Advertisment

Pakistan releases Indian BSF Jawan: ଭାରତ ଆଗରେ ହାର୍‌ ମାନିଲା ବେଇମାନ୍‌ ପାକିସ୍ତାନ; ଶେଷରେ BSF ଯବାନଙ୍କୁ ଛାଡ଼ିଲା...

ଭାରତ ଆଗରେ ହାର୍‌ ମାନିଲା ବେଇମାନ୍‌ ପାକିସ୍ତାନ । ଶେଷରେ ଭାରତ ଆଗରେ ମୁଣ୍ତ ନୁଆଁଇଲା ପାକିସ୍ତାନ । ଆତଙ୍କୀ ପାକିସ୍ତାନ ଶେଷରେ ଭାରତୀୟ BSF ଯବାନଙ୍କୁ ଛାଡ଼ିଛି  । ୨o ଦିନ ହେବ ଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନ ।

ଅଦ୍ୟତନ ହୋଇଛି
Pakistan releases Indian BSF Jawan

Pakistan releases Indian BSF Jawan

Advertisment

ବର୍ତ୍ତମାନର ବଡ଼ ଖବର । ଭାରତ ଆଗରେ ହାର୍‌ ମାନିଲା ବେଇମାନ୍‌ ପାକିସ୍ତାନ । ଶେଷରେ ଭାରତ ଆଗରେ ମୁଣ୍ତ ନୁଆଁଇଲା ପାକିସ୍ତାନ । ଆତଙ୍କୀ ପାକିସ୍ତାନ ଶେଷରେ ଭାରତୀୟ BSF ଯବାନଙ୍କୁ ଛାଡ଼ିଛି  । ୨o ଦିନ ହେବ ଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନ । BSF ଯବାନ ପି.କେ. ସ’ଙ୍କୁ ଛାଡ଼ିଲା ପାକିସ୍ତାନ । ଏପ୍ରିଲ ୨୩ରୁ ଅଟକ ରଖିଥିଲା ପାକିସ୍ତାନ ନେଇ ସୂଚନା । ୩ ସପ୍ତାହ ପରେ ଛାଡ଼ିଲା ପାକିସ୍ତାନ । ଭୁଲରେ ସୀମା ପାର କରିଥିବା ଅଭିଯୋଗ ହୋଇଥିଲା।

Advertisment

ଏପଟେ ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ହାଇକମିଶନରେ ISIର ଗୁପ୍ତଚର। ପାକିସ୍ତାନ ହାଇକମିଶନରେ ନିଯୁକ୍ତ ପାକିସ୍ତାନୀ ଅଧିକାରୀଙ୍କୁ 'ପର୍ସନା ନନ୍ ଗ୍ରାଟା' ଘୋଷଣା କରିଛି ଭାରତ। ତାଙ୍କୁ ୨୪ ଘଣ୍ଟା ମଧ୍ୟରେ ଦେଶ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି। ପାକିସ୍ତାନ ଗୁଇନ୍ଦା ସଂସ୍ଥା ISIର ଗୁପ୍ତଚର କାର୍ଯ୍ୟକଳାପରେ ସମ୍ପୃକ୍ତି ପାଇଁ ଭାରତ ପକ୍ଷରୁ ଏଭଳି ପଦକ୍ଷପ ନିଆଯାଇଛି। ତାଙ୍କ ନାଁ ଏହେସାନ ଉର ରହିମ୍ ।

ଅଧିକ ପଢ଼ନ୍ତୁ: ବଢ଼ିଲା ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ସୁରକ୍ଷା 

 ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ପାକିସ୍ତାନୀ ଅଧିକାରୀ ଜଣକ ଭାରତରେ କୂଟନୈତିକ ସୁବିଧାର ଅପବ୍ୟବହାର କରି ଗୁପ୍ତଚର କାର୍ଯ୍ୟକଳାପରେ ସମ୍ପୃକ୍ତ ଥିଲେ। ଅଧିକାରୀ ଜଣକ ଦିଲ୍ଲୀରେ ବସି ଭାରତ ବିରୁଦ୍ଧରେ ଷଡ଼ଯନ୍ତ୍ର କରୁଥିଲେ। ପାକିସ୍ତାନ ହାଇକମିଶନର ଚାର୍ଜ ଡି' ଆଫେୟର୍ସଙ୍କୁ ଏହି ମର୍ମରେ ଏକ ପ୍ରତିବାଦ ପତ୍ର ପ୍ରଦାନ କରାଯାଇଛି। ଭାରତୀୟ ସେନା ବିଷୟରେ ସମ୍ବେଦନଶୀଳ ସୂଚନା ଲିକ୍ ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପରେ ପଞ୍ଜାବ ପୋଲିସ ଏହି ମାମଲାର ପର୍ଦ୍ଦାଫାସ କରିଛି।

Advertisment

ସେପଟେ ଭାରତର ଏହି ନିଷ୍ପତ୍ତି ପରେ ପାକିସ୍ତାନ ମଧ୍ୟ ଇସଲାମାବାଦର ଭାରତୀୟ ହାଇକମିଶନର କାର୍ଯ୍ୟରତ ଜଣେ କର୍ମଚାରୀଙ୍କୁ "ପର୍ସନା ନନ୍ ଗ୍ରାଟା" ଘୋଷଣା କରିଛି। ତାଙ୍କୁ ମଧ୍ୟ ୨୪ ଘଣ୍ଟା ମଧ୍ୟରେ ପାକିସ୍ତାନ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି।...

BSF Jawans BSF Pakistan Indian Army
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ