା ରଖିବା ଲାଗି ଏଭଳି ଉପାୟ ଅବଲମ୍ବନ କରିଛନ୍ତି ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଡାକ୍ତର ସୁଶୀଲ ସାଗର । ତାଙ୍କ କହିବା ଅନୁସାରେ, ସୂର୍ଯ୍ୟଙ୍କ କିରଣ ଯେଭଳି ସିଧାସଳଖ ଗାଡି ଭିତରେ ନ ପଡିବ ସେଥିଲାଗି ଲେପ ଦିଆଯାଇଛି । ଏହାଦ୍ୱାରା କାର୍ ଭିତରେ କୁଲିଂ ଆହୁରି ଭଲ ରହିବ । ଏହା ତାପମାତ୍ରାକୁ ସନ୍ତୁଳିତ କରିଥାଏ । ଗୋବରର ଲେପ ଏସି ବଦଳରେ ବେଶ୍ ଭଲ କାମ କରିଥାଏ ବୋଲି ଡାକ୍ତର ସୁଶୀଲ କହିଛନ୍ତି ।
ଡାକ୍ତର ସୁଶୀଲ ସାଗର ପେସାରେ ଜଣେ ହୋମିଓପାଥି ଚିକିତ୍ସକ । ସେ ୨୦୧୬ ମସିହାରୁ ସାଗର ଜିଲ୍ଲାର ଖୋରେଇ ହସ୍ପିଟାଲରେ କାର୍ଯ୍ୟରତ ଅଛନ୍ତି । ସୁଶୀଲଙ୍କର ଖରାରୁ ବର୍ତ୍ତିବାର ଏହି ଅଭିନବ ପ୍ରୟାସ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯେଉଁମାନେ ଏସି ପସନ୍ଦ କରନ୍ତି ନାହିଁ ସେମାନେ ଏହି ଉପାୟକୁ ବ୍ୟବହାର କରିପାରନ୍ତି ବୋଲି ସୁଶୀଲ କୁହନ୍ତି । ତେବେ ପାଣି ନବାଜିଲେ ପ୍ରାୟ ୧ରୁ ୨ମାସ ପର୍ଯ୍ୟନ୍ତ ଏହି ଲେପ ଗାଡିରେ ରହିଥାଏ ବୋଲି ମଧ୍ୟ ସେ କହିଛନ୍ତି ।
କାରରେ ଲାଗିଛି ଗୋବର ପ୍ରଲେପ । ଅସହ୍ୟ ତାତିରୁ କାରକୁ ଥଣ୍ଡା ରଖିବା ପାଇଁ ଅଭିନବ ଉପାୟ । ମଧ୍ୟପ୍ରଦେଶ ସାଗର ଜିଲ୍ଲାର ଡାକ୍ତର ସୁଶୀଲ ସାଗରଙ୍କ ପ୍ରାକୃତିକ ଉପାୟ #Car#CowDungpic.twitter.com/OprM94VuAp
— ଓଟିଭି (@otvkhabar) April 18, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)