• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବୟସ କମ୍‌ କିନ୍ତୁ ସଂସ୍କାର ଢ଼େର୍‌ ଅଧିକ । ମାତୃଭୂମିର ସ୍ୱାଭିମାନ ପାଇଁ ଲଢ଼ୁଥିବା ବୀର ଯବାନଙ୍କୁ କୁନି ଝିଅର ସମ୍ମାନ । ରେଲୱେ ଷ୍ଟେସନରେ ଦେଶ ସୁରକ୍ଷା ପାଇଁ ନିଜକୁ ଉତ୍ସର୍ଗ କରୁଥିବା ସୁଯୋଗ୍ୟ ପୁତ୍ରକୁ ପାଦ ଛୁଇଁ ପ୍ରଣାମ କଲା କୁନି ଝିଅ । ଏପରି ଏକ ହୃଦୟଛୁଆଁ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ସମସ୍ତେ ଭିଡିଓକୁ ବେଶ୍‌ ପସନ୍ଦ କରୁଛନ୍ତି । ବିଜେପି ସାଂସଦ ପିସି ମୋହନ ଟ୍ୱିଟରରେ କୁନି ଝିଅର ସେହି ଭିଡିଓ ସେୟାର କରିଛନ୍ତି । ଭିଡିଓ ସେୟାର କରି କ୍ୟାପସନରେ ଲେଖିଛନ୍ତି, ପିଲାଙ୍କୁ ଏପରି ସଂସ୍କାର ଦେବା ମହାନ ରାଷ୍ଟ୍ରର ପ୍ରତ୍ୟେକ ପିତାମାତାଙ୍କର କର୍ତ୍ତବ୍ୟ ।

ଭିଡିଓରେ ଦେଖିବାକୁ ମିଳୁଛି ମେଟ୍ରୋ ଷ୍ଟେସନ ନିକଟରେ ଚାରିଜଣ ସେନା କର୍ମଚାରୀ ଛିଡ଼ା ହୋଇଛନ୍ତି । ଆଉ ସେତିକିବେଳେ ଏକ କୁନି ଝିଅ ସମସ୍ତଙ୍କୁ ଦେଖିବା ପରେ ଜଣେ ଯବାନଙ୍କ ପାଦ ଛୁଇଁ ପ୍ରଣାମ କରୁଛି । ଏହା ଦେଖି ପାଖରେ ଛିଡ଼ା ହୋଇଥିବା ଅନ୍ୟ ଯବାନମାନେ ମଧ୍ୟ ହସିଉଠନ୍ତି । ତେବେ ପାଦ ଛୁଇଁବା ପରେ ଯବାନ ଜଣକ ଭାବପ୍ରବଣ ହୋଇଯିବା ସହ ଝିଅର ମୁଣ୍ଡରେ ହାତ ରଖି ଆଶୀର୍ବାଦ କରନ୍ତି । ଏହି ଭିଡିଓ କେଉଁ ସହରର ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ହେଲେ ଲୋକେ ଭିଡିଓକୁ ବହୁଳ ମାତ୍ରାରେ ସେୟାର କରୁଚନ୍ତି । କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଏହି ଭିଡିଓ ଦେଖି ନିଜର ମନ୍ତବ୍ୟ ରଖିଛନ୍ତି । କୁନି ଝିଅକୁ ବହୁତ ବହୁତ ଆଶୀର୍ବାଦ ଏବଂ ତାଙ୍କୁ ଏପରି ସଂସ୍କାର ଦେଇଥିବା ପରିବାରକୁ କୃତଜ୍ଞତା ବୋଲି କହିଛନ୍ତି । ଏହି ଭିଡିଓକୁ ୯ ଲକ୍ଷରୁ ଅଧିକ ଲୋକ ଦେଖିଥିବାବେଳେ ହଜାର ହଜାର ଲୋକ ମନ୍ତବ୍ୟ ଦେଇ ନିଜର ମନ୍ତବ୍ୟ ରଖିଛନ୍ତି । ଏହି ଭିଡିଓରେ ୬ ଲକ୍ଷରୁ ଅଧିକ ଲାଇକ୍ ଆସିଛି ।