/odishatv-khabar/media/post_attachments/uploadimage/library/16_9/16_9_0/IMAGE_1715615270.jpg)
General Election 2024
ହାଇଦ୍ରାବାଦର ବିଜେପି ସାଂସଦ ପ୍ରାର୍ଥୀ ମାଧବୀ ଲତାଙ୍କ ପାଇଁ ବଢ଼ିଲା ଅଡୁଆ। ଗୋଟିଏ ପୋଲିଂ ବୁଥରେ ସେ ନିର୍ବାଚନ ଅଧିକାରୀ ଓ ସୁରକ୍ଷାକର୍ମୀଙ୍କ ଭଳି ଭୋଟ ଦେବାକୁ ଆସିଥିବା ମୁସଲିମ ମହିଳାଙ୍କ ପରିଚୟପତ୍ର ଯାଞ୍ଚ କରିଛନ୍ତି। ସେ ମୁସଲିମ ମହିଳାଙ୍କ ଭୋଟ ପରିଚୟପତ୍ର ଯାଞ୍ଚ କରିବା ସହ ବୁର୍ଖା ଟେକି ମୁହଁ ଦେଖାଇବାକୁ ମଧ୍ୟ ବାଧ୍ୟ କରିଛନ୍ତି। ଏହାର ଭିଡିଓ ସାମ୍ନାକୁ ଆସିବା ପରେ ବିବାଦ ବଢ଼ିଛି।
ଭିଡିଓରେ ଦେଖିବାକୁ ମିଳିଛି ଯେ, ମାଧବୀ ଲତା ମତଦାନ ବୁଥରେ ଉପସ୍ଥିତ ଥିବା ମହିଳାଙ୍କୁ ବୁର୍ଖା ଟେକି ନିଜ ପରିଚୟ ପତ୍ର ଦେଖାଇବାକୁ କହୁଛନ୍ତି। ଏନେଇ ମାଧବୀ ଲତା କହିଛନ୍ତି ଯେ, ସେ ମହିଳାମାନଙ୍କୁ ପରିଚୟପତ୍ର ଯାଞ୍ଚ କରିବାକୁ ଅନୁରୋଧ କରୁଛନ୍ତି, ଯାହାକି ଭୁଲ ନୁହେଁ।
ମାଧବୀ ଆହୁରି କହିଛନ୍ତି ଯେ, ‘ମୁଁ ଜଣେ ପ୍ରାର୍ଥୀ ଏବଂ ଆଇନଗତ ଭାବେ ବୋଟର ପରିଚୟପତ୍ର ଯାଞ୍ଚ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ମୁଁ ପୁରୁଷ ନୁହେଁ ବରଂ ଜଣେ ମହିଳା ଏବଂ ମୁଁ ସେହି ମହିଳାମାନଙ୍କୁ ସେମାନଙ୍କର ପରିଚୟ ପ୍ରକାଶ କରିବାକୁ ଅତି ଭଦ୍ର ଭାବରେ ଅନୁରୋଧ କରିଥିଲି। ଯଦି କେହି ଏହାକୁ ନେଇ ବଡ଼ ପ୍ରସଙ୍ଗ କରିବାକୁ ଚାହାଁନ୍ତି, ତେବେ ସେମାନେ ଭୟଭୀତ ଅଛନ୍ତି’।
#WATCH | Telangana: BJP candidate from Hyderabad Lok Sabha constituency, Madhavi Latha visits a polling booth in the constituency. Voting for the fourth phase of #LokSabhaElections2024 is underway. pic.twitter.com/BlsQXRn80C
— ANI (@ANI) May 13, 2024
ଭିଡିଓ ଆଧାରରେ ଆଇପିସି ଓ ଜନପ୍ରତିନିଧି ଆଇନ ଅନୁସାରେ ତାଙ୍କ ବିରୋଧରେ ମାମଲା ହୋଇଛି। ହାଇଦ୍ରାବାଦ ଜିଲ୍ଲାପାଳ ଅଫିସ ପକ୍ଷରୁ ଏନେଇ ନିଶ୍ଚିତ କରାଯାଇଛି। ମାଲାକପେଟ ପୁଲିସ୍ ଷ୍ଟେସନରେ ମାମଲା ହୋଇଥିବା ଜିଲ୍ଲାପାଳଙ୍କ ଅଫିସ ସୂଚନା ଦେଇଛି।
ଦେଶ ଆଜି ୪ର୍ଥ ପର୍ଯ୍ୟାୟରେ ୯୬ଟି ଲୋକସଭା ଆସନ ପାଇଁ ଭୋଟ ଦେଉଛି। ଏହା ମଧ୍ୟରେ ବହୁ ଚର୍ଚ୍ଚିତ ହାଇଦ୍ରାବାଦ ଲୋକସଭା ଆସନ ମଧ୍ୟ ରହିଛି। ଏଠାରେ ମାଧବୀ ଲତା ବିଜେପିର ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କର ଲଢ଼େଇ ୪ଥରର ସାଂସଦ ତଥା ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓୱେସୀଙ୍କ ସହ ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)