Advertisment

ଇଟା ଭାଟି ଚିମିନିରେ ଭୟଙ୍କର ବିସ୍ଫୋରଣ, ଅକାଳରେ ଚାଲିଗଲା ୭ ଜୀବନ

ବିହାରର ମୋତିହାରିରେ ଏକ ଚିମିନିରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏକ ଇଟା ଭାଟି ଚିମିନିରେ ବିସ୍ଫୋରଣ ହେବା ଯୋଗୁ ୭ ଜଣଙ୍କ ଜୀବନ ଚାଲି ଯାଇଛି।

author-image
Rajalaxmi Sahoo
Blast In Brick Kiln Kills Seven In Bihar

Blast In Brick Kiln Kills Seven In Bihar

ବିହାରର ମୋତିହାରିରେ ଏକ ଚିମିନିରେ ଭୟଙ୍କର ବିସ୍ଫୋରଣ ହୋଇଛି। ରାମଗରୱା ନରିର୍ଗିର୍‌ରେ ଥିବା ଏକ ଇଟା ଭାଟି ଚିମିନିରେ ବିସ୍ଫୋରଣ ହେବା ଯୋଗୁ ୭ ଜଣଙ୍କ ଜୀବନ ଚାଲି ଯାଇଛି। ଭଗ୍ନାବଶେଷ ତଳେ ୨୪ରୁ ଅଧିକ ଲୋକ ଚାପି ହୋଇ ରହିଥିବା ଆଶଙ୍କା କରାଯାଇଛି। ୧୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ମୃତକ ୭ ଜଣଙ୍କ ମଧ୍ୟରୁ ୪ ଜଣ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଆଉ ୩ ଜଣ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି।

Advertisment

ବିସ୍ଫୋରଣ ପରେ ଆତଙ୍କିତ ହୋଇ ସେଠାରେ ଉପସ୍ଥିତ ଲୋକ ଧାଁଦୌଡ଼ କରିଥିଲେ। ଫଳରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବରପାଇ ପୋଲିସ୍‌, SDRF ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଲୋକଙ୍କ କହିବା ଅନୁସାରେ, ବିସ୍ଫୋରଣର ଶବ୍ଦ ଏତେ ଜୋର୍‌ ଥିଲା ଯେ ଅଧିକ ଦୂର ପର୍ଯ୍ୟନ୍ତ ଏହା ଶୁଣିବାକୁ ମିଳିଥିଲା। 

ଅନ୍ୟପକ୍ଷେ, ଚିମିନିରେ ଏହି ଭୟଙ୍କର ବିସ୍ଫୋରଣ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି। ଏହାସହ ଶୋକସନ୍ତପ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।PMNRF ପକ୍ଷରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯିବ। 

Advertisment
Advertisment
Advertisment