Advertisment

ସାହସିକତା ପୁରସ୍କାର, କ୍ୟାପ୍ଟେନ ଅଭିନନ୍ଦନଙ୍କୁ 'ବୀର ଚକ୍ର'

ଦେଶର ପ୍ରତିରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନ ବର୍ତ୍ତମାନଙ୍କୁ ମିଳିଛି 'ବୀର ଚକ୍ର' ସମ୍ମାନ । ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି । ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଗୁଳି ମାରି ଖସାଇଦେଇଥିଲେ ମିଗ୍-୨୧ ପାଇଲଟ୍ ଅଭିନନ୍ଦନ । ଶତ୍ରୁମାନଙ୍କ ପାଖରେ ବନ୍ଦୀ ଅବସ୍ଥାରେ ଥିବା ବେଳେ ବି ଅସୀମ ଧୈର୍ଯ୍ୟ ଧରିଥିଲେ ଭାରତର ଏହି ବୀରପୁତ୍ର ।

ଅଦ୍ୟତନ ହୋଇଛି
Abhinandan varthaman vir chakra

Abhinandan varthaman vir chakra

Advertisment

ନୂଆଦିଲ୍ଲୀ: ରାଷ୍ଟ୍ରପତି ଭବନରେ ସାହସିକତା ପୁରସ୍କାର ସମାରୋହରେ ପୁରଷ୍କାର ପ୍ରଦାନ କରାଯାଇଛି । ଭାରତୀୟ ସେନାର ବହୁ ସାହାସୀ ବୀରଙ୍କୁ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। । ଗ୍ରୁପ୍‌ କ୍ୟାପଟେନ୍‌ ଅଭିନନ୍ଦନ ବର୍ତ୍ତମାନଙ୍କୁ 'ବୀର ଚକ୍ର' ପ୍ରଦାନ କରାଯାଇଛି ।  ପାକିସ୍ତାନର ଏଫ୍-୧୬ ଯୁଦ୍ଧ ବିମାନକୁ ଗୁଳି ମାରି ଖସାଇଦେଇଥିଲେ ମିଗ୍-୨୧ ପାଇଲଟ୍ ଅଭିନନ୍ଦନ ।  ଅଭିନନ୍ଦନ ନିଜର ସାହସ ପ୍ରଦର୍ଶନ କରି ସମଗ୍ର ଦେଶକୁ ଗର୍ବିତ କରିଥିଲେ । ଏନେଇ ତାଙ୍କୁ ମିଳିଛି ବୀର ଚକ୍ର ସମ୍ମାନ ।

Advertisment

ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ କୁମାର ବର୍ତ୍ତମାନ ଗ୍ରୁପ୍ କ୍ୟାପଟେନ୍ ଅଛନ୍ତି। ଯେତେବେଳେ ସେ ପାକିସ୍ତାନୀ ଯୁଦ୍ଧ ବିମାନକୁ ଗୁଳି ଚଳାଇଥିଲେ ସେତେବେଳେ ସେ ଶ୍ରୀନଗର ନିକଟ ଅବିଣ୍ଟାପୁରା ଏୟାର ବେସରେ ଅବସ୍ଥାପିତ ଥିଲେ । ଗ୍ରୁପ୍ କ୍ୟାପଟେନ ଅଭିନନ୍ଦନଙ୍କ ପିତା ମଧ୍ୟ ବାୟୁସେନାରେ ଜଣେ ଅଧିକାରୀ ଥିଲେ ଏବଂ ବର୍ତ୍ତମାନ ସେ ଅବସରପ୍ରାପ୍ତ ସେନା ଅଧିକାରୀ  ।

ପୂର୍ବରୁ ଭାରତୀୟ ବାୟୁସେନା ଅଭିନନ୍ଦନଙ୍କୁ ‘ଗ୍ରୁପ୍‌ କ୍ୟାପ୍‌ଟେନ୍‌’ ପାହ୍ୟାକୁ ଉନ୍ନୀତ କରିଥିଲା। ପାକିସ୍ତାନ ଅଧିକୃତ କଶ୍ମୀରରେ ସେ ଗୋଟିଏ ‘ଏଫ୍‌-୧୬’କୁ ଗୁଳି ମାରି ଖସାଇ ଦେବା ପରେ ପାକିସ୍ତାନୀ ସୈନିକମାନେ ମଧ୍ୟ ଅଭିନନ୍ଦନ ଚଳାଉଥିବା ବିମାନକୁ ଖସାଇ ‌ତାଙ୍କୁ ଧରି ନେଇଥିଲେ। ସେତେବେଳ‌େ ସେ ଥିଲେ ୱିଙ୍ଗ୍‌ କମାଣ୍ଡର୍‌। ୨୦୧୯ ଫେବ୍ରୁଆରି ୨୭ ତାରିଖରେ ପାକିସ୍ତାନ ବାୟୁସେନା ଆକ୍ରମଣକୁ ପଣ୍ଡ କରିବାରେ ପ୍ରମୁଖ ଭୂମିକା ନେଇଥିବା ଅଭିନନ୍ଦନଙ୍କ ‘ୟୁନିଟ୍‌ 51 ସ୍କ୍ୱାଡ୍ରନ୍‌’କୁ ମଧ୍ୟ ‘ୟୁନିଟ୍‌ ସାଇଟେସନ୍‌’ ମିଳିଥିଲା।

Advertisment
New Delhi Brave Award
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ