Advertisment

ନ୍ୟାୟ ପାଇବେ ଦୁଷ୍କର୍ମ ପୀଡ଼ିତା; ନାବାଳିକା ଦୁଷ୍କର୍ମୀଙ୍କୁ ମିଳିବ ଫାଶିଦଣ୍ଡ

ଗୃହମନ୍ତ୍ରୀଙ୍କ ବିବୃତି ଅନୁସାରେ ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ । ସେହିପରି ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ ମିଳିବ । ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ।

ଅଦ୍ୟତନ ହୋଇଛି
Capital Punishment For Mob Lynching

Indian Criminal Laws

Advertisment

ବଦଳିବ ଭାରତୀୟ ଆଇନ୍‌ର କିଛି ବ୍ୟବସ୍ଥା । ଭାରତୀୟ ଆଇନ୍‌ ବ୍ୟବସ୍ଥାରେ ସଂସ୍କାର ଆଣାଯିବା ନେଇ କୁହାଯାଇଛି । ଦୋଷୀଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ତା କରାଯିବ । ଏନେଇ ନୂଆ ଫୌଜଦାରୀ ଆଇନ ସଂପର୍କରେ କେନ୍ଦ୍ର ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । ଗୃହରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଇନରେ ବ୍ୟାପକ ସଂସ୍କାର ଆଣାଯାଇଛି ବୋଲି କହିଛନ୍ତି ।

Advertisment

ଗୃହମନ୍ତ୍ରୀଙ୍କ ବିବୃତି ଅନୁସାରେ ଗଣଦୁଷ୍କର୍ମ କ୍ଷେତ୍ରରେ ଅପରାଧୀଙ୍କୁ ୨୦ ବର୍ଷ ବା ଆଜୀବନ ସଜା ମିଳିବ । ସେହିପରି ନୂଆ ଆଇନରେ ନାବାଳିକା ଗଣଦୁଷ୍କର୍ମୀଙ୍କୁ ମୃତ୍ୟୁଦଣ୍ଡ ମିଳିବ । ଭିଡ଼ ହିଂସା ପାଇଁ ୭ ବର୍ଷ, ଆଜୀବନ ବା ମୃତ୍ୟୁଦଣ୍ଡ ମିଳିବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ତାଙ୍କ ବିବୃତିରେ କହିଛନ୍ତି ।

ଅଧିକ ପଢ଼ନ୍ତୁ: ୯୦ ଦିନରେ ଚାର୍ଜସିଟ୍ ହେବ, ଇଂରେଜ ଅମଳର CRPC-IPC ହଟିବ

ସେହିପରି ଆଇପିସି, ସିଆର୍‌ପିସି ଏବଂ ଆଇଇଏ ହଟାଇବାକୁ ବ୍ୟବସ୍ଥା ହୋଇଛି । ଆଇପିସି, ସିଆରପିସି ହଟାଇବାକୁ ସଂସଦରେ ବିଲ୍ ଆଗତ କରାଯାଇଛି । ସଂସଦରେ ଗୃହମନ୍ତ୍ରୀ ଅମିତ ଶାହା ୩ଟି ବିଲ୍ ଆଗତ କରିଛନ୍ତି । ଆଇପିସି ହଟିବା ପରେ ତା’ ସ୍ଥାନରେ ଭାରତୀୟ ନ୍ୟାୟ ସଂହିତା-୨୦୨୩ ଅଣାଯିବ ।

Advertisment

ସିଆର୍‌ପିସି ହଟି ସ୍ଥାନ ନେବ ଭାରତୀୟ ନାଗରିକ ସୁରକ୍ଷା ସଂହିତା । ଆଇଇଏ ହଟି ତା’ ସ୍ଥାନରେ ଆସିବ ଭାରତୀୟ ସାକ୍ଷ୍ୟ ଅଧିନିୟମ । ବିଲ୍ ଆଗତ ବେଳେ ଗୃହମନ୍ତ୍ରୀ ଅମିତ ଶାହ ଏଭଳି ବକ୍ତବ୍ୟ ରଖିଛନ୍ତି । ସେ କହିଛନ୍ତି ଯେ, ଦଣ୍ଡ ଦେବା ନୁହେଁ, ସମସ୍ତଙ୍କୁ ନ୍ୟାୟ ଦେବା ହେଉଛି ଆଇନର ଉଦ୍ଦେଶ୍ୟ ।

Amit Shah Parliament Capital Punishment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ