ଲୋକଙ୍କ ସମସ୍ୟା ବୁଝୁଛନ୍ତି କଙ୍ଗନା; ଭେଟିବାକୁ ହେଲେ ଦରକାର ଆଧାର କାର୍ଡ଼, କିନ୍ତୁ କାହିଁକି...

ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ଅଜବ ନିୟମ । ତାଙ୍କୁ ଭେଟିବାକୁ ହେଲେ ଆଧାର କାର୍ଡ଼ ନେଇ ଆସିବାକୁ ପଡ଼ିବ ବୋଲି କହିଛନ୍ତି କଙ୍ଗନା । ଯାହା ସସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । 

mp kangana ranaut

ଚଳଚ୍ଚିତ୍ର ଅଭିନେତ୍ରୀ ତଥା ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରଣାୱତଙ୍କ ଅଜବ ନିୟମ । ତାଙ୍କୁ ଭେଟିବାକୁ ହେଲେ ଆଧାର କାର୍ଡ଼ ନେଇ ଆସିବାକୁ ପଡ଼ିବ ବୋଲି କହିଛନ୍ତି କଙ୍ଗନା । ଯାହା ସସସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ବିଜେପି ସାଂସଦ କଙ୍ଗନା ବୁଧବାର ଅର୍ଥାତ୍ ୧୦ ଜୁଲାଇରେ ନିଜ ନିର୍ବାଚନମଣ୍ଡଳୀ ମଣ୍ଡିକୁ ଯାଇଥିଲେ । ଲୋକଙ୍କ ସମସ୍ୟା ଶୁଣିବା ପାଇଁ କଙ୍ଗନା ତିନୋଟି ଜନଶୁଣାଣି କେନ୍ଦ୍ରର ଉଦଘାଟନ କରିଛନ୍ତି । ଏଥିରେ ଭାବଲା, ମନାଲି ଏବଂ ମଣ୍ଡି ସାମିଲ ରହିଛି । 

ଅଭିନେତ୍ରୀ ତଥା ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରଣାୱତଙ୍କ କହିବା ଅନୁଯାୟୀ, ତାଙ୍କୁ ପ୍ରତ୍ୟେକ ଦିନ ବାହାରୁ ପ୍ରବଳ ଲୋକ ଭେଟିବାକୁ ଆସୁଛନ୍ତି । ଯାହାଫଳରେ ସେ ଏମିତି ନିୟମ ଲାଗୁ କରିଛନ୍ତି । ଅନ୍ୟପଟେ ହିମାଚଳପ୍ରଦେଶକୁ ଅନେକ ପର୍ଯ୍ୟଟକ ଆସୁଛନ୍ତି । ଏସବୁ ଦୃଷ୍ଟିରୁ ତାଙ୍କୁ ଭେଟିବାକୁ ହେଲେ ଆଧାର କାର୍ଡ଼ ନେଇ ଆସିବା ବାଧ୍ୟତାମୂଳକ ବୋଲି କଙ୍ଗନା କହିଛନ୍ତି ।

ଅଧିକ ପଢ଼ନ୍ତୁ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଲିଲା ଅନ୍ତରୀଣ ଜାମିନ...

କଙ୍ଗନା ରଣାୱତ ଆହୁରି କହିଛନ୍ତି, ଆପଣମାନେ କୁଲୁ-ମନାଲିରେ ଥିବା ମୋ ବାସଭବନରେ ବ୍ୟକ୍ତିଗତ ଭାବେ ମୋତେ ଭେଟିପାରିବ । ଯେଉଁମାନେ ଲୋୟର ହିମାଚଳରୁ ଆସୁଛନ୍ତି ସେମାନେ ମୋ ଘରେ ମଧ୍ୟ ମୋତେ ଭେଟିପାରିବେ । ୨୦୨୪ ଲୋକସଭା ନିର୍ବାଚନରୁ କଙ୍ଗନା ରଣାୱତ୍ ରାଜନୀତିରେ ପ୍ରବେଶ କରିଥିଲେ। ହିମାଚଳ ପ୍ରଦେଶର ମଣ୍ଡି ସଂସଦୀୟ ଆସନରୁ ବିଜେପି ତାଙ୍କୁ ଟିକେଟ୍ ଦେଇଥିଲା । କଙ୍ଗନା ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ବିକ୍ରମଦିତ୍ୟ ସିଂଙ୍କୁ ୭୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି ।

କଙ୍ଗନାଙ୍କୁ କଂଗ୍ରେସର ଟାର୍ଟେଟ୍‌...

ସେପଟେ ଏପରି ନିୟମକୁ ନେଇ କଙ୍ଗନାଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ବିକ୍ରମାଦିତ୍ୟ ସିଂ । ସେ କହିଛନ୍ତି, ଆମେ ଲୋକଙ୍କ ପ୍ରତିନିଧି, ତେଣୁ ଆମର ଦାୟିତ୍ବ ପ୍ରତ୍ୟେକ ରାଜ୍ୟର ଲୋକଙ୍କର ସମସ୍ୟା ଶୁଣିବା କଥା । ଯଦି ଲୋକ ତାଙ୍କୁ ଭେଟିବାକୁ ଚାହୁଁଛନ୍ତି ତେବେ ଆଧାର କାର୍ଡ଼ ନେଇ ଯିବାର କୌଣସି ଆବଶ୍ୟକତା ନାହିଁ ।

ଅଧିକ ପଢ଼ନ୍ତୁ: ଜଏନିଂ ପୂର୍ବରୁ ଟ୍ରେନି IAS ଅଫିସରଙ୍କ ଭିଆଇପି ଡିମାଣ୍ଡ, ସାମ୍ନାକୁ ଆସିଲା ହ୍ୱାଟ୍ସଆପ୍‌ ଚାଟ୍‌....