Advertisment

SIM Home Delivery: ହୋମ୍‌ଡେଲିଭରୀ ହେବ ସିମ୍ କାର୍ଡ; ଘରେ ବସି ଶେଷ ହୋଇଯିବ KYC

ସରକାରୀ ଟେଲିକମ୍ କମ୍ପାନୀ BSNLର ସିମ୍ କାର୍ଡ କିଣିବାକୁ ଚାହୁଁଥିଲେ ଘରେ ବସି ଅର୍ଡର କରି ପାରିବେ। ଅଫିସିଲ୍ ୱେବସାଇଟରେ ଫର୍ମ ପୂରଣ କରିବା ପରେ ଡେଲିଭରୀ ଏଗ୍‌ଜୀକ୍ୟୁଟିଭ୍ ଘରେ ଆଣି ସିମ୍ କାର୍ଡ ପହଞ୍ଚାଇଦେବେ।

BSNL-SIM-Home-Delivery

BSNL-SIM-Home-Delivery

Advertisment

ହୋମ୍‌ଡେଲିଭଭୀ ହେବ ସିମ୍‌କାର୍ଡ। ଯେକୌଣସି ସ୍ଥାନରୁ କରିପାରିବେ ଅର୍ଡର। କେବଳ କିଛି କ୍ଲିକ୍‌ରେ ହୋଇଯିବ କାମ। ଘରେ ବସି ଶେଷ ହୋଇଯିବ KYC।

Advertisment

ଏମିତି ଏକ ସୁଯୋଗ ଆଣିଛି ସରକାରୀ ଟେଲିକମ୍ କମ୍ପାନୀ BSNL। ଏବେ ସିମ୍ କାର୍ଡ କିଣିବା ପାଇଁ କୌଣସି ସ୍ଥାନକୁ ଯିବାକୁ ପଡିବ ନାହିଁ। ଦେଶର ଲୋକମାନେ ଏବେ ଯେକୌଣସି ସ୍ଥାନରୁ ସିମ୍ କାର୍ଡ ଅର୍ଡର କରିପାରିବେ ଆଉ ମାତ୍ର ଖୁବ କମ୍ ସମୟ ମଧ୍ୟରେ ପାଖରେ ପହଞ୍ଚିଯିବ ସିମ୍ କାର୍ଡ।

ତେବେ ଏହା କିପରି ହେବ ଆସନ୍ତୁ ଜାଣିବା।

ଘରେ ବସି ସିମ୍ କାର୍ଡ ଅର୍ଡର କରିବାକୁ ହେଲେ ପ୍ରଥମେ, BSNLର ଅଫିସିଆଲ୍ ୱେବସାଇଟ୍ “bsnl.co.in” କୁ ଯାଆନ୍ତୁ। 'BSNL's SIM at your Doorstep' ଅପ୍‌ସନ୍‌ ଉପରେ ଟ୍ୟାପ୍ କରନ୍ତୁ। ଏହା ପରେ ସ୍କ୍ରିନ୍‌ରେ ଏକ ଫର୍ମ ଆସିବ। ଏହି ଫର୍ମରେ ଆପଣଙ୍କର PIN କୋଡ୍, ନା’ ଏବଂ ମୋବାଇଲ୍ ନମ୍ବର ଏଣ୍ଟ୍ରୀ କରନ୍ତୁ।

Advertisment

ଆପଣ ପ୍ରିପେଡ୍ କନେନ୍ସନ କି ପୋଷ୍ଟପେଡ୍ କନେନ୍ସନ ଚାହୁଁଛନ୍ତି ତାହା ଏଠାରେ ସିଲେକ୍ଟ କରିବାକୁ ହେବ। ଫର୍ମ ପୂରଣ କରିବା ପରେ, ସବୁ ଠିକ୍‌ଠାକ ଅଛି କି ନାହିଁ ତାହା ଭଲ ଭାବେ ପରଖି ନିଅନ୍ତୁ ଆଉ ଏହା ପରେ ସବ୍‌ମିଟ୍ କରନ୍ତୁ। ଏହିପରି କିଛି ସହଜ ଷ୍ଟେପ୍‌ରେ ଆପଣଙ୍କର ସିମ୍ କାର୍ଡ ଅର୍ଡର ହେଇଯିବ।

ଫର୍ମ ପୂରଣ ହେବାର ମାତ୍ର କିଛି ସମୟ ପରେ, ଜଣେ ଡେଲିଭରୀ ଏଗ୍‌ଜୀକ୍ୟୁଟିଭ୍ ଆପଣଙ୍କ ଘରେ ଆଣି ସିମ୍ କାର୍ଡ ପହଞ୍ଚାଇଦେବେ।

Advertisment

ଏହା ପରେ ଯଦି ଆପଣ ଚାହାଁନ୍ତି, ତେବେ ଆପଣଙ୍କ ନିକଟସ୍ଥ ପୋଷ୍ଟ ଅଫିସରୁ ମଧ୍ୟ ଏକ BSNL ସିମ୍ କାର୍ଡ ପାଇପାରିବେ। BSNL ଏବଂ ଭାରତୀୟ ଡାକ ମଧ୍ୟ ଏକ ଚୁକ୍ତି ସ୍ୱାକ୍ଷର ହୋଇଛି। ଫଳରେ ଭାରତୀୟ ଡାକ ସାରା ଦେଶରେ ଏହାର ୧,୬୫,୦୦୦ ପୋଷ୍ଟ ଅଫିସ ମାଧ୍ୟମରେ BSNL ସିମ୍ କାର୍ଡ ବିକ୍ରି କରିବ। ଏହା ସହିତ, ପୋଷ୍ଟ ଅଫିସରେ ମଧ୍ୟ ରିଚାର୍ଜ ସୁବିଧା ମିଳିବ।

ଅଧିକ ଦେଖିବା ପାଇଁ କ୍ଲିକ୍ କରନ୍ତୁ:

Home Delivery BSNL Sim
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ