Advertisment

ସ୍ତ୍ରୀର ହାତ ବାନ୍ଧି ୪ ମହଲାରୁ ତଳକୁ ଠେଲିଦେଲା ସ୍ୱାମୀ

ମହିଳା ସହଯୋଗୀଙ୍କ ସହ ମିଶି ସ୍ତ୍ରୀର ହାତ ବାନ୍ଧି ଚତୁର୍ଥ ମହଲାରୁ ଠେଲିଦେଲା ସ୍ୱାମୀ। ଖାଲି ଏତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତି ଯୁବତୀଙ୍କ ବୟଫ୍ରେଣ୍ଡ୍‌ର ମଧ୍ୟ ହାତ ବାନ୍ଧି ବାଥ୍‌ରୁମ୍‌ରେ ତାଙ୍କୁ ବନ୍ଦୀ କରି ଦେଇଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Blogger Ritika Singh Murder Case

Blogger Ritika Singh Murder Case

ବୟଫ୍ରେଣ୍ଡ୍‌ ସାମ୍ନାରେ ଗର୍ଲଫ୍ରେଣ୍ଡ୍‌ର ମର୍ଡର। ମହିଳା ସହଯୋଗୀଙ୍କ ସହ ମିଶି ସ୍ତ୍ରୀର ହାତ ବାନ୍ଧି ଚତୁର୍ଥ ମହଲାରୁ ଠେଲିଦେଲା ସ୍ୱାମୀ। ଖାଲି ଏତିକି ନୁହେଁ ସମ୍ପୃକ୍ତ ବ୍ୟକ୍ତି ଯୁବତୀଙ୍କ ବୟଫ୍ରେଣ୍ଡ୍‌ର ମଧ୍ୟ ହାତ ବାନ୍ଧି ବାଥ୍‌ରୁମ୍‌ରେ ତାଙ୍କୁ ବନ୍ଦୀ କରି ଦେଇଥିଲେ। ଆଗ୍ରାର ରିତିକା ସିଂ ମର୍ଡରକୁ ନେଇ ଏଭଳି କିଛି ଖୁଲାସା କରିଛନ୍ତି ତାଙ୍କ ବୟଫ୍ରେଣ୍ଡ୍‌। ଜୀବନ ବଞ୍ଚାଇବା ଲାଗି ରିତିକା ଜୋର୍‌ରେ ଚିତ୍କାର କରିଥିଲେ ମଧ୍ୟ  କେହି ତାଙ୍କ ଚିତ୍କାର ଶୁଣିନଥିଲେ। 

Advertisment

ସୂଚନା ଅନୁସାରେ, ସ୍ୱାମୀଙ୍କ ସହ ବିବାଦ ପରେ  ଫୁଡ୍‌ ଓ ଫ୍ୟାଶନ ବ୍ଲଗର୍‌ ରିତିକା ସିଂ ବୟଫ୍ରେଣ୍ଡ୍‌ ଭିପୁଲଙ୍କ ସହ ଲିଭ୍‌ ଇନ୍‌ରେ ରହୁଥିଲେ। ଉଭୟ ରିତିକା ଓ ଭିପୁଲ ଓମ୍‌ ଶ୍ରୀ ପ୍ଲୋଟିନମ୍‌ ଆପାର୍ଟମେଣ୍ଟ୍‌ରେ ରହୁଥିଲେ। ରିତିକାଙ୍କ ସ୍ୱାମୀ ଆକାଶ ଗୌତମ ଫ୍ଲାଟ୍‌କୁ ଆସି ଭିପୁଲଙ୍କ ହାତ ବାନ୍ଧି ତାଙ୍କୁ ବାଥରୁମ୍‌ ଭିତରେ ବନ୍ଦ କରି ଦେଇଥିଲେ। ସେ ଚିତ୍କାର କରିଥିଲେ ମଧ୍ୟ କେହି ତାଙ୍କ ଚିତ୍କାର ଶୁଣି ନଥିଲେ। ଏହାପରେ ଆକାଶ ତାଙ୍କ ସହଯୋଗୀଙ୍କ ସହ ମିଶି ରିତିକାଙ୍କ ହାତ ବାନ୍ଧି ତାଙ୍କୁ ୪ ମହଲାରୁ ତଳକୁ ଠେଲି ଦେଇଥିଲେ। ଏହାଦେଖି ଆପାର୍ଟମେଣ୍ଟ୍‌ ବାହାରେ ସ୍ଥାନୀୟ ଲୋକ ଭିଡ଼ ଜମାଇଥିଲେ। ହେଲେ ଲୋକଙ୍କ ପାଟିତୁଣ୍ଡ ଶୁଣି ସିକ୍ୟୁରିଟି ଗାର୍ଡ ଗେଟ୍‌ ବନ୍ଦ କରି ଦେଇଥିଲେ। 

ଉପସ୍ଥିତ ଲୋକ କୌଶଳକ୍ରମେ ଆକାଶ ଓ ତାଙ୍କର ମହିଳା ସହଯୋଗୀଙ୍କୁ ଧରିଥିଲେ। ତେବେ ୨ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଭିପୁଲଙ୍କୁ ବାଥରୁମ୍‌ ଭିତରକୁ ଉଦ୍ଧାର କରିବା ସହ ଆକାଶ ଓ ତାଙ୍କର ୨ ଜଣ ମହିଳା ସହଯୋଗୀଙ୍କୁ ଗିରଫ କରିଛି। ଫ୍ଲାଟ୍‌ରେ ଜିନିଷପତ୍ର ଏଣେତେଣେ ହୋଇ ପଡ଼ିବା ସହ ଚୁଟି ସବୁ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏସବୁକୁ ଯାଞ୍ଚ ପାଇଁ ପଠାଯାଇଛି। ଜୀବନ ବଞ୍ଚାଇବା ଲାଗି ରିତିକା ବହୁତ ସଂଘର୍ଷ କରିଥିଲେ। ହେଲେ ନିଜକୁ ବଞ୍ଚାଇ ପାରିନଥିଲେ। 

Advertisment

ତଦନ୍ତରୁ ଜଣାପଡ଼ିଛି ଯେ, ହତ୍ୟାକାଣ୍ଡ ଦିନ ଆକାଶଙ୍କ ସହ ଅନ୍ୟ ୪ ଜଣ ଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଥିଲେ। ସକାଳ ପ୍ରାୟ ସାଢ଼େ ୧୦ଟାରେ ଆକାଶ ନିଜର ୨ ମହିଳା ସହଯୋଗୀଙ୍କୁ ଧରି ଆପାର୍ଟମେଣ୍ଟ୍‌ ଭିରକୁ ଏଣ୍ଟ୍ରି କରିଥିଲେ। ସିସିଟିଭି ଫୁଟେଜରୁ ଏହା ଜଣାପଡ଼ିଛି। ଅଭିଯୁକ୍ତମାନେ ସେମାନଙ୍କର ନକଲି ପରିଚୟ ଦେଇ ଫ୍ଲାଟ୍‌ ନଂ ୬୦୧କୁ ଯିବା ପାଇଁ କହିଥିଲେ। ହେଲେ ସେମାନଙ୍କୁ ଫ୍ଲାଟ୍‌ ନଂ ୪୦୪କୁ ଯିବାର ଥିଲା। ଏସବୁ ସେମାନେ ଏଥିପାଇଁ କରିଥିଲେ ଯେମିତି ସିକ୍ୟୁରିଟି ଗାର୍ଡ ସେମାନଙ୍କ ଉପରେ ସନ୍ଦେହ କରିବେ ନାହିଁ। 

ଅନ୍ୟପକ୍ଷେ, ଫେରାର ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୋଲିସ୍‌ ଛାନ୍‌ଭିନ୍‌ ଚଳାଇବା ସହ ଘଟଣାର ତଦନ୍ତ ଜାରି ରଖିଛି।  

Murder Blogger Ritika Singh Murder Case Blogger Ritika Singh Murder
Advertisment
Advertisment