Advertisment

ବୀରଭୂମ ହିଂସା ଘଟଣାର ତଦନ୍ତ କରିବ ସିବିଆଇ

ସମ୍ବିତ ପାତ୍ର ଅଭିଯୋଗ ମମତାଙ୍କ ଶାସନକାଳରେ ପଶ୍ଚିମବଙ୍ଗରେ ଗଣତନ୍ତ୍ର ବିପଦରେ ରହିଛି।

birbhum violence

birbhum violence

Advertisment

ପଶ୍ଚିମବଙ୍ଗ ବୀରଭୂମ ହିଂସା ଘଟଣାର ତଦନ୍ତ କରିବ ସିବିଆଇ। ରାମପୁର ହାଟ ହିଂସା ଘଟଣାର ତଦନ୍ତ ପାଇଁ ସିବିଆଇକୁ କଲିକତା ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୭ ସୁଦ୍ଧା ତଦନ୍ତ ରିପୋର୍ଟ କୋର୍ଟରେ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରାଜନୈତିକ ହିଂସାରୁ ବୀରଭୂମରେ ୮ ଜଣଙ୍କୁ ଘରେ ପୂରାଇ ଦୁର୍ବୃତ୍ତମାନେ ଜିଅନ୍ତା ଜାଳି ଦେଇଥିଲେ।

Advertisment

ସେପଟେ ବୀରଭୂମ ହିଂସା ମାମଲାର ତଦନ୍ତ ଭିତରେ ଜୋର ଧରିଲା ରାଜନୀତି। ଗତକାଲି ଘଟଣାସ୍ଥଳ ପରିଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ମୃତକଙ୍କ ସଂପର୍କୀୟଙ୍କୁ ଆଶ୍ୱାସନା ଦେଇଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ଚେକ୍ ପ୍ରଦାନ କରିବା ସହ, ସଂପର୍କୀୟଙ୍କ ପାଇଁ ସରକାରୀ ଚାକିରୀ ଘୋଷଣା କରିଛନ୍ତି। ତାସହ ଅଗ୍ନିକାଣ୍ଡରେ ଘର ହରାଇଥିବା ବିପନ୍ନଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ରାଶି ବି ଘୋଷଣା କରିଛନ୍ତି।

ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଅଭିଯୋଗ କରିଥିଲେ ଯେ ମମତାଙ୍କ ଶାସନକାଳରେ ପଶ୍ଚିମବଙ୍ଗରେ ଗଣତନ୍ତ୍ର ବିପଦରେ ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ଦ୍ୱାରା ଘଟଣାର ତଦନ୍ତ ପାଇଁ ବିଜେପି ଦାବି କରିଥିଲା। କଂଗ୍ରେସ ମଧ୍ୟ ବୀରଭୂମ ହିଂସା ମାମଲାରେ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍ କରିଛି । କଂଗ୍ରେସ ନେତା ଅଧିର ରଂଜନ ଚୌଧୁରୀଙ୍କ ନେତୃତ୍ୱରେ ଏକ ଟିମ୍ ଘଟଣାସ୍ଥଳକୁ ଯିବା ବେଳେ ତାଙ୍କୁ ଅଧାବାଟରେ ପୋଲିସ ଅଟକାଇଥିଲା । ତେବେ ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଦାବି କରିଥିଲା ଦଳ।

Advertisment
CBI Birbhum Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ