Advertisment

ହୋଲି ଖେଳି ଘରକୁ ଆସିଲେ, ପରେ ବାଥରୁମ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ...

ଦେହରୁ ଛାଡ଼ିନି ହୋଲି ରଙ୍ଗ, ହେଲେ ତା’ପୂର୍ବରୁ ଚାଲିଗଲା ଜୀବନ। ବାଥରୁମ୍‌ ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ହୋଲି ଖେଳି ଘରକୁ ଆସିବା ପରେ ରହସ୍ୟଜନକ ଭାବେ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି।

ଅଦ୍ୟତନ ହୋଇଛି
Mumbai: Couple Found Dead In Bathroom After Playing Holi

Bodies of couple found from bathroom in mumbai

Advertisment

ଦେହରୁ ଛାଡ଼ିନି ହୋଲି ରଙ୍ଗ, ହେଲେ ତା’ପୂର୍ବରୁ ଚାଲିଗଲା ଜୀବନ। ବାଥରୁମ୍‌ ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ହୋଲି ଖେଳି ଘରକୁ ଆସିବା ପରେ ରହସ୍ୟଜନକ ଭାବେ ଦମ୍ପତିଙ୍କ ମୃତଦେହ ଉଦ୍ଧାର ହୋଇଛି। ବୁଧବାର ଦିନ ମୁମ୍ବାଇର ଘାଟକୋପର(ପୂର୍ବ)ରେ ଦମ୍ପତିଙ୍କ ମୃତଦେହକୁ ପୋଲିସ୍‌ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ମୃତ୍ୟୁର କାରଣ ଜଣାପଡ଼ି  ନଥିବାବେଳେ ଦମ୍ପତିଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ମିଳିନାହିଁ। 

Advertisment

ଅଧିକ ପଢ଼ନ୍ତୁ: ହୋଲିରେ କାନ୍ଦବୋବାଳି, ବ୍ରାହ୍ମଣୀ ନଦୀରେ ବୁଡ଼ି ୨ ଭାଇ ମୃତ

ମୃତକ ହେଲେ ଘାଟକୋପର ପନ୍ତନଗର ଅଞ୍ଚଳର ଦୀପକ ଶାହ(୪୪) ଓ ତାଙ୍କ ପତ୍ନୀ ଟିନା ଶାହ(୩୯)। ଦୀପକ କପଡ଼ା ବ୍ୟବସାୟ କରୁଥିଲେ। ସୂଚନା ଅନୁସାରେ, ମଙ୍ଗଳବାର ଦିନ ପଡ଼ୋଶୀ ଏବଂ ପରିବାର ସଦସ୍ୟଙ୍କ ସହ ଦୀପକ ଓ ଟିନା ହୋଲି ଖେଳି ଥିଲେ। ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁସାରେ, ଜଣେ ପୋଲିସ୍‌ ଅଧିକାରୀଙ୍କ କହିବା ଅନୁଯାୟୀ ହୋଲି ଖେଳି ସାରିବା ପରେ ଉଭୟ ଘରକୁ ପଳାଇଥିଲେ।

ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୧ଟା ସମୟରେ ପରିବାର ଲୋକ ଶାହଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। ହେଲେ ଦମ୍ପତିଙ୍କ ସହ କୌଣସି ଯୋଗାଯୋଗ ହୋଇପାରି ନଥିଲା। ସନ୍ଦେହ ହେବାରୁ ପରିବାର ଲୋକ ଦୀପକ ଓ ଟିନା ରହୁଥିବା ଘରକୁ ଆସି ଆଉ ଏକ ଚାବିରେ ଘର ଖୋଲି ଥିଲେ। ଏହାପରେ ବାଥରୁମ୍‌ ଭିତରୁ ଉଭୟଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦମ୍ପତିଙ୍କୁ ଉଦ୍ଧାର କରି ରାଜାୱାଡି ହସ୍ପିଟାଲରେ ଭର୍ତ୍ତି କରିଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ପୋଲିସ୍‌ ସୂଚନ ଅନୁସାରେ, ଦୀପକ ଓ ଟିନାଙ୍କ କୌଣସି ସନ୍ତାନ ନଥିବାବେଳେ ସେମାନଙ୍କ ବ୍ୟତୀତ ଆଉ କେହିବି ଘରେ ରହୁନଥିଲେ। ଗାଧୋଇବା ବେଳେ ମୃତ୍ୟୁ ହୋଇଥିବା ପୋଲିସ୍‌ ସନ୍ଦେହ କରୁଛି। ପ୍ରକୃତରେ କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି, ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନି। ପୋଲିସ୍‌ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଥିବା ବେଳେ ଘଟଣାର ତଦନ୍ତ ଜାରି ରଖିଛି। 

Couple Found Dead Deadbody Found
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ