• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ତିନି ରାଜ୍ୟରେ ବିଜେପିର ସରପ୍ରାଇଜ୍ ସିଏମ- ବିଷ୍ଣୁ, ମୋହନ, ଭଜନ । ତିନି ରାଜ୍ୟରେ ବିଧାନସଭା ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ୩ ନୂଆ ମୁହଁ । ଆଜି ସମସ୍ତଙ୍କୁ ଚକିତ କଲା ଭଳି ପ୍ରଥମଥର ପାଇଁ ବିଧାୟକ ହୋଇଥିବା ଭଜନଲାଲ ଶର୍ମାଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରିଛି ବିଜେପି । କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବୋଲି ଲାଗି ରହିଥିବା କଳ୍ପନା ଜଳ୍ପନା ଉପରେ ପୂର୍ଣ୍ଣଛେଦ ଟାଣି ଚକମା ଦେଇଛି ବିଜେପି ।

କେବଳ ରାଜସ୍ଥାନ ନୁହେଁ ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ବି ବିଜେପି ଖେଳିଛି ସରପ୍ରାଇଜ କାର୍ଡ । ମଧ୍ୟପ୍ରଦେଶରେ ୪ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଶିବରାଜ ସିଂ ଚୈହ୍ୱାନଙ୍କ ବଦଳରେ ମୋହନ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ କରିଛି ଦଳ । ସେହିପରି ଛତିଶଗଡ଼ରେ ରମଣ ସିଂ ମୁଖ୍ୟମନ୍ତ୍ରୀ ହେବେ ବୋଲି ସମସ୍ତେ ଆକଳନ କରୁଥିବା ବେଳେ ସମସ୍ତଙ୍କ ଅନୁମାନକୁ ଭୁଲ ପ୍ରମାଣିତ କରି ବିଷ୍ଣଦେଓ ସାଏଙ୍କୁ ମୁଖ୍ୟମନ୍ତ୍ରୀ କରିଛି ବିଜେପି ।

ତେବେ ୩ଟି ଯାକ ରାଜ୍ୟରେ ସମାନ ଫର୍ମୁଲା ବ୍ୟବହାର କରିଛି ଦଳ । ସବୁଠି ୨ ଜଣ ଲେଖାଏଁ ଉପ ମୁଖ୍ୟମନ୍ତ୍ରୀ ରହିଛନ୍ତି । ତେବେ ବିଜେପିର ଏହି ଷ୍ଟ୍ରାଟେଜି ଆସନ୍ତା ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା କହିଛନ୍ତି ରାଜନୀତି ବିଶାରଦ ।