Budget 2023: ମହିଳାଙ୍କ ପାଇଁ ସ୍ୱତନ୍ତ୍ର ବଜେଟ, ଆକାଉଣ୍ଟକୁ ଆସିବ ୨ ଲକ୍ଷ ଟଙ୍କା

ଛୋଟ ଛୋଟ ପିଲା ଓ ମହିଳାଙ୍କ ନାଁରେ ସ୍ଥାୟୀ ଜମା ଟଙ୍କା ରଖାଯାଇପାରିବ ବୋଲି ନିର୍ମଳା କହିଛନ୍ତି ।

Budget 2023

ଆହୁରି ସ୍ୱାବଲମ୍ବୀ ହେବେ ମହିଳା । ଏଥର ବଜେଟରେ ମହିଳାଙ୍କୁ ପ୍ରାଧାନ୍ୟ ଦେଇଛନ୍ତି କେନ୍ଦ୍ର ସରକାର । ମହିଳାଙ୍କ ପାଇଁ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରଣ ବଡ଼ ଘୋଷଣା କରିଛନ୍ତି । ଆଜି ୨୦୨୩ ସାଧାରଣ ବଜେଟ ଉପସ୍ଥାପନା ହୋଇଛି । ବଜେଟ ଉପସ୍ଥାପନା ବେଳେ ମହିଳାଙ୍କୁ ସମୃଦ୍ଧ କରିବାକୁ ‘ମହିଳା ସମ୍ମାନ ପତ୍ର’ ଆରମ୍ଭ କରାଯିବା ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଛନ୍ତି । ଯେଉଁଥିରେ ମହିଳା ମାନେ ୨ଲକ୍ଷ ଟଙ୍କାର ସୁବିଧା ପାଇପାରିବେ।

ସରକାରଙ୍କ ସୂଚନା ଅନୁସାରେ ଏଣିକି ଏହି ଯୋଜନା ଅନୁସାରେ ମହିଳା ମାନଙ୍କ ନାଁରେ ୨ଲକ୍ଷ ଟଙ୍କା ଜମା ରଖାଯିବ । ଏଥିପାଇଁ ବ୍ୟାଙ୍କ ଆଇନରେ ପରିବର୍ତ୍ତନ ଅଣାଯିବ । ବଜେଟରେ ଏଥିଲାଗି ପ୍ରସ୍ତାବ ରହିଛି । ସ୍ୱଳ୍ପ ସଞ୍ଚୟ ଜରିଆରେ ୨ ବର୍ଷ ପାଇଁ ସ୍ଥାୟୀ ଜମା ବ୍ୟବସ୍ଥା କରାଯିବ । ଛୋଟ ଛୋଟ ପିଲା ଓ ମହିଳାଙ୍କ ନାଁରେ ସ୍ଥାୟୀ ଜମା ଟଙ୍କା ରଖାଯାଇପାରିବ ବୋଲି ନିର୍ମଳା କହିଛନ୍ତି ।

ଅଧିକ ପଢ଼ନ୍ତୁ: ପାନ କାର୍ଡକୁ ମିଳିଲା ଅଧିକ ଗୁରୁତ୍ୱ, ଏଣିକି ଏହା ପରିଚୟ ପତ୍ର

ଖାଲି ସେତିକି ନୁହେଁ, ସଞ୍ଚୟ କରାଯାଇଥିବା ଟଙ୍କାକୁ ମଝିରୁ ଉଠାଣ ବ୍ୟବସ୍ଥା ରଖାଯିବ ବୋଲି ନିର୍ମଳା ବଜେଟ ଉପସ୍ଥାପନା ବେଳେ କହିଛନ୍ତି । ରଖାଯାଇଥିବା ଟଙ୍କାର ସୁଧ ହାର ୭.୫% ରହିବ ବୋଲି ବଜେଟରେ କୁହାଯାଇଛି । ସେହିପରି ବିତ୍ତୀୟ ନିଅଣ୍ଟ ମୋଟ ଜିଡିପିର ୫.୯% ରହିବା ନେଇ ଆକଳନ କରାଯାଇଛି । ୨୦୨୫ ସୁଦ୍ଧା ବିତ୍ତୀୟ ନିଅଣ୍ଟ ୪.୯%କୁ ଆଣିବାକୁ ଆକଳନ ହୋଇଛି ।

ଆଜିର ବଜେଟ ଉପସ୍ଥାପନା ପରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ପ୍ରତିକ୍ରିୟା ରଖିଛନ୍ତି । ସ୍ମୃତି କହିଛନ୍ତି, ଏହି ବଜେଟ ମହିଳାଙ୍କ ସମ୍ମାନ ବଢ଼ାଇଛି । ଛୋଟପାଲାଙ୍କ ଠାରୁ ମହିଳାଙ୍କ ପର୍ଯ୍ୟନ୍ତ ଡିଜିଟାଲ ଲାଇବ୍ରେରୀ ଜରିଆରେ ଶିକ୍ଷାର ବିକାଶ ହୋଇପାରିବ । ନାରୀ ଶକ୍ତିକୁ ନେଇ ଏକ ସଶକ୍ତ ରାଷ୍ଟ୍ର କିପରି କରାଯାଇପାରିବ ଏନେଇ ବଜେଟରେ ଦେଖିବାକୁ ମିଳିଛି । ଏହି ବଜେଟ ମଧ୍ୟବିତ୍ତ ମାନଙ୍କ ପାଇଁ ମଧ୍ୟ ରହିଛି । ଆସିଥିବା ଏହି ବଜେଟରେ ସାରା ଭାରତ ଖୁସି ଅଛି । ହେଲେ ବିରୋଧୀ ନାରାଜ ରହିଛନ୍ତି ।

ସେହିପରି ୨୦୨୩ ବଜେଟରେ ମୋବାଇଲ ଶିଳ୍ପରେ ବ୍ୟବହୃତ କ୍ୟାମେରା ଲେନ୍ସ, ବ୍ୟାଟେରୀ କଷ୍ଟମ ଡ୍ୟୁଟି ହ୍ରାସ କରାଯାଇଛି । ମେରାଇନ୍ ପ୍ରଡକ୍ଟ ଉପରୁ ଡ୍ୟୁଟି ହ୍ରାସ ନେଇ ବଜେଟରେ ଘୋଷଣା କରାଯାଇଛି । ଷ୍ଟିଲ, ନିକେଲ କଞ୍ଚାମାଲ ଉପରୁ ଡ୍ୟୁଟି ହ୍ରାସ ହୋଇଛି । ସିଗାରେଟ ଉପରେ ଟିକସ ବୃଦ୍ଧି କରାଯାଇଛି । ସୁନା, ରୁପା, ପ୍ଲାଟିନମ ଗହଣା ଉପରେ ମଧ୍ୟ ଟିକସ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର ।