Advertisment

କୋର୍ଟରୁମ୍‌ରେ ଡ୍ରାମା, ସୁପ୍ରିମକୋର୍ଟ ଓକିଲଙ୍କୁ ଏମିତି କହିଲେ ପ୍ରଧାନ ବିଚାରପତି

ଆଜି ସୁପ୍ରିମକୋର୍ଟରେ NEET-UG ସମ୍ବନ୍ଧୀୟ ଆବେଦନର ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା ।

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

ଆଜି ସୁପ୍ରିମକୋର୍ଟରେ NEET-UG ସମ୍ବନ୍ଧୀୟ ଆବେଦନର ଶୁଣାଣି ଚାଲିଥିବା ବେଳେ ଏକ ଅଭାବନୀୟ ଘଟଣା ଘଟିଥିଲା । ନିଟ୍ ଉପରେ ଶୁଣାଣି ବେଳେ ଅଯଥା ହସ୍ତକ୍ଷେପ ପାଇଁ ଶୁଣାଣି ଚାଲିଥିବା ବେଳେ ହିଁ ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୁଡ୍ ବରିଷ୍ଠ ଓକିଲ ମାଥ୍ୟୁସ୍ ନେଡୁମ୍ପରାଙ୍କୁ ଟାଣି ନେଇଥିଲେ ।

Advertisment

ଏହି ମାମଲାରେ ଆବେଦନକାରୀଙ୍କ ମଧ୍ୟରୁ ଜଣେ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ନରେନ୍ଦ୍ର ହୁଡା ଥିଲେ । ସେ ନିଜର ପକ୍ଷ ରଖୁଥିବା ବେଳେ ହିଁ ତାଙ୍କ ଯୁକ୍ତିରେ ନେଡୁମ୍ପରା ବାଧା ଦେଇଥିଲେ । ଫଳରେ ପ୍ରଧାନ ବିଚାରପତିଙ୍କୁ ହସ୍ତକ୍ଷେପ କରିବାକୁ ପଡ଼ିଥିଲା ।

ଜଷ୍ଟିସ୍ ହୁଡା କହୁଥିବା ବେଳେ ମୋର କିଛି କହିବାର ଅଛି ବୋଲି କହି ହୁଡାଙ୍କ ଯୁକ୍ତିକୁ କାଟିଥିଲେ ନେଡୁମ୍ପରା । ଏଥିପାଇଁ ପ୍ରଧାନ ବିଚାରପତି ୱାଇ.ଏସ୍. ଚନ୍ଦ୍ରଚୁଡଙ୍କୁ ବିବାଦ ମଝିରେ କହିବାକୁ ପଡ଼ିଥିଲା । ହୁଡାଙ୍କ ଯୁକ୍ତି ସମାପ୍ତ କରିବା ପରେ ହିଁ କହିବାକୁ ସେ ନେଡୁମ୍ପରାଙ୍କୁ କହିଥିଲେ ।

Advertisment

କିନ୍ତୁ ନେଡୁମ୍ପରା ପ୍ରଧାନ ବିଚାରପତିଙ୍କୁ ଚ୍ୟାଲେଞ୍ଜ କରି କହିଥିଲେ ଯେ, ମୁଁ ଏଠାରେ ସବୁଠାରୁ ବରିଷ୍ଠ । ଏହା ପରେ ତାଙ୍କୁ ବାହାର କରିଦେବାକୁ ନିର୍ଦ୍ଦେଶ ଦେଇଥିଲେ ପ୍ରଧାନ ବିଚାରପତି । ଚେତାବନୀ ଦେଇ ସେ କହିଥିଲେ, କୋର୍ଟ ମୋ ଅଧ୍ୟକ୍ଷତାରେ ଅଛି । ଏହା ପରେ ସିକ୍ୟୁରିଟିଙ୍କୁ କହି ତାଙ୍କୁ ବାହାର କରିଦେଇଥିଲେ । ତେବେ ସିକ୍ୟୁରିଟିଙ୍କୁ କହିବା ପରେ ନେଡୁମ୍ପରା କହିଥିଲେ, ସେମାନଙ୍କୁ ଡାକିବା ଦରକାର ନାହିଁ ।

ତେବେ କଥା ଏତିକିରେ ସରିନଥିଲା । ଜଷ୍ଟିସ୍ ନେଡୁମ୍ପରା କହିଥିଲେ, ୧୯୭୯ରୁ ଏହା ଚାଲି ଆସୁଛି । ପରେ ପରେ ପ୍ରଧାନ ବିଚାରପତି କହିଥିଲେ, ଏହାକୁ ଏକ ନିର୍ଦ୍ଦେଶ ଭାବେ ମାନି ନିଅନ୍ତୁ । ନହେଲେ ମୋତେ ଏପରି କିଛି କରିବାକୁ ପଡ଼ିବ ଯାହା ଠିକ୍ ନୁହେଁ । ଅନ୍ୟ କୌଣସି ଓକିଲଙ୍କୁ ବାଧା ନଦେବାକୁ କହିଥିଲେ ।

Advertisment

ତେବେ ଏନେଇ ଜଷ୍ଟିସ୍ ନେଡୁମ୍ପରା କହିଥିଲେ, କୌଣସି ଭୁଲ ନକରିବା ସତ୍ତ୍ୱେ ଅନ୍ୟାୟ କରାଯାଇଛି । ପ୍ରଧାନ ବିଚାରପତି ତାଙ୍କୁ ଅପମାନିତ କରିଛନ୍ତି । ଏହା ସହ ସେ ଏକ ବାଇବେଲର ବାକ୍ୟ ମଧ୍ୟ ଉଦାହରଣ ଦେଇ କହିଛନ୍ତି, “ପିତା, ସେମାନଙ୍କୁ କ୍ଷମା କର, କାରଣ ସେମାନେ କ'ଣ କରୁଛନ୍ତି ତାହା ଜାଣନ୍ତି ନାହିଁ ।”

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ କୋର୍ଟ ପରିସରରେ ତାଙ୍କ ଆଚରଣ ପାଇଁ ପ୍ରଧାନ ବିଚାରପତି ନେଡୁମ୍ପରାଙ୍କୁ ତାଗିଦ କରିଛନ୍ତି । ଚଳିତ ବର୍ଷ ମାର୍ଚ୍ଚରେ, ନିର୍ବାଚନ ବଣ୍ଡ ମାମଲାର ଶୁଣାଣି ସମୟରେ ମଧ୍ୟ ହସ୍ତକ୍ଷେପ କରିଥିଲେ । ଏହି ସମୟରେ ପ୍ରଧାନ ବିଚାରପତି କଠୋର ସ୍ୱରରେ କହିଥିଲେ, ଏହା କୌଣସି ପାର୍କରେ ଥିବା ବୈଠକ ନୁହେଁ, ତୁମେ କୋର୍ଟରେ ଅଛ ।

Supreme Court NEET Chief Justice
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ