pro-tem Speaker
ଆଜିଠୁ ଆରମ୍ଭ ହେଉଛି ଅଷ୍ଟାଦଶ ଲୋକସଭାର ସ୍ବତନ୍ତ୍ର ଅଧିବେଶନ। ଗୃହରେ ନବନିର୍ବାଚିତ ସାଂସଦଙ୍କୁ ଶପଥପାଠ କରାଇବେ କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶପଥ ନେବେ। ପରେ କ୍ୟାବିନେଟ୍ ମନ୍ତ୍ରୀ ଏବଂ ଅନ୍ୟ ନିର୍ବାଚିତ ସାଂସଦ ମାନେ ଶପଥ ଗ୍ରହଣ କରିବେ।
ଆଜି ଓ ଆସନ୍ତାକାଲି ଦୁଇ ଦିନ ଧରି ସାଂସଦଙ୍କ ଶପଥପାଠ କାର୍ଯ୍ୟକ୍ରମ ରହିଛି। କାମଚଳା ବାଚସ୍ପତି ଭର୍ତ୍ତୃହରି ମହତାବଙ୍କୁ ରାଷ୍ଟ୍ରପତି ଭବନରେ ଶପଥପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପୂର୍ବାହ୍ନ ୧୧ଟାରେ ପ୍ରଧାନମନ୍ତ୍ରୀ ମୋଦି ଶପଥ ନେବେ, ଏହା ପରେ କାମଚଳା ବାଚସ୍ପତି ସମୁହଙ୍କ ଶପଥ ପାଠ ରହିଛି । ପରେ ପରେ ମନ୍ତ୍ରୀ ପରିଷଦର ସଦସ୍ୟଙ୍କ ଶପଥ ପାଠ ଏବଂ ଶେଷରେ ସାଂସଦ ମାନେ ଶପଥ ନେବେ।
ଅଧିକ ପଢ଼ନ୍ତୁ: ସାଂସଦ ଭାବେ ଶପଥ ନେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି; ଶପଥ ପାଠ କରାଇଲେ କାମଚଳା ବାଚସ୍ପତି
ଜୁନ୍ ୨୬ ତାରିଖରେ ନୂଆ ବାଚସ୍ପତି ନିର୍ବାଚିତ ହେବେ। ୨୭ ତାରିଖରେ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳିତ ନିର୍ବାଚନ ପରେ ଏହା ସଂସଦର ପ୍ରଥମ ଅଧିବେଶନ।
ଏପଟେ ସୂଚନା ଅନୁଯାୟୀ, ଇଣ୍ଡି ମେଣ୍ଟର ନବ ନିର୍ବାଚିତ ସାଂସଦ ଶପଥପାଠ ଉତ୍ସବକୁ ବିରୋଧ କରୁଛନ୍ତି । ଗୃହରେ ପରମ୍ପରା ଭଙ୍ଗାଯାଇଥିବା ଅଭିଯୋଗ କରିଛି କଂଗ୍ରେସ। ୮ ଥରର ସାଂସଦ କଂଗ୍ରେସର କେ.ସୁରେଶଙ୍କ ବଦଳରେ ୭ଥର ସାଂସଦ ହୋଇଥିବା ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି କରାଯାଇଥବାରୁ ପ୍ରଶ୍ନ ଉଠାଇଛି କଂଗ୍ରେସ । ଏହାର ଜବାବ ରଖିଛି ବିଜେପି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1719206278.jpg)