Advertisment

ଭୀଷଣ ରୂପ ନେଉଛି ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ; ଆଜି ୧୨ ଘଣ୍ଟିଆ ‘ବେଙ୍ଗଲ ବନ୍ଦ’...

ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରି ବନ୍ଦ ପାଳନ କରୁଛି ବିଜେପି।

ଅଦ୍ୟତନ ହୋଇଛି
BJP Calls For Bengal Bandh Today

Kolkata Horror

Advertisment

ଭୀଷଣ ରୂପ ନେଉଛି କୋଲକାତାରେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟାର ପ୍ରତିବାଦ । ଆଜି ୧୨ ଘଣ୍ଟିଆ ପଶ୍ଚିମବଙ୍ଗ ବନ୍ଦ ପାଳନ କରୁଛି ବିଜେପି। ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ନବାନ୍ନ ମାର୍ଚ୍ଚ ବେଳେ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ଦମନଲୀଳାକୁ ନିନ୍ଦା କରି ବନ୍ଦ ପାଳନ କରୁଛି ବିଜେପି।

Advertisment

ଅଧିକ ପଢ଼ନ୍ତୁ: ଅଭୟାଙ୍କୁ ନ୍ୟାୟ ଦାବିରେ ଛାତ୍ରଛାତ୍ରୀଙ୍କ ଜୋରଦାର ଆନ୍ଦୋଳନ; ପାଣିମାଡ଼ କଲା ପୋଲିସ...

 ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ପଶ୍ଚିମବଙ୍ଗରେ ବନ୍ଦ ପାଳନ କରାଯିବ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି ଏବଂ ପୋଲିସ ବିରୋଧରେ ପ୍ରତିବାଦ ପାଇଁ ବିଜେପି ଏହି ବନ୍ଦ ଡାକରା ଦେଇଛି ।

Advertisment

 

ଅଭୟା କାଣ୍ଡ ପ୍ରତିବାଦରେ ଗତକାଲି ଛାତ୍ରଛାତ୍ରୀମାନେ ନବାନ୍ନ ବା ପଶ୍ଚିମବଙ୍ଗ ସରକାରଙ୍କ ସଚିବାଳୟ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଆଡ଼କୁ ଶୋଭାଯାତ୍ରାରେ ଯିବା ବେଳେ, ହାୱଡ଼ା ସାନ୍ତରାଗାଛିରେ ପୋଲିସ ସେମାନଙ୍କୁ ରୋକିବା ପାଇଁ ବ୍ୟାରିକେଡ୍ ଲଗାଇବା ସହ ପାଣିମାଡ଼, ଲୁହବୁହା ଗ୍ୟାସ୍ ଓ ଲାଠି ଚାର୍ଜ କରିଥିଲା ।

ପଶ୍ଚିମବଙ୍ଗ ବନ୍ଦ ପାଳନ ବେଳେ ଦୋକାନବଜାର ବନ୍ଦ ରଖିବାକୁ ଡାକରା ଦେଇଛି ବିଜେପି । କେବଳ ଆତ୍ୟାବଶ୍ୟକ ସେବା ଜାରି ରହିବ ବୋଲି କୁହାଯାଇଛି। ତେବେ ବନ୍ଦ ପାଳନକୁ ବିରୋଧ କରିବା ସହିତ, କାଲି ଜୀବନଯାତ୍ରା ସ୍ବାଭାବିକ ରହିବ ବୋଲି କହିଛନ୍ତି ପଶ୍ଚିମବଙ୍ଗ ସରକାର। ତେଣୁ ସମସ୍ତ ସ୍କୁଲ, କଲେଜ, ଅଫିସ୍, ବ୍ୟାଙ୍କ, ବସ୍ ଚଳାଚଳ ଆଦି ଖୋଲା ରହିବ। ସମସ୍ତେ ଅଫିସ ଆସିବାକୁ ଅପିଲ୍ କରିଛନ୍ତି ମମତା ବାନାର୍ଜୀ । 

Advertisment

ଅଧିକ ପଢ଼ନ୍ତୁ: କୋଲକତା ଅଭୟା କାଣ୍ଡ ! ସାମ୍ନାକୁ ଆସିଛି ଆଉ ଏକ ଚାଞ୍ଚଲ୍ୟକର ଭିଡିଓ..

West Bengal BJP Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ