Advertisment

15th Vice-President:ଶପଥ ନେଲେ ନୂଆ ଉପରାଷ୍ଟ୍ରପତି, ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ

ଶପଥ ଗ୍ରହଣ ପୂର୍ବରୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇ ଦିଲ୍ଲୀରେ ପହଞ୍ଚିଥିଲେ ସିପି ରାଧାକ୍ରିଷ୍ଣନ। ପୂର୍ବାହ୍ନ ପ୍ରାୟ ୧୦ଟାରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ଗତ ୯ ତାରିଖ ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଥିଲା।

Vice-President

Vice-President

Advertisment

ଦେଶର ପଞ୍ଚଦଶ ଉପରାଷ୍ଟ୍ରପତି ଭାବେ ଶପଥ ନେଲେ ସିପି ରାଧାକ୍ରିଷ୍ଣନ୍। ରାଷ୍ଟ୍ରପତି ଭବନରେ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଶପଥ ଗ୍ରହଣ ଉତ୍ସବ ସମାରୋହ ଅବସରରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ପୂର୍ବତନ ଉପ ରାଷ୍ଟ୍ରପତି ଜଗଦୀପ ଧନଖଡ, ଭେଙ୍କୟା ନାଇଡୁ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଗୃହମନ୍ତ୍ରୀ ଅମିତ ଶାହ, ବୈଦେଶିକ ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ।

Advertisment

ଶପଥ ଗ୍ରହଣ ପୂର୍ବରୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ଭବନରୁ ନିମନ୍ତ୍ରଣ ପାଇ ଦିଲ୍ଲୀରେ ପହଞ୍ଚିଥିଲେ ସିପି ରାଧାକ୍ରିଷ୍ଣନ। ପୂର୍ବାହ୍ନ ପ୍ରାୟ ୧୦ଟାରେ ଶପଥଗ୍ରହଣ ଉତ୍ସବ ଆୟୋଜିତ ହୋଇଥିଲା । ଗତ ୯ ତାରିଖ ମଙ୍ଗଳବାର ଦିନ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହୋଇଥିଲା। ଏଥିରେ INDIA ବ୍ଲକ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ହରାଇ ବିଜୟୀ ହୋଇଥିଲେ ସିପି ରାଧାକ୍ରିଷ୍ଣନ୍। ତାଙ୍କୁ ମିଳିଥିଲା ମୋଟ୍ ୪୫୨ ଭୋଟ୍। ଉପରାଷ୍ଟ୍ରପତି ନିର୍ବାଚିତ ହେବା ପରେ ସେ ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ। 

ସିପି ରାଧାକ୍ରିଷ୍ଣନଙ୍କ ଉପରାଷ୍ଟ୍ରପତି ପଦ ପର୍ଯ୍ୟନ୍ତ ଯାତ୍ରା ଅସାଧାରଣ। ଏହି ଯାତ୍ରା ଛାତ୍ର ଆନ୍ଦୋଳନରୁ ଆରମ୍ଭ ହୋଇଥିଲା ଏବଂ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘରେ ଯୋଗଦେବା ପରେ ଜାତୀୟ ସ୍ତରକୁ ବିସ୍ତାରିତ ହୋଇଥିଲା। ସଂଘରୁ ସକ୍ରିୟ ରାଜନୀତିରେ ଆସିଥିବା ସିପି ରାଧାକ୍ରିଷ୍ଣନ ବିଜେପି ସଂଗଠନରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିଥିଲେ।

Advertisment

୧୯୫୭ ଅକ୍ଟୋବର ୨୦ରେ ତାମିଲନାଡୁ ତିରୁପୁରରେ ଜନ୍ମଗ୍ରହଣ କରିଥିବା ସିପି ରାଧାକ୍ରିଷ୍ଣନ୍ ୧୬ ବର୍ଷ ବୟସରୁ RSS ଓ ଜନସଂଘ ସହ ଜଡ଼ିତ ଅଛନ୍ତି। ୨୦୦୩ରୁ ୨୦୦୬ ଯାଏଁ ସେ ତାମିଲନାଡୁ ବିଜେପି ସଭାପତି ଥିଲେ। ୧୯୯୮ରେ ପ୍ରଥମେ ଲୋକସଭାକୁ ନିର୍ବାଚିତ ହୋଇଥିଲେ ଏବଂ କୋଏମ୍ବାଟୁରରୁ ୨ ଥର ସାଂସଦ ବନିଥିଲେ।

୨୦୨୪ ଜୁଲାଇରୁ ମହାରାଷ୍ଟ୍ର ରାଜ୍ୟପାଳ ରହିଥିଲେ ସିପି ରାଧାକ୍ରିଷ୍ଣନ। ତାପୂର୍ବରୁ ୨୦୨୩ ଫେବ୍ରୁଆରୀରୁ ଥିଲେ ଝାଡ଼ଖଣ୍ଡ ରାଜ୍ୟପାଳ। ପୂର୍ବରୁ ତେଲେଙ୍ଗାନା ରାଜ୍ୟପାଳ ଏବଂ ପୁଡୁଚେରୀ ଉପରାଜ୍ୟପାଳ ଭାବରେ ମଧ୍ୟ ଅତିରିକ୍ତ ଦାୟିତ୍ବ ସମ୍ଭାଳିଥିଲେ ୬୭ ବର୍ଷୀୟ ସି.ପି. ରାଧାକ୍ରିଷ୍ଣନ୍। ... 

Advertisment
Vice President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ