Advertisment

କ୍ୟାନସର ଓ ବନ୍ଧ୍ୟାକରଣର କାରଣ ସାଜୁଛି ସାନିଟାରୀ ପ୍ୟାଡ୍ ! ଅଧ୍ୟୟନରେ ଭୟଙ୍କର ଖୁଲାସା

ସାନିଟାରୀ ପ୍ୟାଡରେ କେମିକାଲ ବ୍ୟବହାର ଯୋଗୁଁ ମହିଳାଙ୍କ ଠାରେ ବିଭିନ୍ନ ପ୍ରକାର ଭୟଙ୍କର ରୋଗ ହେଉଥିବା ସୂଚନା ।

ଅଦ୍ୟତନ ହୋଇଛି
Harmful Chemical In Sanitary Pad

Sanitary Pad

Advertisment

ମାସିକ ଋତୁସ୍ରାବ ସମୟରେ ବ୍ୟବହାର ହେଉଥିବା ସାନିଟାରୀ ପ୍ୟାଡରେ ହାନିକାରକ ରାସାୟନିକ । ବର୍ତ୍ତମାନ ସମୟରେ ଦେଶର ପ୍ରାୟ ମହିଳା, ଯୁବତୀ ଓ କିଶୋରୀ ସାନିଟାରୀ ପ୍ୟାଡ୍ ବ୍ୟବହାର କରୁଥିବା ବେଳେ ଏଭଳି ଭୟଙ୍କର ତଥ୍ୟ ହଇଚଇ ସୃଷ୍ଟି କରିଛି । ଇନଫେକ୍ସନ୍‌ ଭୟ ହେଉ କିମ୍ବା ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ଭାରତରେ କିଶୋର ଅବସ୍ଥାରେ ପ୍ରବେଶ କରୁଥିବା ପ୍ରତି ଚାରି ଜଣ ନାବାଳିକାଙ୍କ ମଧ୍ୟରୁ ତିନି ଜଣ ସାନିଟାରୀ ପ୍ୟାଡ୍‌ର ବ୍ୟବହାର କରନ୍ତି। ହେଲେ ନୂତନ ଅଧ୍ୟୟନ ଅନୁଯାୟୀ, ନାପକିନ୍ ବ୍ୟବହାର ଯୋଗୁଁ ମହିଳାଙ୍କଠାରେ କର୍କଟ ରୋଗ ଓ ବନ୍ଧ୍ୟାକରଣ ହେବାର ଆଶଙ୍କା ବଢ଼ୁଥିବା କୁହାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ଅନିୟମିତ ଋତୁସ୍ରାବକୁ ଦୂର କରିବ ଏହିସବୁ ଯୋଗାସନ

Environmental NGO Toxics Link ପକ୍ଷରୁ କରାଯାଇଥିବା ଏହି ଅନୁସନ୍ଧାନରେ ସାମିଲ ଥିବା ଡକ୍ଟର ଅମିତ କହିଛନ୍ତି, ' ପ୍ୟାଡରେ କାର୍ସିନୋଜେନ, ରିପ୍ରଡକ୍ଟିଭ୍‌ ଟକ୍ସିନ୍‌ ଏବଂ ଆଲର୍ଜେନ୍ ଭଳି ବିଷାକ୍ତ ରାସାୟନିକ ପଦାର୍ଥ ରହିଛି । ଫଳରେ ମାସିକ ଋତୁଶ୍ରାବ ସମୟରେ ପ୍ୟାଡ୍ ବ୍ୟବହାର କଲେ, ମହିଳାମାନଙ୍କ ଆଭ୍ୟନ୍ତରୀଣ ଅଙ୍ଗରେ ଏସବୁ ବିଷାକ୍ତ ପଦାର୍ଥ ପ୍ରବେଶ କରିଥାଏ । ଏହାଦ୍ୱାରା ମହିଳାମାନଙ୍କ ଠାରେ କର୍କଟ ଏବଂ ବନ୍ଧ୍ୟାକରଣ ରୋଗ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । କେବଳ ଏତିକି ନୁହେଁ ପ୍ୟାଡ୍ ବ୍ୟବହାର ଦ୍ୱାରା ଯୌନାଙ୍ଗକୁ ମଧ୍ୟ କ୍ଷତି ପହଞ୍ଚୁଛି ।

ଅଧ୍ୟୟନ ପାଇଁ ଦେଶରେ ପ୍ରାୟ ୧୦ଟି ବ୍ରାଣ୍ଡର ପ୍ୟାଡ୍ ଚୟନ କରାଯାଇଥିଲା । ଆଉ ସେହି ପ୍ୟାଡ୍‌ ଗୁଡ଼ିକ ବହୁତ ଲୋକପ୍ରିୟ ହୋଇଥିବା ସହ ବହୁଳ ବ୍ୟବହାର କରାଯାଉଛି । ହେଲେ ଏବେ ଏଥିରେ କ୍ଷତିକାରକ କେମିକାଲ ପାଇବା ପରେ ଆଶଙ୍କା ବୃଦ୍ଧି ପାଇଛି ।

Advertisment

ବର୍ତ୍ତମାନର ପରିସଂଖ୍ୟାନ ଅନୁଯାୟୀ, ଭାରତର ପ୍ରାୟ ୬୪ ପ୍ରତିଶତ ମହିଳା ସାନିଟାରୀ ପ୍ୟାଡ୍ ବ୍ୟବହାର କରୁଛନ୍ତି, ଯେଉଁଥିରୁ ଚାଳିଶ ପ୍ରତିଶତ ୧୫-୨୪ ବର୍ଷ । କେବଳ ଏତିକି ନୁହେଁ, ଦେଶରେ ସାନିଟାରୀ ପ୍ୟାଡର ବିକ୍ରି ୬୧୮.୪ ମିଲିୟନ ଡ଼ଲାର ପର୍ଯ୍ୟନ୍ତ ପହଞ୍ଚିଛି । ଏତେ ସଂଖ୍ୟାରେ ମହିଳା ସାନିଟାରୀ ନାପକିନ୍‌ ବ୍ୟବହାର କରୁଥିବା ବେଳେ ଏପରି ଖବର ସମସ୍ତଙ୍କ ମନରେ ଭୟ ସୃଷ୍ଟି କରୁଛି ।

Sanitary Napkin
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ