Advertisment

ବିଧାନସଭା ନିର୍ବାଚନରେ ବିଜୟୀ ହେବାକୁ ମୋଦି ଦେଲେ ଗୁରୁମନ୍ତ୍ର

ୟୁପି ସମତେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍? କେରଳ, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ କିଭଳି କ୍ଷମତାକୁ ଆସିବ ଦଳ? ଏ ମୁଖ୍ୟ ଦୁଇ ଚିନ୍ତନ ସହ ବିବିିଧ ରାଜନୈତିକ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ।

undefined

National Executive Meeting

Advertisment

ଲକ୍ଷ୍ନୌ: ଆଗାମୀ ଦିନରେ ଉତ୍ତର ପ୍ରଦେଶ ସହ କେମିତି ଜିତି ହେବ ୫ ରାଜ୍ୟର ନିର୍ବାଚନ। ଦେଶର କୋଣ ଅନୁକୋଣର ଭୋଟରଙ୍କ ପାଖରେ କିଭଳି ପହଞ୍ଚିବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା। ଏ ଦୁଇ ପ୍ରମୁଖ ଚିନ୍ତନକୁ ଫୋକସରେ ରଖି ଆଜି ଅନୁଷ୍ଠିତ ହୋଇଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ। ୩୬ଟି ସାଂଗଠନିକ କ୍ଷେତ୍ରର ୩୪୬ କାର୍ଯ୍ୟକାରିଣୀ ସଦସ୍ୟଙ୍କୁ ନେଇ ନୂଆଦିଲ୍ଲୀରେ ଆହୁତ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ବୈଠକରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗ ନେଇ ମାନସମନ୍ଥନ ହୋଇଛି। କରୋନା କବଳିତ ଦେବାଳିଆ ଅର୍ଥନୀତିକୁ ଟ୍ରାକକୁ ଫେରାଇ ଆଣିବା ଓ ବିଶ୍ୱ ମହାମାରୀକୁ ଦକ୍ଷତାର ସହ ମୁକାବିଲା କରିଥିବାରୁ ପ୍ରଧାମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟ।

Advertisment

ୟୁପି ସମତେ ୫ ରାଜ୍ୟ ବିଧାନସଭା ନିର୍ବାଚନରେ କେମିତି ହେବ ବାଜିମାତ୍? କେରଳ, ତାମିଲନାଡୁ, ଆନ୍ଧ୍ର, ତେଲେଙ୍ଗାନା ଓ ଓଡ଼ିଶାରେ କିଭଳି କ୍ଷମତାକୁ ଆସିବ ଦଳ? ଏ ମୁଖ୍ୟ ଦୁଇ ଚିନ୍ତନ ସହ ବିବିିଧ ରାଜନୈତିକ ପ୍ରସଙ୍ଗ ନେଇ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ। କରୋନା ଲହର ଥମିବା ପରେ ଦୀର୍ଘ ଦୁଇ ବର୍ଷ ପରେ ଆୟୋଜିତ ଦଳର ଏହି ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ବୈଠକରେ ଆଲୋଚନା କରିଛନ୍ତି।

ମହା ମହା ହସ୍ତୀ କାର୍ଯ୍ୟକାରିଣୀରେ ନିଷ୍ପତ୍ତି ହୋଇଛି, ଯେ ଆଗାମୀ ଦିନରେ ଦେଶରେ ୧୦ ଲକ୍ଷ ୪୦ ହଜାର ବୁଥ୍‌ରେ ପ୍ରତିଷ୍ଠା ହେବାକୁ ଯାଉଛି ବୁଥ୍ କମିଟି। ପ୍ରତି ବୁଥରେ ନିଯୁକ୍ତ ହେବେ ପନ୍ନା ପ୍ରମୁଖ ବା ଭୋଟର ଲିଷ୍ଟ ଇନଚାର୍ଜ ତାସହ ଆଗାମୀ ୬ ମାସ ମଧ୍ୟରେ ପ୍ରତି ବୁଥ୍‌ରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ପହଞ୍ଚାଯିବା ଲାଗି ବ୍ୟବସ୍ଥା କରାଯିବ। କାର୍ଯ୍ୟକାରିଣୀର ନିଷ୍ପତ୍ତି ଅନୁସାରେ ତ୍ୱରିତ ବେଗରେ ଆସନ୍ତା ଡିସେମ୍ବର ୨୫ ସୁଦ୍ଧା ବୁଥ୍ କମିଟି ଗଠନ, ମେ ୨୦୨୨ ସୁଦ୍ଧା ବୁଥ୍ ସ୍ତରରେ ପହଞ୍ଚି ସାରିଥିବ। ମୋଦିଙ୍କ ମନ କି ବାତ୍ ଆଜିର ଜାତୀୟ କାର୍ଯ୍ୟକାରିଣୀରେ ଦଳର ରାଜନୈତିକ ଚିଠା ପ୍ରସ୍ତାବ ଆଣିଥିଲେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

Advertisment

ସେପଟେ କରୋନା ମହାମାରୀର ଲମ୍ବା ଲହର ପରେ ଦୀର୍ଘ ଦୁଇ ବର୍ଷ ଧରି ଦେଶର ଦେବାଳିଆ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିଥିବାରୁ କାର୍ଯ୍ୟକାରିଣୀରେ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଥିଲା ଦଳ। ମହାମାରୀ ବେଳେ ଦେଶର ୮୦ କୋଟି ଗରିବଙ୍କୁ ମାସିକ ୫ କେଜି ଡାଲି ଓ ଗହମ ମାଗଣାରେ ଯୋଗାଇଦେବା ମୋଦି ସରକାରର ବଡ଼ ଉପଲବ୍ଧି ବୋଲି କୁହାଯାଇଛି। ସେହିଭଳି ଜିଏସ୍‌ଟି ସଂଗ୍ରହରେ ରେକର୍ଡ, ଦକ୍ଷତାର ସହ କୋଭିଡ୍ ପରିଚାଳନା, ୧୦୦ କୋଟି ଡୋଜ୍ ଟିକାକରଣ, ଚାଷୀଙ୍କ ପାଇଁ ବଜେଟରେ ଅଧିକ ବ୍ୟୟ ବରାଦ ଆଦି ସରକାରଙ୍କ ଐତିହାସିକ ସଫଳତା ଭାବେ ବର୍ଣ୍ଣନା କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ବିଗତ ଦିନର ସମସ୍ତ ରାଷ୍ଟ୍ରୀୟ ସଭାପତି ସମ୍ବର୍ଦ୍ଧିତ କରିଥିଲେ।

ନୂଆଦିଲ୍ଲୀରେ NDMC ପ୍ରେକ୍ଷାଳୟରେ ଆୟୋଜିତ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ୩୪୬ ସଦସ୍ୟଙ୍କ ମଧ୍ୟରୁ ୧୨୪ ଜଣ ଉପସ୍ଥିତ ଥିଲେ। ଅନ୍ୟମାନେ ଭର୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇଥିଲେ। ବରିଷ୍ଠ ନେତା ତଥା ଅଭିଜ୍ଞ ମାର୍ଗଦର୍ଶକ ଏଲ କେ ଆଡଭାନୀ ଓ ମୁରଲୀ ମନୋହର ଯୋଶୀଙ୍କ ଭଳି ନେତା ନିଜ ନିଜ ଘରେ ରହି ଭିଡିଓ କନଫେନ୍ସିଂ ଜରିଆରେ ସାମିଲ ହୋଇଥିଲେ।

Advertisment

ରିପୋର୍ଟ: ଶିବାନନ୍ଦ ରାଉତ

PM Modi BJP BJP National Executive Meeting
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ