• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଚଉଠି ରାତିରେ ବରକୁ ଚକମା, ପ୍ରେମିକ ସହ କନ୍ୟା ଫେରାର । ଉତ୍ତରପ୍ରଦେଶର ଶାହାଜାହାନପୁରରେ ଜଣେ ନବବିବାହିତା ଚଉଠି ରାତିରେ ବରକୁ ଚକମା ଦେଇ ଫୁର ହୋଇଯାଇଛି । କନ୍ୟା ଜଣଙ୍କ କେବଳ ଫେରାର ହୋଇଯାଇ ନାହାନ୍ତି, ନିଜ ସହ ସହିତ ୧୧ ହଜାର ନଗଦ ଟଙ୍କା, ମୋବାଇଲ , ସୁନା ଓ ରୂପା ଅଳଙ୍କାର ମଧ୍ୟ ନେଇ ଚାଲି ଯାଇଛନ୍ତି । 

କଟରା ଅଞ୍ଚଳର ପାଲିଆ ଦରୋବସ୍ତ ଗାଁରେ ଏହି ଘଟଣା ଘଟିଛି । ଏହି ଗାଁର ବାସିନ୍ଦା ରମେଶ ପାଲ ସିଂଙ୍କ ପୁଅ ରିଙ୍କୁ ସିଂଙ୍କ ବିବାହ କୁଶୀନଗର ଜିଲ୍ଲାର ପଟାୱା ଥାନା ଅଞ୍ଚଳର କାଜଲଙ୍କ ସହ ସ୍ଥିର ହୋଇଥିଲା । ମେ ୨୭ରେ ବ୍ୟାଣ୍ଡବାଜା ସହ କନ୍ୟା ଘରେ ପହଞ୍ଚିଥିଲେ ରିଙ୍କୁ । ଖୁବ ଧୁମଧାମରେ ବିବାହ ହୋଇଥିଲା । ବିବାହ ପରଦିନ ମେ ୨୮ରେ କନ୍ୟାକୁ ଧରି ବର ଘରକୁ ଫେରିଥିଲା ।

ବିବାହ ପରେ ସମସ୍ତେ ଥକିଯାଇଥିଲେ । ସେହି ରାତି ପ୍ରାୟ ୧୧ଟା ସମୟରେ ବିଦ୍ୟୁତ୍ କଟି ଯାଇଥିଲା । ଗରମ ଅଧିକ ହେବାରୁ ରିଙ୍କୁ ଛାତ ଉପରକୁ ଯାଇ ଶୋଇପଡ଼ିଥିଲେ । ଆଉ ଏହାରି ମଧ୍ୟରେ ଅନ୍ଧକାରର ସୁଯୋଗ ନେଇ କନ୍ୟା ନଗତ ୧୧ ହଜାର ନଗଦ ଟଙ୍କା, ମୋବାଇଲ୍ ଏବଂ ସୁନା ଓ ରୂପା ଅଳଙ୍କାର ସହିତ ଅନ୍ୟାନ୍ୟ ଜିନିଷ ନେଇ ଫେରାର ମାରିଥିଲା ।

ରାତି ପ୍ରାୟ ୨ଟା ସମୟରେ ବିଦ୍ୟୁତ୍ ଆସିଲା ପରେ ରିଙ୍କୁ ନିଜ ରୁମକୁ ଆସିଥିଲେ । ହେଲେ ସେଠାରେ ନିଜ ସ୍ତ୍ରୀକୁ ନଦେଖି ଖୋଜାଖୋଜି କରିଥିଲେ । ଘରର ମୁଖ୍ୟ ଫାଟକ ମଧ୍ୟ ଖୋଲା ଥିବା ଦେଖି ସନ୍ଦେହ ହେଲା । ସ୍ତ୍ରୀକୁ ଫୋନ୍‌ କରିବା ପରେ ନମ୍ବର ଲାଗିନଥିଲା । ଦୁଇ ଦିନ ପର୍ଯ୍ୟନ୍ତ ବର ବାଚାଳ ପରି ସ୍ତ୍ରୀକୁ ଖୋଜିବାରେ ଲାଗିଥିଲେ । ହେଲେ କୌଣସି ଠାରେ ତାଙ୍କ ପତ୍ତା ମିଳିଲାନି ।

କନ୍ୟା କୌଣସି ପିଲା ସହିତ ଫେରାର ହୋଇଯାଇଥିବା ବରର ପରିବାର ଲୋକ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଅଳଙ୍କାର ସହିତ କନ୍ୟା ନିଖୋଜ ସମ୍ପର୍କରେ ସୂଚନା ପୋଲିସ ଷ୍ଟେସନରେ ଦିଆଯାଇଛି । ଅଭିଯୋଗ ଆଧାରରେ ପୋଲିସ୍‌ ଛାନଭିନ୍‌ ଜାରି ରଖିଛି ।