Advertisment

ଚପଲର ଦାମ ୬ ଲକ୍ଷ ! ୨୫ ଜଣ କିଣି ପୋଲିସ ହାତରେ ଧରାପଡ଼ିଲେ

ଚପଲର ଦାମ ୬ ଲକ୍ଷ ! ଏତେ ଦାମି ଚପଲ କେବେ ଦେଖିଛନ୍ତି ? ବଜାରରେ ଏମିତି ଦାମୀ ଚପଲ ମିଳୁଥିବା କେବେ ଶୁଣିଛନ୍ତି ? ବୋଧହୁଏ ନା । ହେଲେ ଏମିତି ଚପଲ ବଜାରରେ ବିକ୍ରି ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଲୋକ ଏହି ଚପଲକୁ କିଣିଥିବା ପୋଲିସ କହିଛି।

bluetooth Chappals

bluetooth Chappals

Advertisment

ନୂଆଦିଲ୍ଲୀ: ଚପଲର ଦାମ ୬ ଲକ୍ଷ ! ଏତେ ଦାମି ଚପଲ କେବେ ଦେଖିଛନ୍ତି ? ବଜାରରେ ଏମିତି ଦାମୀ ଚପଲ ମିଳୁଥିବା କେବେ ଶୁଣିଛନ୍ତି ? ବୋଧହୁଏ ନା । ହେଲେ ଏମିତି ଚପଲ ବଜାରରେ ବିକ୍ରି ହେଉଛି ଏବଂ ବର୍ତ୍ତମାନ ସୁଦ୍ଧା ୨୫ ଜଣ ଲୋକ ଏହି ଚପଲକୁ କିଣିଥିବା ପୋଲିସ କହିଛି।
ଏଠି ମନରେ ପ୍ରଶ୍ନ ଉଠିପାରେ, ଚପଲ କେତେ ବିକ୍ରି ହେଲା ପୋଲିସ ଖବର କାହିଁକି ରଖୁଛି ? ହଁ, ଏହି ଚପଲ ସହ ଏମିତି କ୍ରାଇମ ଯୋଡି ହୋଇ ରହିଛି ଯେଉଁଥିରେ ପୋଲିସ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଛି।  

Advertisment

 ଚୋରି କରିବାର ଏକ ନୂଆ ଏବଂ ଅଭିନବ ଉପାୟ ଖୋଜି ବାହାର କରାଯାଇଛି। ଯାନ୍ତ୍ରିକ କୌଶଳ ବିନିଯୋଗ କରି ଏହି ଅତ୍ୟାଧୁନିକ ଉପାୟରେ ଚାଲିଛି ଠକେଇ। ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ଏହି ଠକେଇ କୌଶଳ ଏବେ ଭାଇରାଲ ହୋଇଛି। ଗୋଟିଏ ବାକ୍ୟରେ କହିଲେ ପ୍ରକୃତରେ ଏହା ଚପଲ ନୁହେଁ, ଚୋରି କରିବା ପାଇଁ ଚପଲ ଆକୃତିର ଏକ ନୂଆ ଡିଭାଇସ। 

Advertisment

ପ୍ରକୃତ କଥା ହେଲା,ଏହି ଅଭିନବ କୌଶଳକୁ ଆପଣାଇ ପିଲାମାନେ  REET ପରୀକ୍ଷାରେ କପି କରିବା ପାଇଁ ଉଦ୍ୟମ କରୁଥିଲେ। ରାଜସ୍ଥାନରେ ଅଧ୍ୟାପକ ପରୀକ୍ଷା ପାଇଁ  (Rajasthan Eligibility Examination for Teacher) ପରୀକ୍ଷା ଚାଲିଥିବାବେଳେ ପୋଲିସ ୫ ଜଣଙ୍କୁ ଗିରଫ କରି ନେଇଥିଲା । ତାଙ୍କ ପାଖରୁ ଏହି ଦାମି ଚପଲ ଜବତ କରାଯାଇଥିଲା। ଏହି ଚପଲରେ ବ୍ଲୁ ଟୁଥ ଲାଗିଥିଲା। ସୋଶାଲ ମିଡିଆରେ ଏହାର ଫଟୋ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପୋଲିସର କହିବା ଅନୁଯାୟୀ, ପରୀକ୍ଷାରେ କପି କରିବା ପାଇଁ ସ୍ୱତନ୍ତ୍ର ଡିଭାଇସ ଲାଗିଥିବା ଚପଲ ବ୍ୟବହାର କରାଯାଉଛି। 

୬ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି ହେଉଥିବା ଏହି ଚପଲକୁ ୨୫ ଜଣ କିଣିଛନ୍ତି। ପୋଲିସ ଏହି ଚପଲ ସହ ଅନେକ ମୋବାଇଲ ଏବଂ ସିମ୍‌କୁ ଜବତ କରିଛି।

Advertisment
Rajasthan Bluetooth Chappals
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ