Punjab Chief Minister Captain Amarinder Singh
ଚଣ୍ଡିଗଡ: କୃଷି ବିଲ୍କୁ ପୂରିଲା ୧ ବର୍ଷ । ଏନେଇ ଆଜି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କୃଷି ବିଲ୍କୁ ତୁରନ୍ତ ରଦ୍ଦ କରିବା ପାଇଁ ଦାବି କରିଛନ୍ତି। ଏଥିସହିତ କୃଷକ ମାନେ କିପରି ଆଗକୁ ବଢିବେ ସେ ନେଇ ଆଲୋଚନା କରିବା ପାଇଁ କେନ୍ଦ୍ରକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, କୃଷି ଆଇନ୍ ବିରୋଧରେ ପ୍ରତିବାଦ କରି ଅନେକ କୃଷକ ନିଜ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସମୟ ଆସିଛି, କେନ୍ଦ୍ର ସରକାର ନିଜର ଭୁଲ ବଝି କୃଷକ ତଥା ଦେଶର ସ୍ୱାର୍ଥକୁ ଦୃଷ୍ଟିରେ ରଖି ଆଇନକୁ ପ୍ରତ୍ୟାହାର କରିବା ଦରକାର ।ୟ
Also Read
ସୂଚନାଯୋଗ୍ୟ, ପଞ୍ଜାବର ଲୁଧିଆନାରେ ଥିବା କୃଷି ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ତୃତୀୟ ରାଜ୍ୟ ସ୍ତରୀୟ ଭର୍ଚୁଆଲ୍ କୃଷକ ମେଳାକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ । ଦୁଇ ଦିନିଆ ଏହି ମେଳାରେ ନଡ଼ା ଜଳିବାକୁ ସମ୍ବର୍ଣ୍ଣ ରୂପେ ବନ୍ଦ କରିବା ଉପରେ ଧ୍ୟାନ ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ଭାରତୀୟ ସମ୍ବିଧାନରେ ମୋଟ ୧୨୭ ଥର ସଂଶୋଧନ କରାଯାଇଛି। ତେବେ କୃଷି ଆଇନକୁ ରଦ୍ଦ କରିବା ଏବଂ ଏହାକୁ ନେଇ ଦେଖାଦେଇଥିବା ବିବାଦର ସମାଧାନ ପାଇଁ ପୁନର୍ବାର କାହିଁକି ସଂଶୋଧନ କରାଯାଇପାରିବ ନାହିଁ ? ୧୨୮ ଥର ସଂଶୋଧର କରିବାରେ ଅସୁବିଧା କ‘ଣ ଅଛି ବୋଲି ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ପ୍ରଶ୍ନ ଉଠାଇଥିଲେ ।
ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ଚାଷୀଙ୍କ ସହ ଯାହା ଘଟୁଛି ତାହା ଅତ୍ୟନ୍ତ ଦୁଃଖଦାୟକ ଅଟେ । ଗତ ନଭେମ୍ବରରେ ପଞ୍ଜାବର ଚାଷୀଙ୍କୁ ଦିଲ୍ଲୀ ଯିବାକୁ ବାରଣ କରିବା ପାଇଁ କେନ୍ଦ୍ର ତାଙ୍କୁ କହିଥିଲେ । ହେଲେ ବିରୋଧ କରିବା ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାର। କୃଷକମାନେ ନିଜ ହକ୍ ପାଇଁ ବିରୋଧ କରୁଛନ୍ତି । ଯାହା ଫଳରେ ସେମାନେ ପ୍ରତିବାଦରୁ ଓହରି ନଥିବାର ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ କହିଥିଲେ ।
ଏହାସହ ସେ କହିଥିଲେ ସେମାନେ କାହିଁକି ବିରୋଧ କରିବେ ନାହିଁ ? ମୁଁ ସେମାନଙ୍କୁ କିପରି ରୋକି ପାରିବି ? ଆଇନ୍ ବିରୁଦ୍ଧରେ ହୋଇଥିବା ଏହି ଲଢେଇରେ ସେ ମଧ୍ୟ କୃଷକଙ୍କ ପକ୍ଷରେ ଥିଲେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏବେ ପର୍ଯ୍ୟନ୍ତ ମଧ୍ୟ ମୃତ କୃଷକ ମାନଙ୍କ ପରିବାରକୁ କ୍ଷତିପୂରଣ ସହ ଚାକିରୀ ଯୋଗାଇ ଦିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us