ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ, ଘଟଣାକୁ ନେଇ ଦିଲ୍ଲୀ ପୋଲିସ ଓ NIAର ଛାନଭିନ୍‌

ବିସ୍ଫୋରଣରେ କୌଣସି ଧନଜୀବନ କ୍ଷତି ହୋଇନଥିଲେ ମଧ୍ୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଅଂଚଳରେ ବିସ୍ଫୋରଣ ହୋଇଥିବାରୁ ଦିଲ୍ଲୀ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି ।

Blast near Israel embassy

ନୂଆଦିଲ୍ଲୀରେ ଥିବା ଇସ୍ରାଏଲର ଦୂତାବାସ ନିକଟରେ ବିସ୍ଫୋରଣ ହୋଇଛି । ଗତକାଲି ଅପରାହ୍ନ ୫ଟା ପରେ ଏହି ବିସ୍ଫୋରଣ ହୋଇଥିଲା । ଖବର ପାଇ ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର ଗୁଇନ୍ଦା ଟିମ୍, ଡଗ୍ ସ୍କ୍ୱାର୍ଡ ଓ ବୋମା ନିଷ୍କ୍ରିୟକାରୀ ଟିମ୍ ପହଞ୍ଚି ତନ୍ନତନ୍ନ ଯାଞ୍ଚ କରିଥିଲେ । NIA ଓ ଫୋରେନସିକ୍ ଟିମ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ କରିଥିଲେ । ତେବେ ଘଟଣାସ୍ଥଳରୁ ଇସ୍ରାଏଲ ଦୂତାବାସକୁ ଲେଖାଥିବା ଏକ ଚିଠି ମିଳିଥିଲା ।

ବିସ୍ଫୋରଣରେ କୌଣସି ଧନଜୀବନ କ୍ଷତି ହୋଇନଥିଲେ ମଧ୍ୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଅଂଚଳରେ ବିସ୍ଫୋରଣ ହୋଇଥିବାରୁ ଦିଲ୍ଲୀ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । ବିସ୍ଫୋରଣ ପରେ ସେହି ଅଂଚଳକୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରଖାଯାଇଛି । ଭାରତରେ ଥିବା ଇସ୍ରାଏଲ ନାଗରିକମାନଙ୍କୁ ଜନଗହଳି ପୂର୍ଣ୍ଣ ସ୍ଥାନ ମଲ୍ କିମ୍ବା ମାର୍କେଟ୍‌କୁ ଯିବାକୁ ବାରଣ କରାଯାଇଛି