Advertisment

CAA : ସିଏଏରେ ବଡ଼ ସଂଶୋଧନ,୨୦୨୪ ସୁଦ୍ଧା ଭାରତ ଆସିଥିବା ଅଣ ମୁସଲିମଙ୍କୁ ଆଶ୍ୱସ୍ତି

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଭାରତ ଚାଲି ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧାଧର୍ମାବଲମ୍ବୀ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ରହିପାରିବେ।

CAA

CAA

Advertisment

ନାଗରିକତା ସଂଶୋଧନ ଆଇନ ବା ସିସିଏରେ ବଡ଼ ପରିବର୍ତ୍ତନ ହୋଇଛି। ସିଏଏର ଶେଷ ତାରିଖକୁ ୧୦ ବର୍ଷ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏଣିକି ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ଭାରତ ଚାଲି ଆସିଥିବା ଅଣ ମୁସଲିମଙ୍କୁ ଦେଶ ଛାଡ଼ିବାର କୌଣସି ଆବଶ୍ୟକତା ନାହିଁ। ଅଣ ମୁସଲିମମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ ସରକାର କଟ ଅଫ ତାରିଖରେ ବଡ଼ ପରିବର୍ତ୍ତନ କରିଛନ୍ତି।

Advertisment

ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆଫଗାନିସ୍ତାନ, ବାଂଲାଦେଶ ଓ ପାକିସ୍ତାନରୁ ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଭାରତ ଚାଲି ଆସିଥିବା ହିନ୍ଦୁ, ଶିଖ, ବୌଦ୍ଧାଧର୍ମାବଲମ୍ବୀ, ଜୈନ, ପାର୍ସୀ ଓ ଖ୍ରୀଷ୍ଟିୟାନ ସଂପ୍ରଦାୟର ଲୋକମାନେ ରହିପାରିବେ। ସେମାନଙ୍କ ପାଖରେ ପାସପୋର୍ଟ କିମ୍ବା କୌଣସି ବୈଧ ଯାତ୍ରା ଦସ୍ତାବିଜ ନଥିଲେ ମଧ୍ୟ ସେମାନେ ଭାରତରେ ରହିପାରିବେ ବୋଲି ମନ୍ତ୍ରଣାଳୟ କହିଛି।

ଗତବର୍ଷ ଦେଶରେ ଲାଗୁ ହୋଇଥିବା ସିଏଏରେ କୁହାଯାଇଥିଲା ୨୦୧୪ ମସିହା ଡିସେମ୍ବର ୩୧ ସୁଦ୍ଧା ଧାର୍ମିକ ଉତ୍ପୀଡ଼ନର ଶିକାର ହୋଇଥିବା ଭାରତ ଚାଲି ଆସିଥିବା ସଂଖ୍ୟାଲଘୁମାନଙ୍କୁ ହିଁ ଦେଶର ନାଗରିକତା ମିଳିବ। ଏବେ ଏହି ସମୟସୀମାକୁ ୨୦୨୪ ମସିହା ଡିସେମ୍ବର ୩୧ ଯାଏ ବୃଦ୍ଧି କରି ଦିଆଯାଇଛି।

Advertisment
CAA Rules CAA Implementation CAA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ