Advertisment

ୟୁକ୍ରେନରୁ ଭାରତ ଫେରିଲା ଏକମାତ୍ର ଭାରତୀୟ ଡାକ୍ତରୀ ଛାତ୍ରଙ୍କ ପାର୍ଥୀବ ଶରୀର

ମରଶରୀର ବିଳମ୍ବରେ ପହଞ୍ଚିଥିବା ଯୋଗୁଁ ଦୁଃଖ ବ୍ୟକ୍ତ କରିଛନ୍ତି ତାଙ୍କ ବାପା।

naveen shekharappa

naveen shekharappa

Advertisment

ଆଜି ୟୁକ୍ରେନରୁ ଭାରତ ଫେରିଲା ଏକମାତ୍ର ଭାରତୀୟ ଡାକ୍ତରୀ ଛାତ୍ର ନବୀନ ଶେଖରପ୍ପାଙ୍କ ପାର୍ଥୀବ ଶରୀର। ୟୁକ୍ରେନର ଖାରଖିଭ୍ ମେଡିକାଲ କଲେଜରେ ଶେଷ ବର୍ଷର ଛାତ୍ର ଥିବା ନବୀନ ଶେଖରପ୍ପ୍ପା ଏମବିବିଏସର ଶେଷ ବର୍ଷର ଛାତ୍ରଥିଲେ। ଋଷ -ୟୁକ୍ରେନ ଯୁଦ୍ଧ ବେଳେ ଖାଦ୍ୟ ଆଣିବା ଲାଗି ଧାଡ଼ିରେ ଠିଆ ହୋଇଥିବା ବେଳେ ଋଷ ସୈନିକଙ୍କ ବୋମା ମାଡ଼ରେ ତାଙ୍କ ପ୍ରାଣ ଯାଇଥିଲା।

Advertisment

ତାଙ୍କ ପାର୍ଥୀବ ଶରୀର କର୍ଣ୍ଣାଟକର ହାଭେରୀ ଜିଲ୍ଲାରେ ପହଞ୍ଚିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦର୍ଶନ କରିଥିଲେ। ତେବେ ତାଙ୍କ ଅନ୍ତିମ ସଂସ୍କାର କରିବା ପରିବର୍ତ୍ତେ ତାଙ୍କ ମୃତଦେହକୁ କର୍ଣ୍ଣାଟକ ମେଡିକାଲକୁ ହସ୍ତାନ୍ତର କରିବା ଲାଗି ତାଙ୍କ ପରିବାର ନିଷ୍ପତ୍ତି ନେଇଛନ୍ତି। ପୁଅ ନବୀନଙ୍କ ମରଶରୀର ବିଳମ୍ବରେ ପହଞ୍ଚିଥିବା ଯୋଗୁଁ ଦୁଃଖ ବ୍ୟକ୍ତ କରିଛନ୍ତି ତାଙ୍କ ବାପା। 

Russia Ukraine Crisis RussiaUkraine War
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ