Advertisment

ଅମଣିଷ, ବିବେକ ହୀନ, ନିଷ୍ଠୁର, ରାକ୍ଷସ; ଯାହା କହିଲେ ବି ଭୁଲ ହେବନି ! ଦେଖନ୍ତୁ ଭିଡିଓ..

ଅମଣିଷ, ବିବେକ ହୀନ, ନିଷ୍ଠୁର, ରାକ୍ଷସ । ଏଭଳି କିଛି ବି ଶବ୍ଦ ଏହି ବ୍ୟକ୍ତିକୁ କୁହାଗଲେ ଭୁଲ ହେବ ନାହିଁ । କାରଣ ଯେତେବେଳେ ଜଣେ ବ୍ୟକ୍ତି ଜାଣିଶୁଣି ନିଷ୍ଠୁର ଭାବେ ଜଣଙ୍କ ଉପରେ କାର ଚଢ଼ାଇ ଦିଏ ।

ଅମଣିଷ, ବିବେକ ହୀନ, ନିଷ୍ଠୁର, ରାକ୍ଷସ; ଯାହା କହିଲେ ବି ଭୁଲ ହେବନି ! ଦେଖନ୍ତୁ ଭିଡିଓ..

Car Hits Police Personnel

Advertisment

ପଟିଆଲା: ଅମଣିଷ, ବିବେକ ହୀନ, ନିଷ୍ଠୁର, ରାକ୍ଷସ । ଏଭଳି କିଛି ବି ଶବ୍ଦ ଏହି ବ୍ୟକ୍ତିକୁ କୁହାଗଲେ ଭୁଲ ହେବ ନାହିଁ । କାରଣ ଯେତେବେଳେ ଜଣେ ବ୍ୟକ୍ତି ଜାଣିଶୁଣି ନିଷ୍ଠୁର ଭାବେ ଜଣଙ୍କ ଉପରେ କାର ଚଢ଼ାଇ ଦିଏ । ସେହିଭଳି ବ୍ୟକ୍ତିଙ୍କୁ ଯେତେ କଟୁ ଶବ୍ଦ କହିଲେ ବି ଭୁଲ ହେବ ନାହିଁ । ଠିକ୍‌ ଏମିତି ଏକ ଘଟଣା ଘଟିଛି ପଞ୍ଚାବର ପଟିଆଲା ଅଞ୍ଚଳରେ ।

Advertisment

ଜଣେ ପୋଲିସ କର୍ମଚାରୀ ସିକ୍ୟୁରିଟି ଚେକ୍‌ ପାଇଁ ଏକ କାରକୁ ଅଟକାଉଥିଲେ । ହେଲେ କାର ଚାଳକ ତାଙ୍କ କଥାକୁ ଖାତିର କରିନଥିଲେ । ଅମାନିଆ ଭାବେ ଗାଡ଼ି ଚଳାଇଥିଲେ । ପୋଳିସ କର୍ମୀଙ୍କ କଥା ମାନି ଗାଡ଼ି ରଖିନଥିଲେ । ଏମିତିକି କାର ଆଗରେ ଛିଡ଼ା ହୋଇଥିବା ପୋଲିସ କର୍ମୀଙ୍କୁ ସେ ଗଡ଼ିରେ ଧକ୍କା ଦେଇ ଆଗକୁ ବଢ଼ିଥିଲେ । ଫଳରେ ପୋଲିସ କର୍ମୀ ଜଣଙ୍କ କିଛି ବାଟ କାର ସହ ଘସି ହୋଇ ଆଗକୁ ଯାଇ ପଡ଼ିଯାଇଥିଲେ । ଆଉ ଭାଇରାଲ ହୋଇଥିବା ଭିଡିଓରୁ ଯାହା ଜଣାପଡ଼ୁଛି ଯେ, ପୋଲିସ କର୍ମୀଙ୍କ ଗୋଡ଼ ଉପରେ କାର୍‌ର ପଛ ଚକା ଚଢ଼ିଯାଇଛି ।

Advertisment

ଏହି ଭିଡିଓଟି ସୋସିଆଲ ମିଡିଆରେ ଏବେ ଭାଇରାଲ ହେବା ସହ ବିଭିନ୍ନ ଆନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ପ୍ରକାଶ ପାଇଛି । ଭିଡିଓରେ ଆହୁରି ମଧ୍ୟ ଦେଖାଯାଇଛି ଯେ କାର ଆଗରେ ଏକ ପତାକା ଲାଗିଛି । ଯେଉଁଥିରୁ ଅନୁମାନ କରାଯାଉଛି ଯେ, ଏହା କୌଣସି ରାଜନୈତିକ ଦଳର ନେତାଙ୍ ଗାଡ଼ି ହୋଇଥାଇପାରେ । ଖାଲିସେତିକି ନୁହେଁ କାରଟି ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ମଧ୍ୟ ଦେଖାଯାଉଛି ।

Advertisment

Punjab Patiala
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ