Advertisment

ନାବାଳିକା ବଳାତ୍କାରୀକୁ ମିଳିଲା ଫାଶୀ ଦଣ୍ଡ

୧୨ ବର୍ଷର ନାବାଳିକାକୁ ଘରେ ଛାଡ଼ିଦେବ ବୋଲି କହି ସାଇକେଲରେ ଆଣିଲା ଦୁର୍ବୃତ୍ତ। ହେଲେ ନିର୍ଦ୍ଦୟ ଭାବେ ଦୁଷ୍କମ କରିବା ସହ ଦେଇଥିଲା ନାରକୀୟ ଯନ୍ତ୍ରଣା। ଶୁଣିଲେ ଆପଣଙ୍କ ହୃଦୟ ବି ଥରିଯିବ।

ଅଦ୍ୟତନ ହୋଇଛି
ନାବାଳିକା ବଳାତ୍କାରୀକୁ ମିଳିଲା ଫାଶୀ ଦଣ୍ଡ

death penalty for raping

Advertisment

ସାଗର: ୧୨ ବର୍ଷ ନାବଳିକା ବଳାତ୍କାରୀଙ୍କୁ ଶେଷରେ ମିଳିଲା ଫାଶୀଦଣ୍ଡ । ମଧ୍ୟପ୍ରଦେଶର ସାଗର ଜିଲ୍ଲା ଅଦାଲତ ଦୁଷ୍କର୍ମ ମାମଲାର ଶୁଣାଣି କରି ଅପରାଧୀଙ୍କୁ ଏପରି ସଜା ଶୁଣାଇଛନ୍ତି ଜିଲା ସ୍ତରୀୟ କୋର୍ଟ । ଖାଲି ଦୁଷ୍କର୍ମ ନୁହେଁ, ଅପରାଧୀ ନାବାଳିକାଙ୍କୁ ଅକଥନୀୟ ଅତ୍ୟାଚାର ମଧ୍ୟ କରିଛନ୍ତି। ଘଟଣା ଶୁଣିବା ପରେ ନ୍ୟାୟାଧୀଶ କଡ଼ା ମନ୍ତବ୍ୟ ଦେଇଛନ୍ତି। ବିଶେଷ ନ୍ୟାୟାଧୀଶ ଦଣ୍ଡ ଶୁଣାଣି ବେଳେ କହିଛନ୍ତି, ଘଟଣା ସମୟରେ ନାବାଳିକାଙ୍କ ପୀଡ଼ାକୁ କଳ୍ପନା କରିବା ବି ମୁସ୍କିଲ। ତଥାପି ଏହା  ଅପରାଧୀର ହୃଦୟକୁ ବାଧା ଦେଇ ନ ଥିଲା ଏବଂ ଏ ନେଇ ତା ମନରେ ମଧ୍ୟ କୌଣସି ପଶ୍ଚାତାପ ନାହିଁ। 

Advertisment

ମଧ୍ୟପ୍ରଦେଶର ସାଗର ନିକଟ ଆପଚନ୍ଦ ବାସିନ୍ଦା ବୀରେନ୍ଦ୍ର ନାମକ ଜଣେ ବ୍ୟକ୍ତି ୨୦୧୯ରେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରିଥିଲା। କୋର୍ଟ ପ୍ରତ୍ୟକ୍ଷଦର୍ଶୀ, ଘଟଣାସ୍ଥଳରୁ ମିଳିଥିବା ପ୍ରମାଣ, ଡଗ ସ୍କ୍ୱାଡ ଏବଂ ଡିଏନଏ ରିପୋର୍ଟକୁ ଆଧାର କରି କଠୋର ନିଷ୍ପତ୍ତି ନେଇଥିଲେ। ପୋଲିସ ୨୦୧୯ ଏପ୍ରିଲ ୭ ତାରିଖରେ ସାନୌଧା ଥାନା ଗ୍ରାମ ନିକଟରୁ ନାବାଳିକାର ଶବ ଜବତ କରିଥିଲେ। ଖୋଳତାଡ ପରେ ପୋଲିସ ଜାଣିବାକୁ ପାଇଥିଲା, ନାବାଳିକା ଚାଲି ଚାଲି ନିଜ ଜେଜେ ମା’ଙ୍କ ସହ ଘରକୁ ଯାଉଥିଲା। ରାସ୍ତାରେ ବୀରେନ୍ଦ୍ର ସେମାନଙ୍କୁ ଭେଟିଥିଲେ। ସେ ଜେଜେ ମା’ ସହ କିଛି କଥାବାର୍ତ୍ତା କରି ନାବାଳିକାଙ୍କୁ ନିଜ ସାଇକେଲରେ ବସାଇ ନେଇଥିଲା। ଏହାର କିଛି ସମୟ ପରେ ଜେଜେ ମା’ ଘର ପହଞ୍ଚି ଦେଖିଲେ ନାତୁଣୀ ପହଞ୍ଚିନି। ପରିବାର ଲୋକେ ଝିଅକୁ ବହୁତ ଖୋଜାଖୋଜି କଲେ। ହେଲେ କେଉଁଠି ପାଇ ନ ଥିଲେ। ପରେ ଜଙ୍ଗଲରୁ ତାହାର ଅର୍ଦ୍ଧନଗ୍ନ ଶବ ମିଳିଥିଲା।

Advertisment

ପୋଲିସର କହିବା ଅନୁଯାୟୀ, ଶବ ଉଦ୍ଧାର କରିବା ପରେ ଡଗ ସ୍କ୍ୱାଡ ଘଟଣାସ୍ଥଳକୁ ଆସିଥିଲା। ଡଗ ସ୍କ୍ୱାଡ୍‌ ସେଠାରୁ ଯାଇ ବୀରେନ୍ଦ୍ର ଘରେ ପହଞ୍ଚିଥିଲା। ପୋଲିସ ବୀରେନ୍ଦ୍ରକୁ ଗିରଫ କରିବା ପରେ ପଚରାଉଚରା କରିବା ପରେ ସେ ନିଜ ଅପରାଧ ସ୍ୱୀକାର କରିବା ସହ ନିଜ ଦୋଷ ମାନିଥିଲା। ଅଭିଯୁକ୍ତ ବୟାନରେ କହିଥିଲା ଯେ, ଗଳା ଏବଂ ମୁହଁ ଚାପି ନାବାଳିକାକୁ ସେ ହତ୍ୟା କରିଥିଲେ। ବୀରେନ୍ଦ୍ରର  DNA ଟେଷ୍ଟ ପରେ ପଜିଟିଭ ଆସିଥିଲା। 
 ଏତେ ଛୋଟ ପିଲା ସହ ନିର୍ଦ୍ଦୟ ଭାବେ ଦୁଷ୍କର୍ମ କରିବା ସହ ଗଳା ଚିପି ହତ୍ୟା କରିଛି। ସେତିକି ନୁହେଁ, ଅତ୍ୟନ୍ତ ନିର୍ଦ୍ଦୟ ଭାବେ ଯୌନାଙ୍ଗରେ ଗଭୀର ଆଘାତ ଦେଇଛି। ଶିଶୁଟି କେତେ ଯନ୍ତ୍ରଣା ଭୋଗିଥିବ ଏହା କଳ୍ପନା କରିବା କଷ୍ଟ। ଏହା ସତ୍ତ୍ୱେ ଅପରାଧୀ ମନାରେ ଟିକିଏ ବି ପଶ୍ଚାତାପ ନାହିଁ। ଅପରାଧୀର ଏପରି ମନୋଭାବରୁ ସ୍ପଷ୍ଟ ସୂଚନା ମିଳୁଛି ଯେ, ସେ କୌଣସ ଉତ୍ତେଜନା ବା ନିଶାଗ୍ରସ୍ତ ଅବସ୍ଥାନରେ ଏପରି କର୍ମ କରିନି। ବରଂ ଭାବିଚିନ୍ତି କରିଛି। ଅପରାଧୀର ଏପରି କାମ ଶୁଣି ସାରା ସମାଜ ଥରି ଉଠୁଛି। ଜନ ଅସନ୍ତୋଷ ବି ବଢୁଛି। ଏପରି ମାମଲା ଦିନକୁ ଦିନ ବଢୁ ଥିବାବେଳେ ଏହାକୁ ବନ୍ଦ କରିବାକୁ ପଡ଼ିବ ବୋଲି କୋର୍ଟ କହିଥିଲେ ।

Minor Girl Rape Case Brutal Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ