Advertisment

Budget 2025: ୨.୫୨ ଲକ୍ଷ କୋଟିର ରେଳ ବଜେଟ୍; ଚାଲିବ ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍...

ବ୍ୟୟବରାଦ ଅନୁସାରେ ଗଡିବ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ୍। ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ୫୦ ଟି ନୂଆ ନମୋ ଭାରତ ଟ୍ରେନ୍ ଚାଲିବ। ଆଗକୁ ୧ ହଜାର ନୂଆ ବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି।

Railway Budget 2025

Railway Budget 2025

Advertisment

ବଜେଟରେ ରେଲୱେ ପାଇଁ ୨ ଲକ୍ଷ ୫୨ ହଜାର କୋଟି ବ୍ୟୟବରାଦ ହୋଇଛି। ଏଥିରେ ନୂଆ ଟ୍ରେନ୍, ରେଳ ଓଭରବ୍ରିଜ୍ ଏବଂ ଷ୍ଟେସନର ଉନ୍ନତିକରଣ କୁ ଫୋକସ ଦିଆଯାଇଛି। ବ୍ୟୟବରାଦ ଅନୁସାରେ ଗଡିବ ୧୦୦ଟି ନୂଆ ଅମୃତ ଭାରତ ଟ୍ରେନ୍। ୨୦୦ ନୂଆ ବନ୍ଦେ ଭାରତ ଏକ୍ସପ୍ରେସ୍ ଏବଂ ୫୦ ଟି ନୂଆ ନମୋ ଭାରତ ଟ୍ରେନ୍ ଚାଲିବ। ଆଗକୁ ୧ ହଜାର ନୂଆ ବ୍ରିଜ୍ ଓ ଅଣ୍ଡରପାସ୍ ନିର୍ମାଣ କରିବାକୁ ଲକ୍ଷ୍ୟ ରହିଛି। 

Advertisment

ରେଳ ସୁରକ୍ଷାରେ ଖର୍ଚ୍ଚ ହେବ ୧ ଲକ୍ଷ ୧୬ ହଜାର କୋଟି ଟଙ୍କା। ସେହିପରି ଆଗାମୀ ୪ରୁ ୫ ବର୍ଷ ଭିତରେ ୪ ଲକ୍ଷ ୬୦ ହଜାର କୋଟିର ନୂଆ ପ୍ରକଳ୍ପ କରିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ବର୍ତ୍ତମାନ ୧ ହଜାର ୩ଶହ ଷ୍ଟେସନରେ ଉନ୍ନତିକରଣ କାମ ଚାଲିଛି। ବଜେଟରେ ହୋଇଥିବା ବ୍ୟୟବରାଦ ଅନୁସାରେ ରେଲୱେର କାୟାକଳ୍ପ ବଦଳିବ ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। 

ଅଧିକ ପଢ଼ନ୍ତୁ: Union Budget 2025: ବଜେଟ୍‌ ୨୦୨୫, ବିହାରକୁ ବଡ଼ ଭେଟି

ଏପଟେ ବଜେଟ ଆସିଲେ ଲୋକଙ୍କ ନଜର ଥାଏ କଣ ହେଲା ଶସ୍ତା ଆଉ କଣ ହେଲା ମହଙ୍ଗା। ସାଧାରଣତଃ କେନ୍ଦ୍ର ସରକାରଙ୍କ ସୀମା ଶୁଳ୍କ ଓ ବିଭିନ୍ନ ଟାକ୍ସ ଉପରେ ସାମଗ୍ରୀର ଦର ନିର୍ଦ୍ଧାରଣ ହୋଇଥାଏ। ଏଥର ବି ବଜେଟରେ ଅନେକ ସାମଗ୍ରୀ ଉପରୁ କଷ୍ଟମ୍ସ ଡ୍ୟୁଟି ହ୍ରାସ କରି ଲୋକଙ୍କୁ ଖୁସି କରିଦେଇଛନ୍ତି ମୋଦି ସରକାର । ଆସନ୍ତୁ ଦେଖିବା ନିର୍ମଳାଙ୍କ ବଜେଟ ପରେ କଣ ହେଲା ଶସ୍ତା ଓ କଣ ମହଙ୍ଗା...

Advertisment

ଶସ୍ତା ହେଲା ଔଷଧ । କମିଲା ଇଭି ଦାମ୍ । ଆହୁରି କମ୍ ଦାମରେ ମିଳିବ LED ଟିଭି । ଏସବୁ ସାମଗ୍ରୀ କିଣିବାକୁ ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ୨୦୨୫-୨୬ ବଜେଟରେ ପକେଟ୍‌କୁ ହାଲକା କଲାଭଳି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅନେକ ସାମଗ୍ରୀ ଉପରୁ ଟିକସ ଛାଡ କରିଛନ୍ତି କେନ୍ଦ୍ର ସରକାର। ବଡ଼କଥା ହେଲା ୩୬ ପ୍ରକାରର ଜୀବନ ରକ୍ଷାକାରୀ ଔଷଧ ଉପରୁ କଷ୍ଟମ୍ସ ଡ୍ୟୁଟି ସଂପୂର୍ଣ୍ଣ ଛାଡ଼ କରାଯାଇଛି । ଯେଉଁଥିରେ ସାମିଲ ଅଛି କ୍ୟାନସର ଭଳି ବହୁ ଦୂରାରୋଗ୍ୟ ଔଷଧ। ସେହିଭଳି ମୋଟର ସାଇକେଲ, ଇଲେକ୍ଟ୍ରିକ୍ ଭେଇକିଲ୍ ବା ଇଭି, ମୋବାଇଲ, ଲିଥିୟମ ବ୍ୟାଟେରୀ, ଚମଡ଼ାଜାତ ଜ୍ୟାକେଟ୍ ବେଲ୍ଟ, ଜୋତା ଓ ପର୍ସ, ବିଦ୍ୟୁତ୍ ଉପକରଣ, ମେରାଇନ୍ ପ୍ରଡକ୍ଟ ଏବଂ ବୁଣାକାରଙ୍କ ଦ୍ବାରା ପ୍ରସ୍ତୁତ କପଡା ବି ଶସ୍ତା ହୋଇଛି। ଫ୍ରୋଜେନ୍ ଫିସ୍ ଉପରେ କଷ୍ଟମ୍ସ ଡ୍ୟୁଟିକୁ 30ରୁ ସିଧା 5 ପ୍ରତିଶତକୁ ହ୍ରାସ କରାଯାଇଛି। କୋବାଲ୍ଟ, ଲିଡ୍, ଜିଙ୍କ ସମେତ ଆଉ 12ଟି କ୍ରିଟିକାଲ ମିନେରାଲ୍ ଦର ବି ଶସ୍ତା କରିଛନ୍ତି କେନ୍ଦ୍ର ସରକାର।

ଅଧିକ ପଢ଼ନ୍ତୁ: ମଧ୍ୟବିତ୍ତଙ୍କ ପାଇଁ ସରକାରଙ୍କ ବଡ଼ ଘୋଷଣା, ୧୨ ଲକ୍ଷ ପର୍ଯ୍ୟନ୍ତ ଆୟକର ଛାଡ଼

Advertisment
Railway
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ