ମିଥୁନଙ୍କ ଘରେ ଚାଲିବ ବୁଲଡୋଜର
ମିଥୁନଙ୍କ ଉପରେ ହେବ ବୁଲଡୋଜର୍ ଆକ୍ସନ୍ । ବେଆଇନ ନିର୍ମାଣ ଉପରେ ଚାଲିବ ବୁଲଡୋଜର୍ । BMC ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି । ବଲିଉଡ୍ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମୁମ୍ୱାଇ ମୁନିସିପାଲ୍ କର୍ପୋରେସନ ବା BMC ପକ୍ଷରୁ ଏକ ନୋଟିସ୍ ମିଳିଛି । ତାଙ୍କ ବିରୋଧରେ ମୁମ୍ବାଇର ମଲାଡ ଅଞ୍ଚଳର ଏରଙ୍ଗଲ ଗାଁରେ ଏକ ଫ୍ଲାଟର ତଳ ମହଲାରେ ବିନା ଅନୁମତିରେ କିଛି ନିର୍ମାଣ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ, BMC ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଇଛି ।
ଅଧିକ ପଢ଼ନ୍ତୁ: ଖୋଲୁଛି ଗୁମର: ପହଲଗାମ ହମଲା ଦିନ ISI ସହ ଯୋଗାଯୋଗରେ ଥିଲେ ଜ୍ୟୋତି !
ନଗର ନିଗମ ଅଧିକାରୀଙ୍କ ଅନୁଯାୟୀ, ନୋଟିସ୍ ପାଇବା ପରେ, ତାଙ୍କୁ ୧ ସପ୍ତାହ ମଧ୍ୟରେ ଉତ୍ତର ଦେବାକୁ ପଡିବ । ମିଥୁନଙ୍କୁ ବୁଝାଇବାକୁ ପଡିବ ଯେ ନିର୍ମାଣ କାର୍ଯ୍ୟକୁ କାହିଁକି ଭାଙ୍ଗି ଦିଆଯିବ ନାହିଁ । ଯଦି ସେ ଉତ୍ତର ନ ଦିଅନ୍ତି କିମ୍ବା ସଠିକ୍ କାରଣ ଦେଇପାରିବେ ନାହିଁ, ତେବେ ଏହି ନିର୍ମାଣକୁ ଭାଙ୍ଗି ଦିଆଯିବ । କେବଳ ଏତିକି ନୁହେଁ, BMC ଏହି ଅଭିନେତାଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ଚେତାବନୀ ଦେଇଛି ।
ଅଧିକାରୀମାନେ କହିଛନ୍ତି ଯେ ଏରଙ୍ଗଲ ଗାଁର ହୀରା ଦେବୀ ମନ୍ଦିର ନିକଟରେ ଯାଞ୍ଚ ସମୟରେ ଅନେକ ବେଆଇନ ନିର୍ମାଣ ମିଳିଛି । ସେଠାରେ ଦୁଇରୁ ଅଧିକ ମେଜେନାଇନ୍ ମହଲା, ଗୋଟିଏ ଭୂତଳ ମହଲା କୋଠା ଏବଂ ଇଟା, କାଠ, କାଚ ଏବଂ ଏସି ସିଟ୍ରେ ତିଆରି ତିନୋଟି ଅସ୍ଥାୟୀ ଘର ଥିବା କୋଠା ମଧ୍ୟ ମିଳିଛି । ଏସବୁ ବିନା ଅନୁମତିରେ ତିଆରି କରାଯାଇଛି। ଏପର୍ଯ୍ୟନ୍ତ ମିଥୁନଙ୍କ ପକ୍ଷରୁ ଏହି ମାମଲାରେ କୌଣସି ପ୍ରତିକ୍ରିୟା ମିଳିନାହିଁ ।
ତେବେ ଏହା କେବଳ ଗୋଟିଏ ମାମଲା ନୁହେଁ । BMC ମଲାଡ୍ ଅଞ୍ଚଳରେ ୧୦୦ରୁ ଅଧିକ ବେଆଇନ ନିର୍ମାଣ ଚିହ୍ନଟ କରିଛି । ଅଧିକାରୀମାନେ କହିଛନ୍ତି ଯେ, ସେମାନେ ମେ’ ମାସ ଶେଷ ସୁଦ୍ଧା ଏହି ସମସ୍ତ ବେଆଇନ କୋଠା ଭାଙ୍ଗିବାକୁ ପ୍ରସ୍ତୁତ ହେଉଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747654387.jpg)