Advertisment

ସାଧାରଣ ନିର୍ବାଚନ ପୂର୍ବରୁ ଦେଶରେ ଲାଗୁ ହେବ CAA !

ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ଦେଶରେ CAA ଲାଗୁ କରିପାରନ୍ତି ବୋଲି କୁହାଯାଉଛି ।

CAA

CAA

Advertisment

ମାର୍ଚ୍ଚ ପ୍ରଥମ ସପ୍ତାହରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ। ସରକାରୀ ସୂତ୍ର ଅନୁସାରେ, ଆସନ୍ତା ମାସର ପ୍ରଥମ ସପ୍ତାହ କିମ୍ବା ତା ପରେ ଯେ କୌଣସି ଦିନ ଏହା ଦେଶରେ ଲାଗୁ ହୋଇପାରେ। ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜାରି ରହିଛି। ତେବେ ଆଗକୁ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମାର୍ଚ୍ଚ ମାସର ଦ୍ୱିତୀୟ ସପ୍ତାହରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ଜାରି ରହିଛି।

Advertisment

ନିର୍ବାଚନ ତାରିଖ ଘୋଷଣା ହେବା ସହ ସେହିଦିନଠାରୁ ସାରା ଦେଶରେ ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହେବ। ତେଣୁ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଚ୍ଚ ପ୍ରଥମ ସପ୍ତାହରେ ହିଁ ଦେଶରେ CAA ଲାଗୁ କରିପାରନ୍ତି ବୋଲି କୁହାଯାଉଛି । ଏନେଇ ସରକାରୀ ସୂତ୍ରରୁ କୁହାଯାଇଛି କି, CAA କାର୍ଯ୍ୟକାରୀ କରିବା ପାଇଁ ଏକ ଉପଯୁକ୍ତ ପୋର୍ଟାଲ ମଧ୍ୟ ପ୍ରସ୍ତୁତ କରାଯାଇଛି। କାହିଁକି ନା CAAର ସମଗ୍ର ପ୍ରକ୍ରିୟା ଅନଲାଇନ୍‌ ମାଧ୍ୟମରେ ହେବ।

ତେବେ କିଛି ଦିନ ପୂର୍ବରୁ CAAକୁ ନେଇ ଗୃହମନ୍ତ୍ରୀ ଅମିତ ଶାହ ପ୍ରତିକ୍ରିୟା ରଖିଥିଲେ। ସେ କହିଥିଲେ ‘CAA ହେଉଛି ଦେଶର ଆଇନ ଏବଂ ଏହି ବିଜ୍ଞପ୍ତି ନିଶ୍ଚିତ ଭାବରେ ପ୍ରକାଶ ପାଇବ । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ନାଗରିକତା ସଂଶୋଧନ ଅଧିନିୟମ (CAA) ଲାଗୁ ହେବ’ ବୋଲି ଅମିତ ଶାହ କହିଥିଲେ ।

Advertisment

ଗୃହମନ୍ତ୍ରୀ କହିଛନ୍ତି, “ଯେତେବେଳେ ବିଭାଜନ ଘଟିଲା। ସେଠାରେ ଧାର୍ମିକ ନିର୍ଯାତନାର ସମ୍ମୁଖୀନ ହେବା ପରେ ସମସ୍ତେ ଭାରତ ଆସିବାକୁ ଚାହୁଁଥିଲେ। ସେମାନେ (କଂଗ୍ରେସ ନେତା) ନିର୍ଯାତନାର ଶିକାର ହୋଇଥିବା ଲୋକଙ୍କୁ ନାଗରିକତ୍ୱ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ କଂଗ୍ରେସ ନେତାମାନେ ସେମାନଙ୍କ ବିବୃତ୍ତି ପ୍ରତ୍ୟାହାର କରିନେଲେ

ଗୃହମନ୍ତ୍ରୀ ଅମିତ ଶାହ ଆହୁରି କହିଥିଲେ କି, ‘ ଆମ ମୁସଲିମ ଭାଇମାନଙ୍କୁ CAA ବିରୋଧରେ ବିଭ୍ରାନ୍ତକର ତଥ୍ୟ ଦିଆଯାଉଛି। ସେମାନଙ୍କୁ ଉସକା ଯାଉଛି । ପାକିସ୍ତାନ, ଆଫଗାନିସ୍ତାନ ଓ ବାଂଲାଦେଶ ଭଳି ଦେଶରୁ ନିର୍ଯାତନା ସହି ନ ପାରି ଭାରତ ଆସୁଥିବା ଲୋକଙ୍କୁ ନାଗରିକତା ଦେବା ପାଇଁ CAA ଆସିଛି। ମୁଁ ଏହା ସ୍ପଷ୍ଟ କରୁଛି ଯେ CAA କୌଣସି ବ୍ୟକ୍ତିର ନାଗରିକତ୍ୱ ଛଡ଼ାଇ ନେବ ନାହିଁ’।

Advertisment

ସୂଚନା ଅନୁସାରେ ଡିସେମ୍ବର ୨୦୧୯ରେ ସଂସଦରେ CAA ପାରିତ ହେବା ପରେ ଏବଂ ରାଷ୍ଟ୍ରପତିଙ୍କ ଅନୁମତି ପାଇବା ପରେ ଦେଶର କେତେକ ସ୍ଥାନରେ ବ୍ୟାପକ ବିରୋଧ ପ୍ରଦର୍ଶନ କରାଯାଇଥିଲା।

Amit Shah CAA 2024 General Election
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ