/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689153280.jpg)
Online Marriage
ଖରାପ ପାଗ, ଆକସ୍ମିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ବିବାହରେ ବାଧା । ପ୍ରକୃତିର କରାଳ ରୂପ ତଥା ପ୍ରାକୃତିକ ବିପର୍ଯ୍ୟୟ ପାଇଁ କନ୍ୟା ଘରେ ପହଞ୍ଚି ପାରିଲାନି ବର । ଶେଷରେ ଉଭୟ ପରିବାରଙ୍କ ସହମତିରେ ଅନଲାଇନ୍ରେ ବିବାହ କଲେ ବରକନ୍ୟା । ଭୀଷଣ ବର୍ଷା ହେବାରୁ ଭିଡିଓ କନ୍ଫରେନ୍ସିଙ୍ଗ୍ ଜରିଆରେ ସିମ୍ଲାର ଆଶିଷ ସିଂହ ଓ କୁଲ୍ଲୁର ଶିବାନୀ ଠାକୁରଙ୍କର ବାହାଘର ହୋଇଛି ।
ଗତ ଶନିବାର ଠାରୁ ଲଗାତାର ତିନି ଦିନ ଧରି ହିମାଚଳ ପ୍ରଦେଶରେ ମୂଷଳ ଧାରାରେ ବର୍ଷା ହେଉଛି । ଭୀଷଣ ବର୍ଷା ଯୋଗୁଁ ବନ୍ୟା, ଭୂସ୍ଖଳନ, ଘର ନଷ୍ଟ ହେବା ସହ ଅତି କମରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି । ଆଉ ଏହାରି ଭିତରେ ସୋମବାର ଦିନ ସିମଲାର କୋଟଗଡ଼ ଗାଁରୁ ବରଯାତ୍ରୀ ଧରି କୁଲ୍ଲୁ ଜିଲ୍ଲା କନ୍ୟାଘରକୁ ଯାଇଥାଆନ୍ତେ ଆଶିଷ ସିଂହ । କିନ୍ତୁ ବର୍ଷା ପାଇଁ ବିବାହ ଯୋଜନା ଫସର ଫାଟିଗଲା । କାରଣ ଏପରି ପାଗରେ କନ୍ୟା ଘରକୁ ଯିବା ସମ୍ଭବପର ନଥିଲା । ତେଣୁ ଭିଡିଓ କଲ୍ ଜରିଆରେ ଆଶିଷ ଓ ଶିବାନୀଙ୍କ ବାହାଘର ପାଇଁ ସେମାନଙ୍କ ପରିବାର ଲୋକେ ନିଷ୍ପତ୍ତି ନେଇଥିଲେ ।
ଏହି ଅନଲାଇନ ବିବାହରେ କିପରି ରୀତିନୀତି ସମ୍ପର୍ଣ୍ଣ ହୋଇଛି ସେସମ୍ପର୍କରେ କୌଣସି ସୂଚନା ନାହଁ । ତେବେ ବର୍ତ୍ତମାନ ସମୟରେ ପାଗ ଖରାପ ରହୁଥିବାରୁ କୁଆଡ଼େ ଗସ୍ତ ନକରିବା ପାଇଁ ସରକାର ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି । ଏପରିକି ଘରୁ ବାହାରିବା ସମୟରେ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)