• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ମହାରାଷ୍ଟ୍ର ରାୟଗଡ଼ ଜିଲ୍ଲାରେ ଥିବା ହରିହରେଶ୍ୱର ସମୁଦ୍ର କୂଳରେ ସନ୍ଦେହଜନକ ଅବସ୍ଥାରେ ଏକ ଡଙ୍ଗା ଦେଖିବାକୁ ମିଳିଥିଲା । ସେହି ଡଙ୍ଗାରେ AK 47 ବନ୍ଧୁକ ଏବଂ ବିପୁଳ ପରିମାଣର ଗୁଳି ଥିବା ଦେଖାଯାଇଥିଲା । ଏଭଳି ସନ୍ଦେହଜନକ ଅବସ୍ଥାରେ ଡଙ୍ଗାରୁ ଅସ୍ତ୍ରଶସ୍ତ୍ର ମିଳିବା ପରେ ସମଗ୍ର ରାୟଗଡ଼ ଜିଲ୍ଲାରେ ସତର୍କ ସୂଚନା ଜାରି କରାଯାଇଛି । ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଅସ୍ତ୍ରଶସ୍ତ୍ର ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । 

ସୂଚନାନୁଯାୟୀ ଡଙ୍ଗାଟି କେଉଁଠୁ ଆସିଛି ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଡଙ୍ଗାରେ କେହି ନଥିଲେ ବୋଲି ସୂଚନା ମିଳିଛି । ତେବେ ଏହି ଡଙ୍ଗାକୁ ନେଇ ଆତଙ୍କବାଦୀ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ସନ୍ଦିଗ୍ଧ ଡଙ୍ଗାଟି କାହାର, ଏନେଇ ଅନେକ ଲୋକ ଅନେକ କଥା କହୁଛନ୍ତି । ଏହାରି ମଧ୍ୟରେ ମହରାଷ୍ଟ୍ର ଡେୁପୁଟି ସିଏମ୍‌ ଦେବେନ୍ଦ୍ର ଫଡ୍‌ନାଭିସ୍‌ କହିଛନ୍ତି ଯେ, ‘ଏହି ଡଙ୍ଗାଟି ଅଷ୍ଟ୍ରେଲିଆର ଜଣେ ମହିଳାଙ୍କର, ଡଙ୍ଗାଟି ଖରାପ ହୋଇଯାଇଥିବା କାରଣରୁ ଭାସି ଆସି ଭାରତ ମୁହାଣରେ ଲାଗିଛି । ବର୍ତ୍ତମାନ ଯାଏଁ କୌଣସି ଆତଙ୍କବାଦୀଙ୍କ ସମ୍ପୃକ୍ତି ଥିବା ନେଇ ସୂଚନା ନାହିଁ ।’

ତେବେ ଏହି ବୋଟ ଜଣେ ଅଷ୍ଟ୍ରେଲିଆ ମହିଳା ହାନା ଲଣ୍ଡରଗନଙ୍କ ନାଁରେ ଥିବା ଜଣାପଡିଛି । ତାଙ୍କ ସ୍ୱାମୀ ଜେମ୍‌ସ ହବର୍ଟ ସେହି ବୋଟର କ୍ୟାପଟେନ ଥିଲେ । ମସ୍କଟରୁ ବାହାରି ଏହି ବୋଟ ୟୁରୋପ ଅଭିମୁଖେ ଯାଉଥିଲା । ହେଲେ ବାଟରେ ଏହାର ଇଞ୍ଜିନ ଖରାପ ହେବାରୁ ଅଟକି ଯାଇଥିଲା । ଜୁନ ୨୬ ତାରିଖରେ ବୋଟରେ ଥିବା ସମସ୍ତ ଯାତ୍ରୀଙ୍କୁ ସମୁଦ୍ର ମଛିରୁ ଉଦ୍ଧାର କରାଯାଇଥିଲା । ହେଲେ ବୋଟକୁ ଉଦ୍ଧାର କରାଯାଇପାରିନଥିଲା । ପରେ ଏହି ବୋଟ ଭାସି ଆସି ରାୟଗଡ଼ର ହରିହରେଶ୍ୱର ଘାଟରେ ଲାଗିଛି । 

ଫଡନାଭିସ୍‌ ଆହୁରି କହିଛନ୍ତି ଯେ, ୧୬ ମିଟର ଲମ୍ବା ଏହି ବୋଟ୍‌କୁ ପ୍ରଥମେ ମତ୍ସ୍ୟଜୀବୀ ମାନେ ଦେଖିଥିଲେ । ଆଉ ଖବର ଦେଇଥିଲେ । ATS ଓ କୋଷ୍ଟଗାର୍ଡ ଏନେଇ ତଦନ୍ତ ଆରମ୍ଭ କରିଛନ୍ତି । ସନ୍ଦିଗ୍ଧ ବୋଟ୍‌ରୁ ଏକ ୱାଟରପ୍ରୁଫ୍‌ ବାକ୍ସ ଜବତ ହୋଇଛି । ଯେଉଁଥିରେ ୩ଟି AK 47 ବନ୍ଦୁକ ଏବଂ ଗୁଳି ରହିଛି ।